Odisha news

ବାଲିଖଣ୍ଡ ବିଜେପି ପକ୍ଷରୁ ଅକ୍ସିଜେନ ଟାଙ୍କି ପ୍ରଦାନ

ସିମୁଳିଆ–ପୁରୁଷୋତ୍ତମପୁର ପଞ୍ଚାୟତର ବିଜେପି ପକ୍ଷରୁ ଜନସାଧାରଣଙ୍କ ସେବା ନିମନ୍ତେ ବାଲିଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅକ୍ସିଜେନ ସହ ଟାଙ୍କି ପ୍ରଦାନ କରାଯାଇଛି । ବିବରଣୀରୁ ପ୍ରକାଶ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ବାଲିଖଣ୍ଡ ଉପସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥିତ । ଏହି କେନ୍ଦ୍ର ଉପରେ ୭ଟି ପଞ୍ଚାୟତ ନୀର୍ଭରଶୀଳ ।

ଭଦ୍ରଖ ବଡ ମେଡିକାଲକୁ ଯିବାକୁ ହେଲେ ୨୫କିମି ହୋଇଥିବାବେଳେ ମାର୍କୋଣା ମେଡିକାଲଟି ୧୦କିମି ଅବସ୍ଥିତ । ଏହା ଏକ ଗୁରୁତ୍ୱପୁର୍ଣ୍ଣ ମେଡିକାଲ ହୋଇଥିବାରୁ ଆପତ୍ତିକାଳୀନ ପରିସ୍ଥିତିରେ ଅକ୍ସିଜେନ ଅଭାବରେ କେହି ଯେପରି ମୃତୁ୍ୟବରଣ ନ କରିବେ ତାହାକୁ ଆଖି ଆଗରେ ରଖି ଜନ ସାଧାରଣ ସେବା ନିମନ୍ତେ ପୁରୁଷୋତ୍ତମପୁର ପଞ୍ଚାୟତର ବିଜେପି ମଣ୍ଡଳ ପକ୍ଷରୁ ଆଜି ବାଲିଖଣ୍ଡ କେନ୍ଦ୍ରକୁ ସରପଞ୍ଚ ଦୀପକ ରଂଜନ ଖିଲାରଙ୍କ ନେତୃତ୍ୱରେ ଏକ ଅକ୍ସିଜେନ ସହ ଟାଙ୍କି ଦିଆଯାଇଛି ।

ଏହି ଟାଙ୍କି ଦେବା ଅବସରରେ ମେଡିକାଲ ପକ୍ଷରୁ ଫାର୍ମାସିଷ୍ଟ ଜଗତଜୀବନ ମହାପାତ୍ର ଉପସ୍ଥିତ ରହି ଏହାକୁ ଗ୍ରହଣ କରିଥିଲେ । ଏହି ଅବସରରେ ୪୨ନଂ ଜୋନର ମଣ୍ଡଳ ସଭାପତି ପ୍ରଦୀପ ରାୟ,ବିଜେପି ଯୁବ ନେତା ନଟବର ମହାନ୍ତି, ଲକ୍ଷ୍ମୀକାନ୍ତ ମିଶ୍ର,ବିଜୟ କୁମାର ଦାସ,ରଘୁନନ୍ଦନ ମିଶ୍ର,ରାଧାକାନ୍ତ ମହାନ୍ତି, ଗଣେଷ ମହାନ୍ତି, ସୁବାସ ବେହେରା, ରଥେଶ୍ୱର ସେଠୀ, କମଳାକାନ୍ତ ଦାସ,ବିଜେପି ପଞ୍ଚାୟତ ସଭାପତି ବିଜୟ କୁମାର ଦାସ, ସୁଦାମ ମହାନ୍ତି, ପ୍ରଶାନ୍ତ ସାହୁ, ଗଗନ ମିଶ୍ର ଓ ବରିଷ୍ଠ ନେତା ଭକ୍ତ ରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years

Comments are closed.