Odisha news

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା : ୧୫୦ ଦଇତାପତି କରିବେ ସ୍ନାନଯାତ୍ରା ପହଣ୍ଡି

0

ପୁରୀ :ଆସନ୍ତା ଜୁନ୍ ୫ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ଚଳିତବର୍ଷ କୋଭିଡ୍ କଟକଣା ଦୃଷ୍ଟିରୁ ସ୍ନାନଯାତ୍ରାରେ ଦଇତାପତି ସେବାୟତଙ୍କ ସଂଖ୍ୟାକୁ ସୀମିତ କରାଯିବ ସ୍ନାନ ଯାତ୍ରା ପାଇଁ ନିୟୋଜିତ ହେବେ ୧୫୦ଜଣ ଦଇତାପତି ସେବାୟତ ସେମାନେ ସ୍ନାନଯାତ୍ରାରେ ଚାରି ଠାକୁରଙ୍କ ପହଣ୍ଡି ବିଧି କରିବେ ୬୦ଜଣ ଦଇତାପତି ଶ୍ରୀଜଗନ୍ନାଥ,୫୦ଜଣ  ପ୍ରଭୁ ବଳଭଦ୍ର୩୦ଜଣ  ଦେବୀ ସୁଭଦ୍ରା ୧୦ଜଣ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି ବିଜେ କରାଇବେ

ରବିବାର  ଅନୁଷ୍ଠିତ ଦଇତାପତି ନିଯୋଗର ସାଧାରଣ ସଭାରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ସ୍ନାନ ପୂର୍ଣ୍ଣମୀ ନୀତିରେ ଅଂଶଗ୍ରହଣ କରିବାକୁ ଥିବା ଦଇତାପତିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି ନିଯୋଗ ପକ୍ଷରୁ ପ୍ରସ୍ତୁତ ତାଲିକା ପ୍ରଶାସନକୁ ଦିଆଯିବା ପରେ ସମସ୍ତ ଦଇତାପତିଙ୍କ କୋଭିଡ ଟେଷ୍ଟ କରାଯାଇ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଦଇତାପତି ନିଯୋଗ ସଭାପତି ରବି ଦାସ ମହାପାତ୍ର

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ ଦାସ ମହାପାତ୍ର କହିଛନ୍ତି ଯେ ଆସନ୍ତା ସ୍ନାନପୂର୍ଣ୍ଣ ନୀତି ପାଇଁ ସରକାରଙ୍କ ସହ ଆଲୋଚନା କରାଯାଇଛି କୋଭିଡ କଟକଣା ମଧ୍ୟରେ କିପରି ସ୍ନାନଯାତ୍ରା ସମ୍ପନ୍ନ ହେବ ସେ ବିଷୟରେ ରବିବାର  ଅନୁଷ୍ଠିତ ନିଯୋଗର ବୈଠକରେ ଆଲୋଚନା କରାଯାଇଛି ୧୫୦ଜଣ ଦଇତାପତି ପହଣ୍ଡି କରାଇବା ପାଇଁ ନିଯୋଗ ନିଷ୍ପତ୍ତି ନେଇଛି ନିଯୋଗର ମୁଖପାତ୍ର ଗଣପତି ଦାସ ମହାପାତ୍ର ବିଭିନ୍ନ ସମୟରେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ସେ କହିଥିଲେ ନିଯୋଗର ସମ୍ପାଦକ ଦୁର୍ଗା ପ୍ରସାଦ ଦାସ ମହାପାତ୍ର ପ୍ରକାଶ କରିଛନ୍ତି ଯେ ପହଣ୍ଡି ହେଉଛି ଦଇତାପତିମାନଙ୍କର ମୁଖ୍ୟ ଦାୟିତ୍ୱ

ଅନ୍ୟ ସେବାୟତମାନେ ସେଥିରେ ସହାୟତା କରିଥାନ୍ତି ଦଇତାପତିମାନେ ବିଭିନ୍ନ ପର୍ଯ୍ୟାୟରେ ରହିଥିବା ନୀତି ସମ୍ପାଦନ କରିବେ ଠାକୁର ରୁନ୍ଧା ହେବା ପରେ ରାତି ପର୍ଯ୍ୟନ୍ତ କେତେ ସଂଖ୍ୟକ ଦଇତାପତି ବିଭିନ୍ନ ସମୟରେ ସ୍ନାନବେଦୀ ଉପରେ ରହିବେ ତାହାର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ପରମ୍ପରା ସ୍ୱତ୍ତ୍ୱଲିପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ତେବେ ସେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ  ମନ୍ଦିର ଭିତରକୁ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ପରିମାଣିକ ଦର୍ଶନ କିମ୍ବା ସାହାଣ ମେଲା ଦର୍ଶନ ହେବ ନାହିଁ

ଏଥର ଦର୍ଶନ ହେଉନଥିବାରୁ ସ୍ନାନପୂର୍ଣ୍ଣମୀ ପରଦିନ ଅଣସର ହେବ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସରକାର ଯେଉଁ କଟକଣା କରିଛନ୍ତି ସେଥିରେ ସେମାନେ ସହଯୋଗ କରିବେ ବୋଲି କହିଥିଲେ ସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ବାହାରକୁ ଆସିନଥାଉ କେହି ଆମ ଘରକୁ ଆସିନଥାନ୍ତି ଏପରିକି ଆମେ କାହାଠାରୁ ପାଣି ମଧ୍ୟ ଗ୍ରହଣ କରିନଥାଉ ଏହା ଏକ ପ୍ରକାର ହୋମ କ୍ୱାରେଣ୍ଟାଇନ ନୁହେଁ କି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ

ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ଯାହା କରିବ ଆମେ ତାହା ଗ୍ରହଣ କରିବୁ ବୋଲି ଶ୍ରୀଦାସ ମହାପାତ୍ର କହିଥିଲେ   ପାସ ନଥିବା ସେବକଙ୍କୁ ଜଳବିଜେ ନୀତି ପରେ ନିର୍ଦ୍ଧିଷ୍ଟ ସମୟରେ କିଛି ସମୟ ପାଇଁ ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଭିତରକୁ ଯିବା ଲାଗି ଅନୁମତି ଦେବାକୁ  ପ୍ରଶାସନକୁ ନିବେଦନ କରିବେ ବଡଦାଣ୍ଡରେ ସାମାଜିକ ଦୂରତା ବଜାୟ ରଖି ଭକ୍ତମାନେ ଦର୍ଶନ କରିବା ପାଇଁ ଅନୁମତି ଦେବାକୁ  ସରକାରଙ୍କୁ ନିବେଦନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ

Leave A Reply