ସିମୁଳିଆ -୩୦/୦୭ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ କାଞ୍ଚପଡ଼ା ଗାଁ ମଝିରେ ଯାଇଥିବା ରାସ୍ତାଟି ଉପରେ ସିମୁଳିଆ ବ୍ଲକ ସମେତ ପୋଡ଼ଶୀ ବାସୁଦେବପୁର ବ୍ଲକର ଲୋକମାନେ ଯାତାୟାତ କରିଥାଆନ୍ତି । ଏହି ରାସ୍ତା ନିର୍ମାଣ ସମୟରେ ଠିକାଦାର ଜଳ ନିଷ୍କାସନ ନିମନ୍ତେ କୌ ଣସି ବ୍ୟବସ୍ଥା କରିନଥିବାରୁ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପରିମାଣର ପାଣି ଜମି ରହୁଛି । ଯାହାଫଳରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକମାନଙ୍କ ସମେତ ସ୍କୁଲ ଓ ଅଙ୍ଗନୱାଡ଼ିକୁ ଯାଉଥିବା ଛୋଟଛୋଟ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂଷିତ ପାଣି ଭିତରେ ପଶି ଯିବା ଆସିବା କରିବା ଫଳରେ ଲୋକମାନେ ଥଣ୍ଡା, ଜ୍ୱର ଓ ଚର୍ମ ରୋଗର ଶିକାର ହେଉଛନ୍ତି । ତୁରନ୍ତ ରାସ୍ତାଟିର ମରାମତି କରାନଗଲେ ଗ୍ରାମବାସୀମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି
