Odisha news

ଏସିଆ ର ସବୁଠୁ ବଡ଼ ଶିବଲିଙ୍ଗ, ରାକ୍ଷସ କୁ ବଦ୍ଧ କରି ମହାବଳୀ ଭୀମ କରିଥିଲେ ସ୍ଥାପନା

0
ଭଗବାନ ଶିବ ଙ୍କ ର ଶ୍ରାବଣ ମାସ ଖୁବ ପ୍ରିୟ ଅଟେ l ମାନ୍ୟତା ଅନୁସାରେ ଏହି ପବିତ୍ର ମାସରେ ସ୍ୱୟଂ ମହାଦେବ ଧରାବତରଣ କରି ଥାଆନ୍ତି ଓ ନିଜ ଭକ୍ତ ମାନଙ୍କ ଆରାଧନା ରେ ସନ୍ତୁଷ୍ଟ ହୋଇ ତାଙ୍କର ମନର ଅଭିଳାଷ ପୂର୍ଣ୍ଣ କରନ୍ତି l
ଆଜିର ଶିବ ଭକ୍ତି ର ଏଭଳି ଜଣେ ଭକ୍ତ ବିଷୟରେ ଜାଣିବା ଯିଏ କି ନିଜ ଶିବ ଭକ୍ତିରେ ସବୁଠୁ ବଡ଼ ଶିବ ଲିଙ୍ଗ ର ନିର୍ମାଣ କରିଥିଲେ lଉତ୍ତରପ୍ରଦେଶ ର ଗୋଣ୍ଡା ଜିଲ୍ଲା ର ଖରାଗପୁର ସ୍ଥିତ ଐତିହାସିକ ଶିବ ଧାମ ବାବା ପୃଥିବୀନାଥ ଶିବ ଲିଙ୍ଗ ର ସ୍ଥାପନା ସ୍ୱୟଂ ମହା ବଳଶାଳୀ ଭିମ କରିଥିଲେ l
ପୌରାଣିକ କଥା ଅନୁସାରେ ଅଜ୍ଞାତ ବାସ ସମୟରେ ପାଣ୍ଡୁପୁତ୍ର ଭୀମ ରାକ୍ଷସ ବକାଶୁର କୁ ବଦ୍ଧ କରିଥିଲେ l ଏହି ପାପ ରୁ ମୁକ୍ତି ପାଇବା ପାଇଁ ଭୀମସେନ ଶିବ ଙ୍କ ଆରାଧନା କରି ବିଶାଳ ଶିବ ଲିଙ୍ଗ ର ସ୍ଥାପନା କରିଥିଲେ l ଏହି ଶିବ ଲିଙ୍ଗ ଟିର ନାମ ହେଉଛି ପୃଥିବୀ ନାଥ ଓ ଏହା ଏସିଆ ମହାଦେଶ ର ସବୁଠୁ ବଡ଼ ଶିବ ଲିଙ୍ଗ ଅଟେ l
ଏହି ମନ୍ଦିର ଟି ବର୍ଷ ସାରା ପ୍ରବଳ ଭିଡ଼ ହୋଇଥାଏ , କିନ୍ତୁ ଏଠାରେ ଶ୍ରାବଣ ମାସରେ ବିଶେଷ ଭିଡ଼ ଦେଖା ଯାଇଥାଏ l ଖରାଗପୁର ର ପୃଥିବୀନାଥ ଶିବ ମନ୍ଦିର ପାଖାପାଖି ୫ ହଜାର ବର୍ଷ ପୁରୁଣା ଅଟେ l ମାନ୍ୟତା ଅନୁସାରେ ପାଣ୍ଡଵ ମାନେ ଅଜ୍ଞାତ ବାସ ସମୟରେ ଚକ୍ର ନଗରୀ ରେ ଶରଣ ନେଇଥିଲେ l ଏହି ସ୍ଥାନରେ ଥିବା ବକାଶୁର ନାମକ ରାକ୍ଷସ ଜଣେ ଲେଖାଏଁ ବ୍ୟକ୍ତି ଙ୍କୁ ଭୋଜନ ଭାବରେ ଖାଉଥିଲା l
ଏକଦା ପାଣ୍ଡବ ମାନଙ୍କୁ ଶରଣ ଦେଉଥିବା ପରିବାର ସଦସ୍ୟ ଙ୍କର ପାଳି ପଡିଲା l ଏହି ପରିବାର କୁ ରକ୍ଷା କରିବା ପାଇଁ ଭୀମ ବକାଶୁର ନିକଟକୁ ଯାଇଥିଲେ l ଏହି ସମୟରେ ବକା ସୁର ଓ ଭୀମ ଙ୍କ ର ଭୀଷଣ ଯୁଦ୍ଧ ହୋଇଥିଲା l ଏହି ଯୁଦ୍ଧ ରେ ଭୀମ ବକାଶୁର ର ବଧ କରିଥିଲେ l ଏହି ପାପର ପ୍ରାୟଶ୍ଚିତ ପାଇଁ ଏଠାରେ ଭୀମ ବଡ଼ ଶିବଲିଙ୍ଗ ର ନିର୍ମାଣ କରିଥିଲେ l
ସମୟ ଅତିବାହିତ ହେବା ସହିତ ଏହି ଶିବ ଲିଙ୍ଗ ଟି ମାଟିରେ ମିଶି ଯାଇଥିଲା l ଏଠାରେ ରହୁ ଥିବା ରାଜା ନିଜ ପ୍ରାସାଦ ନିର୍ମାଣ ପାଇଁ ଖୋଳା ଖୋଳି ଆରମ୍ଭ କରି ଥିଲେ l ଥରେ ରାତିରେ ଶୋଇ ଥିବା ସମୟରେ ତାଙ୍କ ସ୍ବପ୍ନ ରେ ଏହି ଶିବ ଲିଙ୍ଗ ଥିବା କଥା ଜାଣି ପାରି ଥିଲେ l ଏହାପରେ ଖୋଳିବା ସମୟରେ ବିଶାଳ ଶିବ ଲିଙ୍ଗ ବାହାରି ଥିଲା l ଏହାପରେ ଏହି ଶିବ ଲିଙ୍ଗ ର ନାମ ପୃଥିବୀ ନାଥ ମନ୍ଦିର ହୋଇଗଲା l ଏହି ଶିବ ଲିଙ୍ଗ କୁ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ଏସିଆର ସବୁଠୁ ପୁରୁଣା ଶିବ ଲିଙ୍ଗ ର ମାନ୍ୟତା ମିଳିଛି l
IEC 2 years
Leave A Reply