Odisha news

ଗୃହ ଯୁଦ୍ଧରେ ସିରିଆ ସରକାର ର  ୫୦ ବର୍ଷ ଶାସନ ର ଘଟିଲା ପତନ, କିନ୍ତୁ କିଏ ଥିଲା ଏହି ଗୃହ ଯୁଦ୍ଧର ମୁଖ୍ୟ ନାୟକ

0

ସିରିଆରେ ମଧ୍ୟ ଘଟିଲା ବଙ୍ଗଳାଦେଶ ର ସ୍ଥିତି, ବିଦ୍ରୋହୀ ମାନେ ମାନେ ରାଜଧାନୀ ଦମିଶାକ ଉପରେ କବ୍ଜା କରିଛନ୍ତି l ବିଦ୍ରୋହୀ ମାନଙ୍କ କବ୍ଜା ପରେ ରାଷ୍ଟ୍ରପତି ବଶର ଅଲ -ଅଶଦ ଦେଶ ଛାଡି ପଳାୟନ କରିଛନ୍ତି l ଅସଦ ଗତ ୨୪ ବର୍ଷ ହେଲାଣି ଏଠାରେ ଶାସନ କରିଆସୁଥିଲେ l ବିଦ୍ରୋହୀ ମାନେ କହିଛନ୍ତି ଯେ ୫୦ ବର୍ଷର ଉତ୍ପୀଡ଼ନ ଏବଂ ୧୩ ବର୍ଷର ଅତ୍ୟାଚାର ଓ ଅପରାଧର ଅନ୍ତ କରିଛନ୍ତି l ବିଦ୍ରୋହୀ ମାନେ ବର୍ତମାନ ବିଭିନ୍ନ ସ୍ଥାନ ରେ ଫାଇରିଂ ନିଜ ବିଜୟ ଉଲ୍ଲାସ କୁ ପାଳନ କରୁଛନ୍ତି l

ରାୟଟର୍ସ ର ରିପୋର୍ଟ ଅନୁସାରେ ସିରିଆର ରାଷ୍ଟ୍ରପତି ବସର ଅଲ -ଅସଦ ଗୋଟିଏ ବିମାନ IL -76T ରେ କୌଣସି ଅଜ୍ଞାନ ସ୍ଥାନକୁ ଚାଲି ଯାଇଛନ୍ତି , ସିରିଆ ର ରାଜଧାନୀ ଦମିଶାକ ରୁ ତାଙ୍କ ବିମାନ ବାହାରିବା ପରେ ରାଡ଼ାର ରୁ ଗାୟବ ହୋଇଯାଇଥିଲା l ସେ ଦେଶ ଛାଡିବା ପରେ ବିଦ୍ରୋହୀ ମାନେ ଶାସନ ପରିବର୍ତ୍ତନ ହେବାର ଘୋଷଣା କଲେ ଏବଂ କହିଲେ ଯେ ନୂଆ ରାଷ୍ଟ୍ରପତି ମନୋନୀତ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜଳାଲି ଦେଶର କାର୍ଯ୍ୟଭାର ସମ୍ଭାଳିବେ l ଏହାମଧ୍ୟ ଆକଳନ କରାଯାଉଛି ଯେ ଅଶଦ ଦେଶ ଛାଡିବା ପରେ ରୁଷ କିମ୍ବା ଇରାନ ରେ ଶରଣ ନେଇପାରନ୍ତି l

କିନ୍ତୁ ଏଇଠି ଗୋଟିଏ ପ୍ରଶ୍ନ ଉଠୁଛି ସିରିଆ ଗୃହ ଯୁଦ୍ଧରେ ମୁଖ୍ୟ ପୁରୋଧା କିଏ, ଯାହାଙ୍କ ପାଇଁ ଅଶଦ ଗାଦିଚ୍ୟୁତ ହୋଇଛନ୍ତି l ଏଥିପାଇଁ ଯେଉଁ ମୁସଲିମ ସଂଗଠନ କାର୍ଯ୍ୟ କରୁଥିଲା ସେ ହେଉଛି ହାୟାତ ତହରିର ଅଲ ଶାମ ଯାହାକୁ HTS ବୋଲି କୁହାଯାଇ ଥାଏ l ଏବଂ ଏହି ସଂଗଠନ ର ମୁଖ୍ୟ ହେଉଛି ଆବୁ ମହମ୍ମଦ ଅଲ ଜଲାନି l ଯିଏକି ବିଦ୍ରୋହୀ ମାନଙ୍କୁ ଏକାଠି କରିଥିଲା ଏବଂ ରାଷ୍ଟ୍ରପତି ଙ୍କୁ ଦେଶ ଛାଡିବା ପାଇଁ ମଜବୂର କରିଦେଇଥିଲା l ଏହି ସଂଗଠନ ବହୁ ଦିନ ପୂର୍ବରୁ ବସର ସରକାର ବିରୁଦ୍ଧରେ ଲଢ଼ି ଆସୁଥିଲା l ଏବଂ ପୂର୍ବରୁ ଏହା ଆତଙ୍କବାଦୀ ସଂଗଠନ ଅଲ -କାଏଦା ର ଶାଖା ଥିଲା l ଏବଂ ୨୦୧୬ ରେ ଅଲ -କାଏଦା ନିକଟରୁ ଅଲଗା ହୋଇଯାଇ ଥିଲା, ଏବଂ ସେହିଦିନ ଠାରୁ ସେ ସିରିଆରୁ ବସର ସରକାରର ପତନ କରିବ ବୋଲି ସ୍ଥିର କରିଥିଲା  l HTS ର ନେତୃତ୍ୱ ବର୍ତମାନ ଅବୁ ମୋହମଦ ନିକଟରେ ଅଛି , ଯାହାକୁ ସମସ୍ତେ କଟରପନ୍ଥୀ ବୋଲି କହି ଥାଆନ୍ତି l ପଶ୍ଚିମ ଦେଶ ଗୁଡିକ ରେ HTS କୁ ଗୋଟିଏ ଆତଙ୍କୀ ସଂଗଠନ ବୋଲି ଜାଣନ୍ତି l

Leave A Reply