ମହାଶିବରାତ୍ରୀ ଦିନ ନିଜ ରାଶି ଅନୁସାରେ ଜପ କରନ୍ତୁ ଶିବ ମନ୍ତ୍ର , ଲାଭ କରିବେ ସୌଭାଗ୍ୟ ଓ ସୁଖମୟ ହେବ ଦାମ୍ପତ୍ୟ ଜୀବନ
ମହାଶିବରାତ୍ରୀ ହିନ୍ଦୁ ଧର୍ମରେ ଗୋଟିଏ ବଡ଼ ପର୍ବ ଅଟେ । ଏହିଦିନ ପ୍ରତ୍ୟେକ ଶୈବ ଧର୍ମାବଲମ୍ବୀ ନିଜ ପରିବାରର ମଙ୍ଗଳ କାମନା କରି ମହାଦେବ ଙ୍କୁ ପ୍ରାର୍ଥନା କରି ଥାଆନ୍ତି । ଏହିଦିନ କିଛିଟା ମନ୍ତ୍ରକୁ ଜପ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହିତ ମହାଦେବ ଙ୍କ କୃପା ଲାଭ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ରେ ରାଶି ଅନୁସାରେ କିଛିଟା ପ୍ରଭାବଶାଳୀ ମନ୍ତ୍ର କୁ ୧୦୮ ଥର ଜପ କରିବା ଦ୍ୱାରା ଜୀବନ ର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ ।
– ମେଷ ରାଶି ର ବ୍ୟକ୍ତି ମହାଶିବରାତ୍ରି ରେ ଶିବ ପଞ୍ଚକ୍ଷରି ମନ୍ତ୍ର ଓମ୍ ନମଃ ଶିବାୟ ୧୦୮ ଥର ଜପ କରିବା ଦ୍ୱାରା ଜୀବନ ରୁ ଦୁଃଖ ବ୍ୟାଧି ଓ ଦାରିଦ୍ର୍ୟ ଦୂର ହୋଇଥାଏ ।
– ବୃଷ ରାଶି ର ବ୍ୟକ୍ତି ମହାଶିବରାତ୍ରି ରେ ଓମ୍ ନାଗେଶ୍ଵରାୟ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ ଏହା ଜୀବନ ର ସମସ୍ତ ପୀଡା ଦୂର କରିବ ।
– ମିଥୁନ ରାଶି ର ବ୍ୟକ୍ତି ମହାଶିବରାତ୍ରି ଦିନ କାଳଙ୍ଗ ମହାକାଳମ କାଳମ୍ କୃପାଲଂ ଓମ୍ ନମଃ ଶିବାୟ ଜପ କରନ୍ତୁ ।
– କର୍କଟ ରାଶି ର ଲୋକେ ମହାଶିବରାତ୍ରି ଦିନ ଶିବ ପୂଜା ସମୟରେ ଓମ୍ ଚନ୍ଦ୍ରମୌଲେଶ୍ୱର୍ ନମଃ ମନ୍ତ୍ର ପାଠ କରନ୍ତୁ ।
– ସିଂହ ରାଶି ର ଲୋକେ ମହାଶିବରାତ୍ରି ଦିନ କାଳମ୍ ମହା କାଳମ୍ କୃପାଲଂ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।
– କନ୍ୟା ରାଶି ର ଲୋକେ ମହାଶିବରାତ୍ରି ଦିନ ଓମ୍ ନମଃ ଶିବାୟ କାଳମ୍ ଓମ୍ ନମଃ ମନ୍ତ୍ର ପାଠ କରନ୍ତୁ ।
– ତୁଳା ରାଶି ର ବ୍ୟକ୍ତି ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରିବା ଆବଶ୍ୟକ ।
– ବିଛା ରାଶି ର ଶିବରାତ୍ରି ଦିନ ଓମ୍ ହୋମ ଓମ୍ ଜୁଙ୍ଗ ଶଃ ମନ୍ତ୍ର ଜପ କରନ୍ତୁ ।
– ଧନୁ ରାଶି ର ମହାଶିବରାତ୍ରି ଦିନ ଓମ୍ ନମଃ ଶିବାୟ ଗୁରୁ ଦେବାୟ ନମଃ ମନ୍ତ୍ର ଜପ କରନ୍ତୁ ।
– ମକର ରାଶି ର ବ୍ୟକ୍ତି ମହାଶିବରାତ୍ରି ପର୍ବ ରେ ଓମ୍ ହୋମ୍ ଓମ୍ ଯୁଂ ଶଃ ନମଃ ମନ୍ତ୍ର ପାଠ କରନ୍ତୁ ।
– କୁମ୍ଭ ରାଶି ର ବ୍ୟକ୍ତି ମହାଶିବରାତ୍ରି ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ, ଏହାଦ୍ବାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
– ମହାଶିବରାତ୍ରି ଦିନ ମୀନ ରାଶି ର ଲୋକେ ଓମ୍ ନମଃ ଶିବାୟ ଗୁରୁ ଦେବୟ ନମଃ ମନ୍ତ୍ର ଜପ କରନ୍ତୁ ।
