Odisha news

ଶିବରାଜ ସିଂଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ : ୨୮ନୂଆ ମନ୍ତ୍ରୀଙ୍କର ଶପଥ ଗ୍ରହଣ

0

ମଧ୍ୟପ୍ରଦେଶ : ଆଜି ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଗଲା l ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ ରାଜଭବନରେ ସମୁଦାୟ ୨୮ ଜଣ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ l ମଧ୍ୟପ୍ରଦେଶରେ କମଲନାଥ ସରକାର ଇସ୍ତଫା ଦେବା ପରେ ମାର୍ଚ୍ଚ ମାସ ୨୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ ନେଇଥିଲେ ,ସେହି ସମୟରେ କିଛି ମନ୍ତ୍ରୀଙ୍କୁ ସାମିଲ କରା ଯାଇଥିଲା l

ଗୁରୁବାର ଦିନ ୨୮ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଗଲା ,ସେଥି ମଧ୍ୟରୁ ୨0 ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଜ୍ୟ ପାହିଆ ମନ୍ତ୍ରୀ ସାମିଲ ଅଛନ୍ତି l ଏଥିରେ ଗୋପାଳ ଭର୍ଗବ ,ବିଜୟ ସାହା ,ଯଶୋଧାରା ରାଜେ ସିନ୍ଧିଆ ଙ୍କ ସମେତ ବଡ ନେତାମାନେ ସାମିଲ ଅଛନ୍ତି l ନୂଆ ସରକ ଗଠନ ନହେଲାପରେ ଏହା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରଥମ ଥର ହୋଇଛି l ଯେଉଁଥିରେ କଂଗ୍ରେସରୁ ଭାଜପାକୁ ଆସିଥିବା ଜ୍ୟୋତିରlଦିତ୍ୟ ସିନ୍ଧିଆଙ୍କ ସହିତ ତାଙ୍କ ସମର୍ଥକ ମାନଙ୍କର ଛାପ ଦେଖିବାକୁ ମିଳିଥିଲା l ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରlଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ l

କ୍ୟାବିନେଟ ବିସ୍ତାର ପୂର୍ବରୁ ଶିବରାଜ ସିଂ ଦିଲ୍ଲୀ ଯାଇ ଭାଜପାର ନେତା ମାନଙ୍କ ସହିତ ମନ୍ତ୍ରଣା କରିଥିଲେ l ସିନ୍ଧିଆଙ୍କ ସମର୍ଥକ ତୁଳସୀ ସିଲାବଟ ଓ ଗୋବିନ୍ଦ ସିଂ ରାଜପୂତଙ୍କୁ ଆରମ୍ଭରୁ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଏପ୍ରିଲ ମାସରେ ସାମିଲ କରାଯାଇଥିଲା l

Leave A Reply

Your email address will not be published.