Odisha news

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ : ଏହିସବୁ ଜିନିଷ କୁ ଅର୍ପଣ କରିବା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ , ସମସ୍ତ ବିଘ୍ନ ଦୂର ହେବା ସହିତ ମନୋବାଞ୍ଚିତ ଫଳ ପ୍ରାପ୍ତି ହେବ

0
ଆଜି ହେଉଛି ପବିତ୍ର ମହାଶିବରାତ୍ରୀ, ମାନ୍ୟତା ଅନୁସାରେ କୁହାଯାଇଛି ଯେ ଏହିଦିନ ମହାଦେବ ଓ ମା ପାର୍ବତୀ ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା l ପୁରାଣର ବର୍ଣନା ଅନୁସାରେ ମହାଦେବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ଶିବରାତ୍ରୀ ଦିନ ପୃଥିବୀ ପୃଷ୍ଠର ସମସ୍ତ ଶିବଲିଙ୍ଗ ରେ ବିରାଜମାନ କରି ଥାଆନ୍ତି l ଶିବ ପୁରାଣର ବର୍ଣନା ଅନୁସାରେ ମହାଶିବରାତ୍ରୀ ଦିନ ଜ୍ୟୋତିର୍ଲିଙ୍ଗ ଭାବରେ ପ୍ରକଟ ହୋଇଥିଲେ l ମହାଦେବ ଙ୍କୁ ଭୋଳାନାଥ ମଧ୍ୟ କୁହାଯାଇ ଥାଏ l ତେଣୁ ଶ୍ରଦ୍ଧାରେ ମହାଦେବ ଙ୍କୁ ଯାହା କିଛି ବି ଅର୍ପଣ କରାଯାଏ ସେ ସନ୍ତୁଷ୍ଟ ହୋଇ ଯାଆନ୍ତି l ତଥାପି ଶିବରାତ୍ରୀ ଦିନ ମହାଦେବ ଙ୍କ ନିକଟରେ ଅଲଗା ଅଲଗା ଜିନିଷ ଅର୍ପଣ କରିବା ଦ୍ୱାରା ମନୋବଞ୍ଚିତ ଫଳ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ସେହି ପଦାର୍ଥ ଗୁଡ଼ିକ କଣ ।
୧) ଭାଙ୍ଗ -: ଭାଙ୍ଗ ମହାଦେବ ଙ୍କ ପ୍ରିୟ ପଦାର୍ଥ ମାନଙ୍କ ମଧ୍ୟରୁ ଗୋଟିଏ । ଭାଙ୍ଗ ଶୀତଳତା ପ୍ରଦାନ କରିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଯେତେବେଳେ ମହାଦେବ ହଳାହଳ ବିଷ ସେବନ କରିଥିଲେ ସେତେବେଳେ ତାଙ୍କର ବ୍ୟାକୁଳତା ଦୂର କରିବା ପାଇଁ ଭାଙ୍ଗ କୁ ଔଷଧି ଭାବରେ ଦିଆ ଯାଇଥିଲା। ମାନ୍ୟତା ଅନୁସାରେ ଶିବରାତ୍ରି ଦିନ ମହାଦେବ ଙ୍କୁ ଭାଙ୍ଗ ଅର୍ପଣ କରିବା ଦ୍ୱାରା ଗମ୍ଭୀର ରୋଗ ଦୂର ହୋଇଥାଏ । ସେଥିପାଇଁ ଭାଙ୍ଗ ପତ୍ର କୁ ପେଶୀ ଦୁଗ୍ଧ ରେ ମିଶାଇ ଓ ମହାଦେବ ଙ୍କ ଅଭିଷେକ କରନ୍ତୁ ।
* ଗହମ :- ସନ୍ତାନ ପ୍ରାପ୍ତି ପାଇଁ ଭୋଳନଥ ଙ୍କୁ ଗୋଟିଏ ମୁଠା ଗହମ ଶିବରାତ୍ରି ରେ ଅର୍ପଣ କରନ୍ତୁ । ଏହାଛଡା ନିଃସନ୍ତାନ ଦମ୍ପତି ଶିବ ଚାଳିଶା ପାଠ କରନ୍ତୁ । କହାଯାଏ ଯେ ଏହାଦ୍ବାରା ଖୁବ୍ ଶୀଘ୍ର ସନ୍ତାନ ପ୍ରାପ୍ତି ଲାଭ ହୋଇଥାଏ ।
* ମନ୍ଦାର ଫୁଲ :- ମନ୍ଦାର ଫୁଲ ବ୍ୟକ୍ତିର ସାଂସାରିକ ବନ୍ଧନ ରୁ ମୁକ୍ତି ଦେଇଥାଏ । ମହାଦେବ ଙ୍କ ର ମନ୍ଦାର ଫୁଲ ଖୁବ୍ ପ୍ରିୟ ଅଟେ । ଏହାଦ୍ବାରା ଜନ୍ମ ଓ ମରଣ ର ବନ୍ଧନ ରୁ ମୁକ୍ତି ମିଳିଥାଏ।
* ଅକ୍ଷତ:-
ଆର୍ଥିକ ଅନାଟନ ଦୂର କରିବା ପାଇଁ ମହାଶିବରାତ୍ରୀ ରେ ମହାଦେବ ଙ୍କୁ ଗୋଟିଏ ମୁଠା ଚାଉଳ ଅର୍ପଣ କରନ୍ତୁ । ମାନ୍ୟତା ରହିଛି ଯେ ଧନ ସମ୍ପତି ଲାଭ ପାଇଁ ମଧ୍ୟ ଏହି ଉପାୟ ଖୁବ୍ ପ୍ରଭାବଶାଳୀ ।
* ଆଖୁ ରସ -:
ଯଦି ଜୀବନ ରେ ଗ୍ରହ ମାନଙ୍କର ଅଶୁଭ ଯୋଗ ରୁ ରକ୍ଷା ପାଇବା ପାଇଁ ଓ ସଫଳତା ଲାଭ କରିବା ପାଇଁ ଆଖୁ ରସ ମହାଦେବ ଙ୍କ ନିକଟରେ ଅର୍ପଣ କରନ୍ତୁ । ଏହାଛଡା ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ ।
* ଘିଅ :-
ବିବାହ କାର୍ଯ୍ୟରେ ବିଳମ୍ବ ହେଉଥିଲେ କିମ୍ବା ନିଜ ଇଚ୍ଛା ମୁତାବକ ଜୀବନ ସାଥୀ ପାଇବାକୁ ଚାହୁଁଥିଲେ ଇଚ୍ଛା ପୂର୍ଣ୍ଣ ପାଇଁ ମହାଦେବ ଙ୍କୁ ଘିଅ ରେ ଅଭିଷେକ କରନ୍ତୁ ।
Nalco
Leave A Reply