Odisha news

ସିମୁଳିଆ : କଣ୍ଟେନମେଣ୍ଟ ଜୋନରୁ ୧ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି

0

ସିମୁଳିଆ : ସିମୁଳିଆ ଅଞ୍ଚଳରେ ଆଉ ୧ ପଜିଟିଭ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ସିମୁଳିଆ ମେଡିକାଲ ପକ୍ଷରୁ ଆକ୍ରାନ୍ତଙ୍କ ପରିବାରର ରକ୍ତ ବମୂନା ପରୀକ୍ଷା କରାଯାଇଥିବାର ଜଣାଯାଇଛି । ବିବରଣୀରୁ ପ୍ରକାଶ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତର ପୁଣି ଏକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି  ।  ଆାକ୍ରାନ୍ତଙ୍କ ବୟସ ୪୫ବର୍ଷ ହୋଇଥିବାବେଳେ ସେ ସରକାରୀ ଚାକିରିଆ ଭାବେ କାର୍ଯ୍ୟ କରନ୍ତି ।

ଆକ୍ରାନ୍ତ ଜଣଙ୍କ କେଉଁ ଲିଙ୍କ୍ରେ ଆସିଛନ୍ତି ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।  ମାର୍କୋଣା ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଦୁଇ ଦୁଇ ଥର ସଟ୍ଡାଉନ୍ କରାଯାଇଥିବାବେଳେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।  ମାର୍କୋଣା ପଞ୍ଚାୟତର ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ସମୁଦାୟ ସିମୁଳିଆ ଅଞ୍ଚଳରେ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣାଯାଇଛି । ସିମୁଳିଆ ମେଡିକାଲ ପକ୍ଷରୁ ଆକ୍ରାନ୍ତଙ୍କ ପରିବାରକୁ ଭେଟି ସେମାନଙ୍କ ପରିବାରର ୩ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିବାର ଜଣାଯାଇଛି । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୀରକୋଣାଠାରେ ଲୋକାଲ କେସ୍ରେ ୫୩ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବାର ଜଣାଯାଇଛି ।

Nalco

Leave A Reply