ଆଜିକାଲି ସମସ୍ତେ ପ୍ରାୟ ସାଇ ବାବାଙ୍କୁ ପୂଜା କରିଛନ୍ତି । କୁହାଯାଉଛି ଯେ ଯିଏ କେହିବି ସାଇ ବାବାଙ୍କୁ ପୂଜା କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ,ଏବଂ ବାବା ଅତି ସହଜରେ ତାଙ୍କ ଭକ୍ତ ମାନଙ୍କର କଥା ଶୁଣି ଥାଆନ୍ତି।ତାଙ୍କୁ କେବଳ ସ୍ନେହର ସହିତ ଧ୍ୟାନ କରି ମାନେ ପକାଇ ଦେଲେ ସେ ସମସ୍ତଙ୍କ ଦୁଃଖକୁ ନିବାରଣ କରନ୍ତୁ । ସାଇ ବାବାଙ୍କର କୃପା ଲାଭ କରିବା ପାଇଁ ପୂଜା କରିବା ନିହାତି ଆବଶ୍ୟକ । ତା ସହିତ ତାଙ୍କର ସୁନ୍ଦର ବିଚାରକୁ ମଧ୍ୟ ଗ୍ରହଣ କରିବା ଉଚିତ୍ ।
ସାଇ ବାବାଙ୍କ ପୂଜା ବିଧି – ସାଇ ବାବନଙ୍କର ଗୋଟିଏ ମୂଳ ମନ୍ତ୍ର ହେଲା ସମସ୍ତଙ୍କର ମାଲିକ ଗୋଟିଏ । ତାଙ୍କର ବ୍ରତକୁ ମଧ୍ୟ କରିବା ବହୁତ ସହଜ । ତାଙ୍କର ବ୍ରତ କରିବା ପୂର୍ବରୁ ବାବାଙ୍କୁ ମନରେ ଧ୍ୟାନ କରି ତାଙ୍କ ବିଚାରକୁ ଜାଣି ରଖିବା ଉଚିତ୍ ।
ଯଦି କିଏ ମୋ ଆଡ଼କୁ ହାତ ବଢାଏ ତେବେ ମୁଁ ତାର ହାତକୁ ଛାଡେ ନାହିଁ ଏବଂ ତାର ସମସ୍ତ ବିପଦକୁ ନିଜ ଆଡ଼କୁ ଟାଣି ନିଏ । ସମୟ ପୂର୍ବରୁ ସମସ୍ତ କାର୍ଯ୍ୟକୁ ଆରମ୍ଭ କରି ସମୟ ପୂର୍ବରୁ ସୁରକ୍ଷିତ ରହିବା ଆବଶ୍ୟକ,କାରଣ ସମୟ ସବୁକିଛି ଶିଖାଇ ଦିଏ ।
ନିଜ ଗୁରୁଙ୍କ ମଧ୍ୟରେ ସଂପୂର୍ଣ୍ଣ ଭାବରେ ବିଶ୍ବାସ କରନ୍ତୁ ଏହା ହେଉଛି ଆପଣଙ୍କର ପ୍ରକୃତ ସାଧନା।
ଆମର କର୍ତ୍ତବ୍ୟ କଣ ଅଟେ ତାହା ଆମ ବ୍ୟବହାରରୁ ଜଣା ପଡ଼ିଥାଏ ,କର୍ତ୍ତବ୍ୟ ସବୁବେଳେ ଭଗଵାନ ଓ କର୍ମ ହେଉଛି ସବୁବେଳେ ପୂଜା ।
ଆପଣ ଯେକୌଣସି କର୍ମ କରୁଛନ୍ତି ତାହା ଭଗଵାନଙ୍କୁ ସମର୍ପଣ କରନ୍ତୁ ଓ ଜୀବନର ସଫଳତାକୁ ଲାଭ କରନ୍ତୁ ।
ଶିକ୍ଷା ଗୁରୁ ଦେଇଥାନ୍ତି ,ରାସ୍ତା ମଧ୍ୟ ଦେଖାଇ ଥାଆନ୍ତି । କିନ୍ତୁ ବୁଝିବା ଶକ୍ତି ଓ ଆଚରଣ ମଣିଷ ଭବନରେ ଥାଏ । ବ ଅର୍ଥ ଚିନ୍ତା କରନ୍ତୁ ନାହିଁ ଯେତେବେଳେ ଯାହା ଘଟିବାର ଅଛି ତାହା ଘଟିବ କେବଳ ସମୟକୁ ଅପେକ୍ଷା କରୁ ସତ୍ କର୍ମ କରନ୍ତୁ ।
ସାଇ ବାବାଙ୍କର ଏହି ମହତ୍ ବାଣୀ ମଣିଷ ସମାଜ ପାଇଁ ଗୋଟିଏ ବଡ ଦିଗ ଅଟେ ।
Comments are closed.