ଆଜି ହେଉଛି ଫେବୃଆରୀ ୨୬ ତାରିଖ ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦଶୀ, ଆଜିର ଦିନଟି ଦେବଦେବ ମହାଦେବଙ୍କୁ ସମର୍ପିତ ଅଟେ, ମହାଶିବରାତ୍ରି ଦିନ ଯେଉଁ ବ୍ୟକ୍ତି ମହାଦେବ ଙ୍କୁ ପୂଜା କରି ବ୍ରତ ରଖି ଥାଆନ୍ତି ମହାଦେବ ତାଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି, ମହାଶିବରାତ୍ରି ଦିନ ମହାଦେବଙ୍କୁ ଜଳାଭିଷେକ କରିବା ଦ୍ୱାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ, ହିନ୍ଦୁ ଧର୍ମରେ ବ୍ରତ ଖୁବ କଠିନ ଅଟେ, ତେଣୁ ଭକ୍ତମାନେ ପ୍ରଭୁଙ୍କ ନିକଟରେ ବିଶ୍ୱାସ ଓ ଭକ୍ତି ରଖି ସମ୍ପୂର୍ଣ ସମର୍ପଣ କରି ପୂଜନ କରିବା ଆବଶ୍ୟକ l କିନ୍ତୁ ମହାଶିବରାତ୍ରି ବ୍ରତ କିଛିଟା ଲୋକ ମଧ୍ୟ କରିବା ଉଚିତ ନୁହେଁ l
କେଉଁମାନେ ମହାଶିବରାତ୍ରି ବ୍ରତ କରିବା ଉଚିତନୂହେଁ –
ଶିବ ପୁରାଣ ଅନୁସାରେ ମହାଶିବରାତ୍ରି ବ୍ରତକୁ ନେଇ କିଛିଟା ବିଶେଷ ନିୟମ ରହିଛି, ଏବଂ ମହାଦେବଙ୍କ ପୂଜା ରେ କେଉଁ କଥାକୁ ଧ୍ୟାନ ରଖିବା ଜରୁରୀ ତାହା ମଧ୍ୟ କୁହାଯାଇଛି, ମହାଶିବରାତ୍ରି ବ୍ରତ ରେ ନିରାହାର, ଫଳାହାର କରାଯାଇ ଥାଏ, ମହାଶିବରାତ୍ରି ବ୍ରତ ବୟସ୍କ, ଗର୍ଭବତୀ ମହିଳା କରିବା ଉଚିତନୂହେଁ l ଏବଂ ମାସିକ ଧର୍ମ ବା ରତୁସ୍ରାବ ମହିଳା କରିବା ଉଚିତନୂହେଁ l
ଶିବରାତ୍ରି କିପରି କରିବେ –
– ମହାଶିବରାତ୍ରି ପୂର୍ବଦିନ ଏକବାର କରିବା ଜରୁରୀ, ଅର୍ଥାତ ତ୍ରୟୋଦଶୀ ଦିନ ମାତ୍ର ଗୋଟିଏ ଥର ଭୋଜନ କରିବେ l
– ମହାଶିବରାତ୍ରି ଦିନ ଭକ୍ତମାନେ ମହାଦେବଙ୍କୁ ଅର୍ପଣ କରିଥିବା ବସ୍ତୁକୁ ଗ୍ରହଣ କରିବା ଜରୁରୀ, ଯେପରିକି ଫଳାହାର ଓ ଜଳ ଗ୍ରହଣ କରିବା ଆବଶ୍ୟକ l
– ଶିବରାତ୍ରିଦିନ ସ୍ନାନ ସମୟ ରେ ଜେଲରେ କଳା ରାଶି ପକାଇ ସ୍ନାନ କରିବା ଶୁଭ ହୋଇଥାଏ l
– ଏହିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଶିବ ପଞ୍ଚାକ୍ଷରୀ ପାଠ କରିବା ଶୁଭ ହୋଇଥାଏ l