ପ୍ରାୟ ସଂସାରର ସମସ୍ତ ବ୍ୟକ୍ତି ଙ୍କୁ ସଙ୍ଗୀତ ଭଲ ଲାଗିଥାଏ । ହୁଏତ କୌଣସି ବ୍ୟକ୍ତି ଏମିତି କେହି ନାହିଁ ଯାହାକୁ ସଙ୍ଗୀତ ଭଲ ନଲାଗେ । ହଁ ହୁଏତ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ହୋଇପାରେ, ଆପଣ ଜାଣିଛନ୍ତି କି ନିୟମିତ ସଙ୍ଗୀତ ଶୁଣିବା ସ୍ବାସ୍ଥ୍ୟ ପକ୍ଷରେ ଖୁବ୍ ହିତକର । ସଙ୍ଗୀତ ଆମକୁ କେବଳ ମାନସିକ ଭାବରେ ନୁହେଁ , ବିଭିନ୍ନ ସମସ୍ୟା କୁ ମଧ୍ୟ ଦୂରେଇ ରଖିଥାଏ ।
* ସଙ୍ଗୀତ ଶୁଣିବା ଦ୍ଵାରା ମାନସିକ ଚାପ ଦୂର ହୋଇଥାଏ । ଆଜିର ବ୍ୟସ୍ତ ବହୁଳ ଜୀବନ ରେ ପ୍ରତ୍ୟେକ ବ୍ୟକ୍ତି ନିଜର କାର୍ଯ୍ୟ କୁ ନେଇ ବିଭିନ୍ନ ଉତେଜନା କୁ ନେଇ ଗତି କରି ଥାଆନ୍ତି । ଏହି ସମୟରେ ମନକୁ ଶାନ୍ତି ଦେବା ଭଳି ସଙ୍ଗୀତ ଶୁଣିବା ପାଇଁ ଗବେଷକ ମାନେ ମତ ଦେଇ ଥାଆନ୍ତି । ଆପଣଙ୍କ ମନରେ ଆସୁଥିବା ନକାରାତ୍ମକ ଚିନ୍ତା କୁ ଦୁର କରିଥାଏ ସଙ୍ଗୀତ । ଡିପ୍ରେସନ୍ ସମସ୍ୟା ଦୂର କରିଥାଏ ସଙ୍ଗୀତ ।
* ସଙ୍ଗୀତ ମଣିଷର କାର୍ଯ୍ୟ କ୍ଷମତା କୁ ବୃଦ୍ଧି କରିଥାଏ । ଏହାଦ୍ବାରା ମସ୍ତିଷ୍କ ସକ୍ରିୟ ରହିଥାଏ , ଓ ଆପଣଙ୍କୁ ମାନସିକ ଭାବରେ ସୁସ୍ଥ ରଖିଥାଏ । ଯଦି ଆପଣ ସଙ୍ଗୀତ ର ସ୍ଵରରେ ନାଚି ମଧ୍ୟ ପାରୁଛନ୍ତି ତେବେ ଏହା ଆପଣଙ୍କୁ ଫିଟ୍ ରଖିବ । ଏହାଦ୍ବାରା ଆପଣ ଙ୍କ ମୋଟାପା ସମସ୍ୟା ଦୂର ହୋଇଥାଏ । ତେଣୁ ନିୟମିତ ମ୍ୟୁଜିକ ଶୁଣନ୍ତୁ ଓ ଖୁସି ରୁହନ୍ତୁ ।
* ଏହା ଜରୁରୀ ନୁହେଁ ଯେ ସମସ୍ତଙ୍କ ପସନ୍ଦ ଏକ ପ୍ରକାରର । କେହି କେହି ଉଚ୍ଚ ଶବ୍ଦ ରେ ସଙ୍ଗୀତ ଶୁଣିବା ପାଇଁ ପସନ୍ଦ କରନ୍ତି ତ ଆଉ କେହି ସ୍ଲୋ । ଉଚ୍ଚ ରକ୍ତଚାପ ରୋଗୀ ମାନେ ନିଜ ପସନ୍ଦ ଅନୁସାରେ ଗୀତ ଶୁଣିବା ଉଚିତ୍ । ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ । ହାର୍ଟ ରୋଗୀ ମାନେ ମଧ୍ୟ ନିଜ ପସନ୍ଦ ଅନୁସାରେ ସଙ୍ଗୀତ ନିୟମିତ ଶୁଣନ୍ତୁ, ଏହାଦ୍ବାରା ସେମାନଙ୍କ ହାର୍ଟ ସୁସ୍ଥ ରହିଥାଏ ।
