ସିମୁଳିଆ-୨୫/୦୭ : ବାସୁଦେବପୁର ବିରାସ ଅଞ୍ଚଳର ଜଗବନ୍ଧୁ ଜେନା ମାର୍କୋଣାରୁ ଘରକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଗବନ୍ଧୁଙ୍କର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକମାନେ ଏ ବାବଦରେ ସିମୁଳିଆ ଥାନାକୁ ଖବର ଦେଲାପରେ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଜଗବନ୍ଧୁଙ୍କ ମୃତଦେହକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ।
