ସିମୁଳିଆ-୨୦/୦୯ : ପୂର୍ବରୁ ବନ୍ଦ ହୋଇଯାଇଥିବା ଏଲ.ସି-୧୧୧ ରେଳ ଫାଟକକୁ ପାଦଚଲା ରାସ୍ତା ନିର୍ମାଣ ନିମନ୍ତେ ରେଳ ପ୍ରବନ୍ଧକ ଖଡଗପୁରଙ୍କୁ ନିବେଦନ କରିଛନ୍ତି ସିମୁଳିଆ ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ଦାଶ । ବିବରଣୀରୁ ପ୍ରକାଶ ମାର୍କୋଣା ରେଳ ଷ୍ଟେସନର ଦକ୍ଷିଣରେ ପଟରେ ଥିବା ଏଲ.ସି-୧୧୧ନଂ ରେଳ ଫାଟକଟିକୁ ୨୦୧୫ ମସିହା ମାର୍ଚ୍ଚମାସ ୧୬ତାରିଖରେ ରେଳ କର୍ତ୍ତୃପକ୍ଷ ଉଠାଇଦେବା ପରେ ଗୋଟିଏ ରାସ୍ତା ଦେଇ ଦୁଇଟି ବ୍ଲକର ଜନସାଧାରଣଙ୍କୁ ଗୋଟିଏ ଫାଟକ ଦେଇ ଯିବାକୁ ପଡୁଛି । ମାର୍କୋଣା ରେଳ ଷ୍ଟେସନରେ ଉତ୍ତର ପାଖ କେବିନ ନିକଟସ୍ଥ ବଣା ୧୧୦ନଂ ଲେଭଲକ୍ରସିଂର ନିକଟରେ ଥିବା ଏକ ପୋଲ ରାସ୍ତାଟି ଧସିଯିବା ପରେ ଜନସାଧାରଣ ଯିବାଆସିବା ପାଇଁ ଏକ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି ହୋଇଛି ।
ଏହି ଖବର ପ୍ରସାରଣ ପରେ ରେଳ ବିଭାଗ ପକ୍ଷରୁ ଅତି ତରବରିଆ ଭାବରେ ବସ୍ତା ପେକ୍ କରି ଏକ ପ୍ରକାର କାମ ସାରି ରେଳ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି । ଏହି ଗୋଟିଏ ରାସ୍ତା ଦେଇ ସବୁଯାନ ଯାତାୟତ କରିଥାନ୍ତି । କେତେବେଳେ ଭାରିଯାନ ଯାତାୟତ ସମୟରେ ଏକ ଭଙ୍ଗା ପୋଲରେ ହୋଇଥିବା ବସ୍ତା ପେକ୍ ଧସି ପଡି ଜନଜୀବନ ନଷ୍ଟ ନ ହେବ ତାର ଗ୍ୟାରେଣ୍ଟି କାହା ପାଖରେ ନାହିଁ । ଅପରପକ୍ଷେ ମାର୍କୋଣା ରେଳ ଷ୍ଟେସନର ଦକ୍ଷିଣରେ ବନ୍ଦ ଥିବା ଏଲ.ସି-୧୧୧ ଫାଟକଟି ଗୈ÷ାଡଦିଆ ଗ୍ରାମରେ ଅଛି । ଏହା ଗ୍ରାମକୁ ଦୁଇ ଭାଗ କରି ରେଳପଥ ଯାଇଛି ।
ଗ୍ରାମର ପୂର୍ବ ପାଶ୍ୱର୍ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଅଛି । ବିଦ୍ୟାଳୟ ସମୟରେ ରେଳପଥ ପାର ହୋଇ ପଶ୍ଚିମ ପାଶ୍ୱର୍ରେ ଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଥାନ୍ତି । ଏତଦ୍ଭିନ୍ନ ଗ୍ରାମର ଲୋକମାନେ କାମ ଓ ଆବଶ୍ୟକତା ପୂରଣ ପାଇଁ ରେଳ ଲାଇନ ପାର ହୋଇ ଯିବା ଆସିବା କରନ୍ତି । ପଶ୍ଚିମ ପାଶ୍ୱର୍ର ଶତାଧିକ ଲୋକ ଦୈନଦିନ ରେଳ ଲାଇନ ପାର ହୋଇ ମାର୍କୋଣା ଷ୍ଟେସନ ଓ ବଜାର ଆସିଥାନ୍ତି । ବର୍ତ୍ତମାନ ରେଳ ଲାଇନ କ୍ରମଶଃ ଉଚ୍ଚ ହେବାରେ ଲାଗିଛି ।
ଯିବାଆସିବା ପାଇଁ ଗ୍ରାମର ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଏସବୁ କାରଣ ଦର୍ଶାଇ ସିମୁଳିଆ ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ଦାଶ ଆଇ.ଆର.ଏସ ରେଳ ମଣ୍ଡଳ ପ୍ରବନ୍ଧକ,ଖଡଗପୁର ଦକ୍ଷିଣପୂର୍ବ ରେଳ ପଥର ମନୋରଂଜନ ପ୍ରଧାନଙ୍କୁ ଏହି ରେଳ ଫାଟକକୁ ଏକ ଦୁଇ ଫୁଟର ରାସ୍ତା କରାଯାଇ ପାଦ ଚଲା ରାସ୍ତା କରାଗଲେ ଗ୍ରାମବାସୀମାନେ ଉପକୃତ ହୋଇ ପାରିବେ ବୋଲି ଏହି ସ୍ଥାନର ୩ଟି ଫଟୋକପି ସହ ନିବେଦନ କରିଥିବାର ଜଣାଯାଇଛି
