ମହାଶିବରାତ୍ରି ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିବ ଭଦ୍ରା ଙ୍କ ଯୋଗ , ଜାଣି ରଖନ୍ତୁ ମହାଦେବ ଙ୍କୁ ଜଳ ଅର୍ପଣ କରିବାର ଶୁଭ ସମୟ
ବୈଦିକ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଫାଲଗୁନ ତିଥି ରେ ମହାଶିବରାତ୍ରି ପର୍ବ ଅନୁଷ୍ଠିତ ହୋଇଥାଏ, ଚଳିତ ବର୍ଷ ମହାଶିବରାତ୍ରି ଫେବୃଆରୀ ୨୬ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି, ଚଳିତ ବର୍ଷ ମହାଶିବରାତ୍ରି ରେ ଅନେକ ଶୁଭ ସଂଯୋଗ ମଧ୍ୟ ଘଟୁଛି, ଅନ୍ୟ ପକ୍ଷରେ ମହାଶିବରାତ୍ରି ରେ ୧୧ ଘଣ୍ଟା ପର୍ଯ୍ୟନ୍ତ ଭଦ୍ରା ଙ୍କ ପ୍ରଭାବ ମଧ୍ୟ ରହୁଛି l କାହିଁକିନା ଭଦ୍ରା ଙ୍କୁ କୌଣସି ଶୁଭ କାର୍ଯ୍ୟ ରେ ବାଧା ଉପଯାଇ ଥାଏ ବୋଲି କୁହାଯାଇଥାଏ l ତେଣୁ ଶିବ ଭକ୍ତ ମାନେ ମହାଦେବ ଙ୍କୁ ଜଳ ଅର୍ପଣ କରିବେ ତାହା ଜାଣି ରଖିବା ଜରୁରୀ l
ମହାଶିବରାତ୍ରି ରେ କେଉଁ ସମୟ ରେ ରହିବ ଭଦ୍ରା ଙ୍କ ଯୋଗ –
ବୈଦିକ ପଞ୍ଚାଙ୍ଗ ଅନୁସାରେ ମହାଶିବରାତ୍ରି ରେ ଭଦ୍ରା ଙ୍କ ପ୍ରଭାବ ଫେବୃଆରୀ ୨୬ ତାରିଖ ସକାଳ ୧୧ ଟା ୮ ମିନିଟ ରୁ ନେଇ ରାତି ୧୦ ଟା ୫ମିନିଟ ପର୍ଯ୍ୟନ୍ତ ରହିବ, ଶିବରାତ୍ରି ଦିନ ଚତୁର୍ଦଶୀ ତିଥି ଆରମ୍ଭ ହେବା ସହିତ ଭଦ୍ରା ଙ୍କ ପ୍ରଭାବ ଆରମ୍ଭ ହୋଇଯିବ l ଭଦ୍ରା ଙ୍କ ପ୍ରଭାବ ରହିଥିଲେ ମଧ୍ୟ ଶିବଲିଙ୍ଗ ରେ ଜଳାଭିଷେକ ର କୌଣସି ପ୍ରଭାବ ରହିବ ନାହିଁ l
ଚଳିତ ଥର ଶିବରାତ୍ରି ରେ ଭଦ୍ରା ଙ୍କ ବାସ ପାତାଳ ଲୋକରେ ରହିଛି, ଶାସ୍ତ୍ର ଅନୁସାରେ ପାତାଳ ଲୋକ ର ଭଦ୍ରା ପୃଥିବୀ ଉପରେ ପ୍ରଭାବ ପକାଇବ ନାହିଁ, ତେଣୁ ଚଳିତ ଥର ମହାଶିବରାତ୍ରି ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବାର କୌଣସି ପ୍ରଭାବ ପଡିବ ନାହିଁ l
ଜଳାଭିଷେକ ର ଶୁଭ ମୁହୂର୍ତ –
ମହାଶିବରାତ୍ରି ରେ ଶିବଲିଙ୍ଗ ଉପରେ ଜଳାଭିଷେକ ପାଇଁ ପ୍ରତ୍ୟେକ ପ୍ରହାର ରେ ଶୁଭ ମୁହୂର୍ତ୍ତ ରହିବ, ତେଣୁ ମହାଦେବ ଙ୍କୁ ଜଳାଭିଷେକ କରିବାର ଲୌଣସି ନିର୍ଦ୍ଧିଷ୍ଟ ସମୟ ସ୍ଥିର ରହିନାହିଁ l ମହାଦେବ ଙ୍କୁ ଜଳାଭିଷେକ କରିବା ସମୟ ରେ ବେଲପତ୍ର ନିହାତି ମହାଦେବ ଙ୍କୁ ଅର୍ପଣ କରିବା ଜରୁରୀ ଅଟେ l ମହାଦେବ ଙ୍କ କୃପା ପ୍ରାପ୍ତ ପାଇଁ ଏହିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥାଏ l