ସିରିଆ କୁ ଅଧିକାଂଶ ଭାବରେ ସିରିଆଇ ଆରବ ଗଣରାଜ୍ୟ ଭାବରେ ଜଣାଶୁଣା ଅଟେ, ମଧ୍ୟ-ପୂର୍ବ ରେ ସ୍ଥିତ ଗୋଟିଏ ଦେଶ, ଏହା ଲେବାନନ, ଇସ୍ରାଏଲ, ଜୋର୍ଡାନ, ଇରାକ ଓ ତୁର୍କୀ ର ସୀମା ସହିତ ସଂଲଗ୍ନ ଅଟେ l ସିରିଆ ଗୋଟିଏ ଏଭଳି ଦେଶ ଯିଏକି ନିଜର ସମୃଦ୍ଧ ଇତିହାସ ଓ ସଂକୃତି ର ଭଣ୍ଡାର ଅଟେ l ଯେଉଁଠି ପାଲମେରା ଓ ଦାମିସ୍କ ଭଳି ଐତିହାସିକ ସ୍ଥଳ ଏହାର ପ୍ରାଚୀନ ସଭ୍ୟତା କୁ ଦର୍ଶାଇ ଥାଏ l ଗୁହଯୁଦ୍ଧ ପୂର୍ବରୁ ସିରିଆ ର ଜନସଂଖ୍ୟା ପାଖାପାଖି ୨୨ ମିଲିୟନ ଥିଲା l
ସିରିଆର ବର୍ତମାନ ର ସରକାର ର ନେତୃତ୍ୱ ରାଷ୍ଟ୍ରପତି ବଶର ଅଲ ଆଶାଦ କରୁଛନ୍ତି, ସେ ନିଜ ପିତାଙ୍କ ମୃତ୍ୟୁ ପରେ ୨୦୦୦ ମସିହାରେ ଦାୟିତ୍ୱ ଗ୍ରହଣ କରିଥିଲେ l ବର୍ତମାନର ସରକାରଙ୍କୁ ଗୋଟିଏ ପ୍ରଖର ବୁଦ୍ଧି ର ଶାସକ ଭାବରେ ଦେଖାଯାଇ ଥାଏ l କିନ୍ତୁ ସିରିଆର ଗୃହଯୁଦ୍ଧ ଦେଶର ସାରାଂଚନା ଓ କ୍ଷେତ୍ରୀୟ ନିୟନ୍ତ୍ରଣ କୁ ଅଧିକ ପ୍ରଭାବିତ କରୁଛି l
ସିରିଆର ଗୃହ ଯୁଦ୍ଧ ଆରମ୍ଭ ହୋଇଥିଲା ୨୦୧୧ ରେ, ବେରୋଜଗାରୀ ର ଅଧିକ ବୃଦ୍ଧି ଓ ଭ୍ରଷ୍ଟାଚାର ବୃଦ୍ଧି ରେ ଡେରା ସହର ରେ ଲୋକତନ୍ତ୍ର ସମର୍ଥକ ପ୍ରଦର୍ଶନ ର ଆରମ୍ଭ କରିଥିଲେ ସିରିଆ ଜନସାଧାରଣ l ସେହି ସମୟ ରେ ସିରିଆ ସରକାର ର କ୍ରୁର ବୁଦ୍ଧି ବଳରେ ଏହି ଗୃହଯୁଦ୍ଧ ଦାବି ଦେଇଥିଲା l ଏବଂ ଏହାପରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ହୋଇଥିଲା, ଏବଂ ସାରା ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇ ଥିଲା l
ଧୀରେ ଧୀରେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଗଲା ଏବଂ ସିରିଆ ସରକାର ଜନସାଧାରଣ ଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେଲେ l ଏହାର ଜବାବ ରେ ସିରିଆ ଜନତା ହତିଆର ଉଠାଇ ଉଚିତ ଜବାବ ଦେଲେ l ଜନତା ଓ ସରକାର ଙ୍କ ମଧ୍ୟରେ ଚାଲିଥିବା ଏହି ପ୍ରତିଶୋଧ ନିଆଁ ଗୃହ ଯୁଦ୍ଧରେ ପରିଣତ ହେଲା l ଏହାଦ୍ୱବାର ଦେଶରେ ବିଦ୍ରୋହୀ ଗୋଷ୍ଠୀ ଅଧିକରୁ ଅଧିକ ଗଠିତ ହେଲେ ଅନ୍ୟ ପକ୍ଷରେ ବିଦେଶୀ ଶକ୍ତି ଧନ ବଳ , ବାହୁବଳ ଓ ହତିଆର ଯୋଗାଣ ଏଥିରେ ପରୋକ୍ଷ ଭାବରେ ସାମିଲ ହୋଇଯାଇ ଥିଲା ଯାହାକି ଚରମପନ୍ଥୀ ସଂଗଠନ ଙ୍କ ଭାଗିଦାରୀ ଦ୍ୱାରା ଏହି ଗୃହଯୁଦ୍ଧ ର ସ୍ଥିତିକୁ ଆହୁରି ଅଧିକ ଖରାପ କରିଦେଇ ଥିଲା l
ସିରିଆର ଗୃହ ଯୁଦ୍ଧର କାରଣ –
ଏହାର ଅନେକ କାରଣ ରହିଛି, ଯେଉଁଥିରେ ରାଜନୈତିକ ଦମନ, ସାମାଜିକ-ଆର୍ଥିକ ଅଭିଯୋଗ ଓ ସାମ୍ପ୍ରଦାୟିକ ଉତେଜନା ସାମିଲ ରହିଛି l ୨୦୧୧ ର ଶାନ୍ତିପୂର୍ଣ ବିରୋଧ ପ୍ରଦର୍ଶନ ଉପରେ ସରକାର ଙ୍କ କଠୋର ପ୍ରତିକ୍ରିୟା ସଂଘର୍ଷ କୁ ଅଧିକ ଭଡକାଇ ଦେଇଥିଲା l
ରାଜନୈତିକ ଅସନ୍ତୋଷ ର କାରଣ –
– ବେରୋଜଗାରୀ ବିରୋଧରେ ପ୍ରଦର୍ଶନ ଏବଂ ଭ୍ରଷ୍ଟାଚାର ବିରୋଧରେ ପ୍ରଦର୍ଶନ
– ରାଷ୍ଟ୍ରପତିଙ୍କ ସମସ୍ୟା ଅଧିକ ବଢିବା ସହିତ ସେନାଙ୍କ ସହିତ ମନାନ୍ତର
– ଲୋକତନ୍ତ୍ର ବିରୋଧକୁ ହିଂସା ଦ୍ୱାରା ଦବାଇ ଦେବା
– ସରକାରଙ୍କ ମନୋମୁଖୀ କାର୍ଯ୍ୟ ଲୋକଙ୍କୁ ସଶସ୍ତ୍ର କରିବା ଯାଇଁ ପ୍ରେରଣା ଯୋଗାଇ ଥିଲା
– ସିରିଆରେ ସର୍ବାଧିକ ସୁନି ମୁସଲମାନ ରହିଛନ୍ତି ଯିଏକି ସରକାର ଙ୍କ ଉପରେ ଅସନ୍ତୁଷ୍ଟ ଅଟନ୍ତି l
– ଏହି କାରଣରୁ ସିରିଆ କୁ ବିଦେଶୀ ଦିଶଙ୍କ ସାହାଯ୍ୟ ପ୍ରାପ୍ତ ହେଲା , ସାଉଦି ଆରବ, ଜୋର୍ଡାନ, ତୁର୍କୀ ଭଳି ଦେଶର ସୁନି ମୁସଲମାନ ସିରିଆର ବିଦ୍ରୋହୀଙ୍କୁ ସମର୍ଥନ କରୁଛନ୍ତି l