ପହେଲଗାମ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ର ପଦକ୍ଷେପ ଖୁବ କଠୋର ହୋଇଛି l ସରକାର ପାକିସ୍ତାନୀ ନାଗରିକ ମାନଙ୍କର ଭିସା ରଦ୍ଧ କରିଦେଇଛି, ଏପରିସ୍ଥିତି ରେ ଭାରତରେ ରହହୁଥିବା ପାକିସ୍ତାନୀ ନାଗରିକ ଙ୍କୁ ବର୍ତମାନ ଦେଶ ଛାଡି ଯିବା ପାଇଁ ନିର୍ଦେଶ ଦେଇଛି, ଏପରି ସ୍ଥିତି ରେ ସର୍ବଦା ଚର୍ଚାରେ ରହୁଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ଙ୍କର ବର୍ତ୍ତମନ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି l ଏବଂ ସେ ଏହି ଭିଡିଓ ରେ ନିଜ ସ୍ୱାମୀ ସଚିନ ଙ୍କ ସହିତ ଦେଖା ଯାଉଛନ୍ତି l ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କୁ କହୁଛନ୍ତି ମୁଁ ଆଜି ଆପଣଙ୍କ ଶରଣ ରେ ରହିବାକୁ ଚାହୁଁଚି, ମୁଁ ଝିଅ ପାକିସ୍ତାନ ର ଥିଲି କିନ୍ତୁ ବର୍ତମାନ ବୋହୁ ଭାରତର ଅଟେ l
ଏହି ଭିଡିଓ ଟିକୁ ସୀମା ସଚିନ ନାମରେ ଆକାଉଣ୍ଟ ରୁ ପୋଷ୍ଟ ହୋଇଛି, ଯାହାକୁ ନେଇ ଅନେକ ଲୋକ ଲାଇକ କରିଛନ୍ତି, ଅନେକ ୟୁଜର୍ସ ଏହି ପୋଷ୍ଟ ରେ କମେନ୍ଟ ମଧ୍ୟ କରିଛନ୍ତି l ୟୁଜର୍ସ ମାନେ ସୀମା ଙ୍କୁ ସପୋର୍ଟ କରିଛନ୍ତି l ୨୦୨୩ ରେ ସୀମା ହାଇଦର ଭାରତରେ ପ୍ରବେଶ କରିଥିଲେ, ଏବଂ ସେ ଦାବୀ କରିଥିଲେ ଯେ ସେ ଜଣେ ଭାରତୀୟା ଯୁବକଙ୍କୁ ପ୍ରେମ କରୁଛନ୍ତି, ଏହାପରେ ସେ ଭାରତରେ ରହିଥିଲେ l ଭାରତର ପାକିସ୍ତାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ଅନେକ ପାକିସ୍ତାନୀ ନାଗରିକ ଭାରତ ଛାଡି ଚାଲି ଯାଉଛନ୍ତି l ଏବଂ ଏପରିସ୍ଥିତି ରେ ସୀମା ଚିନ୍ତିତ ହୋଇ ପଡିଛନ୍ତି l