Odisha news

ଗ୍ରାମ୍ୟ ଉନ୍ନୟନମନ୍ତ୍ରୀଙ୍କ ମାରାଥନ ଶିଳାନ୍ୟାସ

0

ସିମୁଳିଆ-୨୮/୦୯ : ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ଉନ୍ନୀକରଣ ନମନ୍ତେ ୫ଟି ନୂତନ ପ୍ରକଳ୍ପ ଶୁଭ ଶିଳାନ୍ୟାସ କରିଥିବା ଜଣାଯାଇଛି । ସୁଚନାରୁ ପ୍ରକାଶ ସିମୁଳିଆ ବ୍ଲକର ମାର୍କୋଣାର ପଞ୍ଚାୟତର ମାର୍କୋଣା-ସଦାନନ୍ଦପୁର ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ଗାଁ ମାର୍କୋଣାଠାରେ ୩କୋଟି ୪୦ଲକ୍ଷ ଓ ତୁଡିଗଡିଆ ଠାରୁ ଆନନ୍ଦପୁର ରାସ୍ତାର ୨କୋଟି ୯୦ଲକ୍ଷ ଟଙ୍କାର ପ୍ରକଳ୍ପର ଓଡିଶା ସରକାରଙ୍କ ଦକ୍ଷତା ବିକାଶ,ପ୍ରଯୁକ୍ତି ବିଦ୍ୟା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପି୍ରତୀ ରଂନ ଘଢେଇ ଉପସ୍ଥିତ ରହି ଶୁଭ ଶିଳାନ୍ୟାସ କରିଥିଲେ । ଏଥିସହିତ ମାର୍କୋଣା ବସଷ୍ଟାଣ୍ଡ ୫କୋଟି୪୨ଲକ୍ଷ ଟଙ୍କାର ରାସ୍ତା,କ୍ଷୀରକୋଣା ସାଧୁବୀର ଠାରୁ ଗୁଡ ରାସ୍ତା ଓ ଗମେଇ ନାଳ ଉପରେ ବିଜୁସେତୁ ୪କୋଟି ୬୦ଲକ୍ଷ ଟଙ୍କା,ବାଟି ପଞ୍ଚାୟତର ଜାମ୍ମୁଝାଡି ଠାରୁ ଈଶାଣପୁର ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ୬କୋଟି୬ଲକ୍ଷ,ଛଚିନ୍ଦା ଆରଡି ରାସ୍ତାଠାରୁ ଚୁଡୁଙ୍ଗା ରାସ୍ତା ଠାରେ ବିଜୁୁ ଜନତା ଦଳ କାର୍ଯ୍ୟାଳୟର ମଧ୍ୟ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜି ଚରଣ ମଲ୍ଲିକ,ଭଦ୍ର୍ରକ ସାଂସଦ ପ୍ରତିନିଧି ରଂଜନ କୁମାର ବେହେରା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁପରଡେଣ୍ଟ ପି୍ରତୀ ରଂଜନ ସାମଲ ପ୍ରମୁଖ ଉପସ୍ଥିତଥିଲେ ।

IEC 2 years
Leave A Reply