Odisha news

ସିନାପାଲି ରେ ପିସି କାରବାର,ବିଡ଼ିଓ ଙ୍କ ଖଣ୍ଡନ

ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ସିନାପାଲି ବ୍ଲକ କାର୍ଯ୍ୟାଳୟ ରେ ଅଧିକାରୀ ମାନେ ପିସି କାରବାର କୁ ନେଇ ଏକ ଭିଡ଼ିଓ ଭାଇରଲ ଘଟଣାକୁ ନେଇ ସିନାପାଲି ବିଡ଼ିଓ ସଦାଶିବ ନାୟକ ଦୃଢ଼ତାର ସହିତ ଏହାକୁ ଖଣ୍ଡନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଆଜି ସିନାପାଲି ବ୍ଲକ ପିସି କାରବାର ଘଟଣା କୁ ନେଇ ଏକ ଭିଡ଼ିଓ ଭାଇରଲ ହୋଇଥିଲା। ଏପରିକି କିଛି ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ସିନାପାଲି ବିଡ଼ିଓ ଶ୍ରୀ ନାୟକ ଏକ ଠିକା କାମକୁ ନେଇ ଏପରି ଘଟଣା ଘଟିଛି, ଏପରିକି ଏହି ଭିଡ଼ିଓ ମୋ ସମୟର ଘଟଣା ନା ଅନ୍ୟ କେଉଁ ବର୍ଷର ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି। ପ୍ରକୃତରେ ଏହି ଭିଡ଼ିଓ ଟି ସିନାପାଳି କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ତିହାଡ଼ି ଙ୍କ ବାସଗୃହ ରେ ରେକର୍ଡ ହୋଇଛି। କିନ୍ତୁ ମୁଁ ସିନାପାଲି ବ୍ଲକ କୁ ଫେବ୍ରୁଆରୀ ୨୦୨୦ ମସିହାରେ ଯୋଗଦାନ କରିଛି।

ମୁଁ ଆସିବା ଦିନ ଠାରୁ ସିନାପାଲି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ବ୍ୟକ୍ତି ଗତ ମୋବାଇଲ ନମ୍ବର ଦେଇ କୌଣସି ବ୍ୟକ୍ତି ଲାଞ୍ଚ କିମ୍ବା ପିସି ମଗୁଥିଲେ ମୋ ନମ୍ବର ରେ ସିଧାସଳଖ ଯୋଗାଯୋଗ କରିବାକୁ ପୋଷ୍ଟର ଦେଇ ଲୋକ ମାନଙ୍କୁ ଅନୁରୋଧ ମଧ୍ୟ କରିସାରିଛି। ମୋ କାର୍ଯ୍ୟ ଭିତରେ ସିନାପାଲି ବ୍ଲକ କୁ ମନରେଗା କର୍ଯ୍ୟ ରେ ଜିଲ୍ଲା ରେ ଏକ ନମ୍ବର ସ୍ଥାନ ମିଳିଥିବା ବେଳେ ଆବାସ ଯୋଜନାରେ ଦ୍ଵିତୀୟ ସ୍ଥାନ ମିଳିଛି। କିନ୍ତୁ ସଦାସର୍ବଦା ଜନସାଧାରଣ ଙ୍କ ସେବାରେ ନିୟୋଜିତ ଥିବା ସତ୍ତ୍ୱେ ମୋତେ ଠିକା କାମ ପାଇଁ କିଛି ନାମ ମାତ୍ର ସାମ୍ବାଦିକ ଚକ୍ରାନ୍ତ କରି ବଦନାମ କରିବାକୁ ଅପାଚେଷ୍ଟା ଚଲାଇଛନ୍ତି। ଏଠାରେ ସୂଚିତ ଯେ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦ୍ୱାଦଶ ଅର୍ଥ କମିଶନ ପାଣ୍ଠିରୁ ଆଠ ଲକ୍ଷ ଟଙ୍କା ବ୍ୟୟ ରେ ପାଚେରୀ ନିର୍ମାଣ କାମ ଥିଲା। ସେହି କାମ କିଛି ସାମ୍ବାଦିକ ଠିକା ନେବା ପାଇଁ ଚାହୁଁଥିଲେ ହେଲେ ସ୍ଥାନୀୟ ସମିତି ସଭ୍ୟ ଅନ୍ୟ ଜଣଙ୍କୁ କାର୍ଯ୍ୟ ପ୍ରଦାନ କରିଥିଲେ। ସେ ବାରମ୍ବାର କନିଷ୍ଠ ଯନ୍ତ୍ରୀ ଶ୍ରୀ ତିହାଡ଼ି ଙ୍କୁ ଫୋନ ମଧ୍ୟ କରିଛନ୍ତି କିନ୍ତୁ ଠିକା କାମ ନ ପାଇବାରୁ ଏଭଳି ଷଡଯନ୍ତ୍ର କରି ବ୍ଲକ କୁ ବଦାନମ କରିବା ଅତ୍ୟନ୍ତ ଦୁଃଖ ଓ ପରିତପ ର ବିଷୟ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ସିନାପାଲି ବିଡ଼ିଓ ଭାବରେ ଦାୟିତ୍ୱ ନେଇ ଅନେକ ପ୍ରଶଂସା ସାଉଁଟୁ ଥିବା ଜଣେ ଭଦ୍ର ଓ ନମ୍ର ତଥା ସରଳ ବ୍ୟକ୍ତିଙ୍କୁ ବଦନାମ କରାଯାଉଥିବା ସିନାପାଲି ରେ ବେଶ ଚର୍ଚ୍ଚା ହେଉଛି। ସୁଚନା ଯୋଗ୍ୟ ଯେ, ପୂର୍ବରୁ ଏଠାରେ କର୍ଯ୍ୟ ରତ ଥିବା ବିଡ଼ିଓଙ୍କୁ ମଧ୍ୟ କିଛି ରାଜନୈତିକ ଵ୍ୟକ୍ତି ବିଶେଷଙ୍କ ଠିକା କାମରେ ସ୍ୱାର୍ଥ ହାସଲ ନ ହେବାରୁ ଭୁବନେଶ୍ୱର ରେ ଡେରା ବାନ୍ଧି ଶେଷରେ ବଦଳି କରଯାଇଥିଲା।

Comments are closed.