ସିମୁଳିଆ-୧୫/୦୬: – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ମିର୍ଜାପୁର ଗ୍ରାମର ସପିନା ବିବି ସିମୁଳିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ସିମୁଳିଆ ଥାନା ଅଡା ପଞ୍ଚାୟତ ଅନ୍ତର୍ଗତ ଅଡ଼ା ଗ୍ରାମର ବାସିନ୍ଦା ସେକ୍ ୟସିନ୍ଙ୍କ ପୁତ୍ର ସେକ୍ ଜୈନୁଲ (୩୦)ଙ୍କୁ ଗତ ୨୦୨୧ ମସିହା ମାର୍ଚ୍ଚମାସ ୧ ତାରିଖ ଦିନ ବାସୁଦେବପୁର ଅଞ୍ଚଳର ଜଣେ କାଜିଙ୍କ ନିକଟରେ ମୁସ୍ଲିମ୍ ପ୍ରଥା ଅନୁଯାୟୀ ବିବାହ କରିଥିଲେ । ବିବାହପରେ ଉଭୟେ ମହାରାଷ୍ଟ୍ରକୁ ଯାଇ ସେଠାରେ ରହୁଥିଲେ । କିଛିିଦିନ ଭଲରେ ଚଳିବାପରେ ସପିନାଙ୍କ ସ୍ୱାମୀ ଜୈନୁଲ ଅଧିକ ଯୌତୁକ ଦାବି କରି ସପିନାଙ୍କୁ ମାର୍ଧର୍ କରିବାରୁ ତା ବାପଘର ମିର୍ଜପୁର ଗ୍ରାମକୁ ·ଲିଯାଇଥିଲେ ।
ଏହାର ସୁଯୋଗ ନେଇ ସପିନାଙ୍କ ସ୍ୱାମୀ ଜୈନୁଲ ଚଳିତମାସ ୧ତାରିଖ ଦିନ ଦ୍ୱିତୀୟ ବିବାହ କରିଥିବା ଖବର ପାଇ ଅଡ଼ା ଗ୍ରାମରେ ପହଞ୍ଚôଥିଲେ । ସେଠାରେ ତାଙ୍କୁ ମାର୍ଧର କରାଯିବାରୁ ସେ ଘଟଣା ବାବଦରେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ଏବାବଦରେ ଜୈନୁଲଙ୍କ ସହ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରି ନାହିଁ । ଅନ୍ୟ ପକ୍ଷରେ ସପିନା ବିବି ମିଛରେ ତାଙ୍କ ପୁଅକୁ ଆଇନ୍ ଅଦାଲତକୁ ଟାଣି ହଇରାଣ ହରକତ କରୁଛନ୍ତି ବୋଲି ଜୈନୁଲର ବାପା ସେକ୍ ୟସିନ ପ୍ରକାଶ କରିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସିମୁଳିଆ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
