ସିମୁଳିଆ : ସିମୁଳିଆ ବ୍ଲକ ଅନ୍ତର୍ଗତ ମୁରୁଣା ପଞ୍ଚାୟତରେ ପର୍ଯ୍ୟଟନ ମନ୍ତ୍ରୀ ଦ୍ୱାରା ଅଷ୍ଟୋଗ୍ରାମମେଲଣ ଗୃହ ଶୁଭ ଉଦଘାଟନ ହୋଇଯାଇଛି । ଏଥି ସହିତ ମନ୍ତ୍ରୀ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିବାର ଜଣାଯାଇଛି । ବିବରଣୀରୁ ପ୍ରକାଶ ମୁରୁଣା ପଞ୍ଚାୟତର ଧୋବଗଡିଆଠାରେ ବହୁ ପ୍ରତିଷ୍ଠିତ ମେଲଣ ପଡିଆରେ ୫ଲକ୍ଷ ଅଟକଳ ମୂଲ୍ୟରେ ଅଷ୍ଟୋଗ୍ରାମ ମେଲଣ କାର୍ଯ୍ୟାଳୟ ଗୃହକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁଭ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ପଞ୍ଚାୟତବାସୀ ପକ୍ଷରୁ ପୂର୍ବତନ ସରପଞ୍ଚ ଅଜୟ କୁମାର ପତ୍ରୀ ପଞ୍ଚାୟତରେ ଏକ ନାଟ୍ୟ ମଣ୍ଡପ ଓ ଉଜ୍ଜ୍ୱଳ ବତୀ ପାଇଁ ମତ ପ୍ରକାଶ କରିଥିଲେ । ପଞ୍ଚାୟତବାସୀଙ୍କ ଆବଶ୍ୟକକୁ ଲକ୍ଷରଖି ଆବଶ୍ୟକତା ପୂରଣ କରିବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରତିଶୃତି ଦେଇଥିଲେ । ଏହି ଶୁଭ ଉଦଘାଟନୀ ସମୟରେ ମେଳନ କମିଟିର ସଭାପତି ସଦାନନ୍ଦ ପତ୍ରୀ,ସଂପାଦକ ବଂଶୀଧର ବେହେରା, ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପତ୍ରୀ,ସ୍ଥାନୀୟ ସରପଞ୍ଚଭାଗବତ ସାହୁ,ଓ ବ୍ଲକ ଉପାଧ୍ୟକ୍ଷ ଗୈ÷ାରାଙ୍ଗ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।