Odisha news

ଶହେ ବର୍ଷର ବୃଦ୍ଧା ମା ଙ୍କ ଜନ୍ମ ଦିନ ପାଳନ କଲେ ପୁଅ ବୋହୁ ଓ ପରିବାର

0

ନିଆରା ଢଙ୍ଗରେ ପାଳନ ହେଲା ଜନ୍ମ ଦିନ। ଶତାୟୁ ବୃଦ୍ଧା ମା ଙ୍କ ଜନ୍ମ ଦିନ ରେ ପରିବାର ଆଣି ଦେଇଛି ଅନେକ ଖୁସି। ମାଁ ଲାବଣ୍ୟଙ୍କ ଜନ୍ମ ଦିନ ରେ ମନରେ ଖୁସି କହିଲେ ନ ସରେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବାଉଁଶଗଢିଆ ପଞ୍ଚାୟତ ଓସ୍ତପାଳ ଗ୍ରାମରେ। ଏହି ଗ୍ରାମର ଲାବଣ୍ୟ ସ୍ୱାଇଁ, ବୟସ ୧୦୦ବର୍ଷ। ପରିବାର କହିଲେ ୫ପୁଅ, ବୋହୁ, ନାତି ନାତୁଣୀ, ଅଣନାତି ନାତୁଣୀ। ଆଜି ଶେଷ ରଜରେ ନିଆରା ଢଙ୍ଗରେ ପାଳନ କରାଯାଇଛି ଜନ୍ମ ଦିନ।
ଆଜି ସକାଳୁ ବୋହୂ,ନାତୁଣୀମାନେ ମିଶି ଲବଣ୍ୟଙ୍କୁ କ୍ଷୀରରେ ସ୍ନାନ କରିବା ସହ ନୂତନ ବସ୍ତ୍ର ପରିଧାନ କରିଥିଲେ। ପରେ ଝୁଲଣାରେ ବସାଇ ଝୁଲାଇବା ସହ ମୁଣ୍ଡ ରେ ମୁକୁଟ ବେକରେ ହାପି ବାର୍ଥଡେ ମାଳା ପକାଇଥିଲେ। ତତସହିତ ପରିବାର, ବନ୍ଧୁବାନ୍ଧବ ଙ୍କ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ କେକ କାଟି ଜନ୍ମ ଦିନକୁ ପାଲିଥିଲେ।
ଆସିଥିବା ବନ୍ଧୁବାନ୍ଧବ, ପରିଜନ ଲାବଣ୍ୟଙ୍କୁ ପୂଜାର୍ଚ୍ଚନା କରି ଆଶ୍ରୀବାଦ ଭିକ୍ଷା କାମନା କରିଥିଲେ। ଏଥି ସହିତ ଗରିବ ଲୋକମାନଙ୍କ ପାଇଁ ବସ୍ତ୍ର ବଣ୍ଟନ କରିଥିବା ବେଳେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ସଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ ରଜରେ ପରିବାର ଲୋକେ ବହୁତ ଖୁସି ଥିବା ସୂଚନା ମିଳିଛି। ମା ଙ୍କ ଜନ୍ମ ଦିନରେ ଆଖ ପାଖ ଗାଁର ବୃଦ୍ଧବୃଦ୍ଧା, ଗ୍ରାମବାସୀ, ବନ୍ଧୁବାନ୍ଧବମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସମାଜରେ କେଉଁଠି ନା କେଉଁଠି ବାପା ମାଆଙ୍କୁ ହଇରାଣ ହରକତ କରୁଥିବା ବେଳେ ହେଲେ ଓସ୍ତପାଳ ଗ୍ରାମର ଲବଣ୍ୟଙ୍କ ପରିବାର ଆଜି ନୂତନ ବାର୍ତ୍ତା ଦେଉଛନ୍ତି। ଯାହାକି ସମସ୍ତେ ମିଳିମିଶି ପରିବାର ଠାରୁ ଆରମ୍ଭ କରି ବଧୁ ଵାଦ୍ଧବ ଙ୍କ ସମେତ ଜନ୍ମ ଦିନ ବହୁ ଧୁମଧାମରେ ପାଳନ କରିଛନ୍ତି।

Leave A Reply