Odisha news

ଦମ୍ପତ୍ତିକୁ ନଣ୍ଡା କରିବା ମହଙ୍ଗା ପଡିଲା : ଉଦ୍ଭ୍ରାନ୍ତ ୭ଜଣ ଯୁବକ ଗିରଫ

0

ସିମୁଳିଆ : କିଛି ଉଦ୍ଭ୍ରାନ୍ତ ଯୁବକ ମାନବିକତାର ସବୁ ସୀମା ଟପିଯାଇ ଘରେ କେହି ନଥିବା ସମୟରେ ମହିଳାଙ୍କୁ ଆକ୍ରମଣ ,ସ୍ୱାମୀକୁ ପିଟିବା ପରେ ଦମ୍ପତ୍ତିଙ୍କୁ ନଣ୍ଡା କରିବା ଭଳି ଘଟଣା ଘଟାଇବା ଯୁବକମାନଙ୍କୁ ମହଙ୍ଗା ପଡିଛି । ଶେଷରେ ସିମୁଳିଆ ପୋଲିସ ଦ୍ୱାରା ଗତକାଲି ରାତିରେ ଗିରଫ ହୋଇ ଆଜି ସେମାନଙ୍କୁ ଜେଲ ହାଜତକୁ ଯିବାକୁ ପଡିଛି । ବିବରଣୀରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତର କଇଁଶୀ ଗ୍ରାମର ବାଲିଆ ସିଂଙ୍କ ଘରେ କେହି ନ ଥିବା ସମୟରେ ସ୍ଥାନୀୟ ଗ୍ରାମର ୭ଜଣ ଯୁବକ ଘରେ ପଶି ତାଙ୍କ ସ୍ତ୍ରୀ ବର୍ଷାକୁ ଅଶାଳୀନ ବ୍ୟବହାର କରିବା ସହ ତାର ଦେହ ହାତକୁ କାମୁଡି ପକାଇଥିଲେ । ଯନ୍ତ୍ରଣାରେ ଚିକ୍ରାର କରିବାରୁ ଶଶୁର ଓ ସ୍ୱାମୀ ଆସି ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଉତକ୍ଷିପ୍ତ ହୋଇ ଏହି ଯୁବକମାନେ ବାଲିଆକୁ ବାନ୍ଧି ପକାଇ ନିର୍ଦ୍ଧୁମ ମାଡ ମାରିଥିଲେ । ମାଡ ମାରିବା ସହିତ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନଣ୍ଡା କରିପକାଇଥିଲେ ।

ଘରେ ପଶି ଘର କରିବା ପାଇଁ ରଖିଥିବା ୧୩ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ । ଆହତ ବାଲିଆ ତାଙ୍କ ସମ୍ପର୍କିୟଙ୍କ ସାହାର୍ଯ୍ୟରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ  ଡାକ୍ତର ତାଙ୍କୁ ଭଦ୍ରକ ମେଡିକାଲକୁ ପଠାଇଥିଲେ । ବାଲିଆ ଅତି ଗରିବ ହୋଇଥିବାରୁ ପାଖରେ ପଇସା ନାହିଁ ଓ ଯାହା ପାଇସା ଥିଲା ଯୁବକମାନେ ନେଇଯାଇଥିବାରୁ ସେ ଆଉ ଭଦ୍ରକ ମେଡିକାଲକୁ ଯାଇ ପାରୁନାହାନ୍ତି ବୋଲି କୋହଭରା କଣ୍ଠରେ କହୁଥିଲେ । ବର୍ଷା ସିଂ ସିମୁଳିଆ ଥାନାରେ ବୁଧୁବାର ଦିନ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏଭଳି ମର୍ମସ୍ପଶୀ ଘଟଣାର ସିମୁଳିଆ ପୋଲିସ ଗୁରୁତର ସହକାରେ ନେଇ ତକ୍ରାଳ ଉକ୍ତ ୭ଜଣ ଯୁବକ ଡେରୁ ମୁର୍ମୁ ପୁଅ ଡା. ମୁର୍ମୁ, ସବାନ ହାଁସଦାର ପୁଅ ଚଣିଆ ହାଂସଦା, କୁଅଁର ମୁର୍ମୁର ପୁଅ ଧୁମା ମୁର୍ମୁ, ଟିଲୁ ମୁର୍ମୁର ପୁଅ ଶ୍ୟାମ ମୁର୍ମୁ, ରମେଶ ହଁସଦା ପୁଅ ଥିବୁ ହାଁସଦା,ଗୁର୍ବା ହାଁସଦା ପୁଅ ଚନ୍ଦ୍ରୁ ହାଁସଦା, ଓ ନାଲୁ ମୁର୍ମୁର ପୁଅ ଥେଣ୍ଟା ମୁର୍ମୁ ପ୍ରମୁଖକୁ ଗିରଫ କରି ଆଜି ସେମାନଙ୍କୁ ଡାକ୍ତରମାଇନା କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି ।

Leave A Reply