ଶ୍ରାବଣ ମାସ ସୋମବାର ଦିନ ଟି ମହାଦେବ ଙ୍କ ପୂଜା ପାଇଁ ଗୋଟିଏ ପବିତ୍ର ଦିନ ଅଟେ । ଏହିଦିନ ମହାଦେବ ଙ୍କୁ ଖୁବ୍ ସହଜରେ ସନ୍ତୁଷ୍ଟ କରି ହୋଇଥାଏ । ମାନ୍ୟତା ଅନୁସାରେ ଆମ ହିନ୍ଦୁ ଧର୍ମରେ ଏହି ପବିତ୍ର ମାସରେ ବିବାହିତା ମହିଳା ମାନେ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ବିଶେଷ ପୂଜା କରିବା ଆବଶ୍ୟକ । ଯାହାଦ୍ଵାରା ମହାଦେବ ଓ ମାତା ଗୌରୀ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
କୁହାଯାଏ ଯେ ଏହି ମାସରେ ମାତା ଗୌରୀ ମଧ୍ୟ ମହାଦେବ ଙ୍କ ନିକଟରେ ବିଶେଷ ପୂଜା କରି ଥାଆନ୍ତି । ତେଣୁ ତାଙ୍କ ଭକ୍ତ ମାନଙ୍କ ର ସମସ୍ତ ଇଚ୍ଛା ପୁରଣ କରନ୍ତି ।
* ଶ୍ରାବଣ ମାସ ସୋମବାର ଦିନ ମହାଦେବ ଙ୍କୁ ପୂଜା କରିବା ସମୟରେ ମାତା ଗୌରୀ ଙ୍କୁ ପୂଜା କରିବା ପାଇଁ ଭୂଲନ୍ତୁ ନାହିଁ । ଶ୍ରାବଣ ମାସରେ ସମ୍ପୂର୍ଣ୍ଣ ପ୍ରକୃତି ରାଣୀ ସବୁଜିମା ରେ ଭରି ଉଠିଥାଏ । ତେଣୁ ଏହି ମାସରେ ମାତା ପାର୍ବତୀ ଙ୍କୁ ସବୁଜ ରଙ୍ଗ ର ଚୁଡ଼ି ଅର୍ପଣ କରିବା ସହିତ ନିଜେ ମଧ୍ୟ ସବୁଜ ରଙ୍ଗର ଚୁଡ଼ି ଧାରଣ କରିବା ଦ୍ୱାରା ସ୍ଵାମୀଙ୍କ କ୍ୟାରିଅର ରେ ସଫଳତା ପ୍ରାପ୍ତି ହୋଇଥାଏ ।
* ଶ୍ରାବଣ ମାସ ସୋମବାର ଦିନ ଆପଣ ସ୍ନାନ କରିଥିବା ଜଳ ରେ କଳା ରାଶି ମିଶାଇ ସ୍ନାନ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ।
*ଏହାଛଡା ଏହିଦିନ ଯେତେବେଳେ ଶିବ ଲିଂଗରେ ଜଳ ଅର୍ପଣ କରାଇବେ ସେହି ସମୟରେ ଶ୍ରୀ ଶିବାୟ ନମସ୍ତୁଭ୍ୟାଙ୍ଗ ମନ୍ତ୍ର ଜପ କରନ୍ତୁ । ଯାହାଦ୍ଵାରା ସ୍ଵାମୀଙ୍କ ଚାକିରୀ ରେ ଉନ୍ନତି ହେବ ।
* ଶ୍ରାବଣ ମାସ ସୋମବାର ଦିନ ଶିବାଳୟ ରେ ଘଣ୍ଟି ଓ ଭସ୍ମ ଅର୍ପଣ କରିବା ଖୁବ୍ ଶୁଭ ଅଟେ । ମହାଦେବ ଙ୍କୁ ଭସ୍ମ ଅର୍ପଣ କରିବା ଦ୍ୱାରା ମଧ୍ୟ କ୍ୟାରିଅର ରେ ଉପୂଜୁ ଥିବା ବାଧା ଦୁର ହୋଇଥାଏ ।
* ବାଉଁଶ ପାତ୍ର ରେ ଭସ୍ମ ଦାନ କରିବା ଦ୍ୱାରା ଜୀବନ ରେ ଅପାର ସଫଳତା ପ୍ରାପ୍ତି ହୋଇଥାଏ । ଏହିଦିନ ଗୃହ ରେ ମହାଦେବ ଙ୍କ ନିକଟରେ ଗୋଟିଏ ଦୀପ ଅର୍ପଣ କରିବା ସହିତ ସେଥିରେ ଗୋଟିଏ ଗୁଜୁରାତି ପକାଇ ଦିଅନ୍ତୁ । ଯାହାଦ୍ଵାରା ସୁଖ ସମୃଦ୍ଧି ର ଯୋଗ ଦେଖାଯିବ ।
* ଶ୍ରାବଣ ମାସରେ ମହାଦେବ ଙ୍କୁ ରୁଦ୍ରଭିଶେକ କରିବା ଦ୍ୱାରା ଜୀବନ ର ସମସ୍ତ ବାଧା ବିଘ୍ନ ଦୁର ହୋଇଥାଏ । ଏହାଛଡା ଏହିଦିନ ଗୋମାତାଙ୍କୁ ଓ ଷଣ୍ଢ ଙ୍କୁ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ କ୍ଳେଶ ଦୁର ହୋଇଥାଏ ।
