Odisha news

ମହାଶିବରାତ୍ରୀ ଶିବ ମନ୍ଦିର ରେ ଭକ୍ତଙ୍କ ଭିଡ

0
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରର ଥିବା ବିଭିନ୍ନ ଶିବ ମନ୍ଦିର  ଗୁଡିକ ରେ ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ  ଶୈବ ଭକ୍ତ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳି
ଥିଲା। ସହରର ଚନ୍ଦ୍ରଚୁଡେଶ୍ବର, ନୀଳକଣ୍ଠେଶ୍ବର,ବାଲୁଙ୍କେଶ୍ବର, ଇଶାଣେଶ୍ବର,ପାତାଳେଶ୍ବର, ରାମଲିଙ୍ଗେଶ୍ବର,ଗୋକର୍ଣ୍ଣଶ୍ବର,ବୈଦ୍ୟନାଥେଶ୍ବର,ଗଙ୍ଗା ଧରେଶ୍ବର,ପାଣି ମହାପ୍ରଭୁ ଓ ନିଳାଞ୍ଚଳେଶ୍ବର ମନ୍ଦିର ସମେତ ସବୁ ମନ୍ଦିର ରେ ଆଜି ପ୍ରତଃ ପ୍ରାୟ ଚାରିଟା ସମୟରେ ମସାସ୍ନାନ,ପାର୍ଶ୍ଵ ଦେବତା  ପୂଜା,ମହାଭିଶେକ, ଅଭିଶେକ ଓ ମହାମୃତ୍ବଞ୍ଜୟ ମନ୍ତ୍ର ଓ ଓଁ ନମଃ ଶିବାୟ ମନ୍ତ୍ର ଧ୍ବନି ରେ ବେଲ୍ବପତ୍ର ଅର୍ପଣ କରାଯାଇଥିଲା।  ପରେ ମଙ୍ଗଳ ଆରତି, ବାଳଭୋଗ ପରେ ଶ୍ରଧାଳୁ ଭକ୍ତଙ୍କ ମନ୍ଦିର କୁ ଦର୍ଶନ କରିବା ପାଇଁ ଛଡା ଯାଇଥିଲା। ପ୍ରାୟ ସମସ୍ତ ଶିବ ମନ୍ଦିର ରେ ଶ୍ରଧାଳୁ ଓ  ମାନସିକ ଧାରୀ ଭକ୍ତ ମାନଙ୍କ ମଧ୍ୟରେ ଅଧିକ ଉଛାହ ଦେଖା ଦେଇଛି। ମହାଶିବରାତ୍ରୀ ଯାଗର ଯାତ୍ରା ପ୍ରଭୁ ଶ୍ରୀ ମହାଦେବ ଙ୍କୁ ବିଭିନ୍ନ ପ୍ରକାର ପୁଷ୍ପ ଯଥା କେତକି, ଦୁଦୁରା,ଅପରାଜିତା,ଚମ୍ପା ଫୁଲ ସମର୍ପଣ କରିବା ପରେ ଭୋଗ ଲାଗି କରିବା ପାଇଁ ନଡିଆ,ପଇଡ,କ୍ଷୀର,
ଧୁପ ଦୀପ ନୈବେଦ୍ୟ ସହିତ ବିଭିନ୍ନ କିସମ ର ଫଳ ଲାଗି କରିବା ଓ ଦର୍ଶନ କରିବା ପାଇଁ ମହିଳା ଓ ପୁରୁଷ ଭକ୍ତ ଧାଡିରେ ଅପେକ୍ଷା କରି ଦର୍ଶନ କରି
ଥିଲେ। ଏହି ଅବସରରେ ସଂଧ୍ୟା ରେ ସନ୍ଧ୍ୟା ଆରତି ପରେ ଦର୍ଶନ କରିବା ପାଇଁ ଭିଡ ଜମିଥିଲା। ରାତିରେ ମହାଦେବ ଙ୍କ  ମହାଦୀପ ଉଥାପନ କରାଯାଇଥିଲା।
   ସେହିପରି ସ୍ଥାନୀୟ ନିଳାଞ୍ଚଳ ନଗର ସ୍ଥିତ ନିଳାଞ୍ଚଳେଶ୍ବର ମନ୍ଦିର କମିଟି ପକ୍ଷରୁ ମହାଶିବରାତ୍ରୀ ତଥା ଯାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସ୍ବର୍ଣ୍ଣ ପଦକ ପ୍ରାପ୍ତ ପଣ୍ଡିତ ନୀଳମାଧବ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ବିଜୟ ଚନ୍ଦ୍ର ମିଶ୍ର ମନ୍ଦିର ରେ ମୁଖ୍ୟ କର୍ତ୍ତା ଭାବେ ଯୋଗ ଦେଇ ମନ୍ଦିର ର ପ୍ରାତଃ ମହା ସ୍ନାନ ପରେ ବରୁଣ ପୁଜା, ସୂର୍ଯ୍ୟ ପୂଜା,  ମାଜଣା,ମହାବିଶେକ, ଅଭିଶେକ ପରେ ବେଲ୍ବପତ୍ର ପ୍ରଦାନ କରିବା ସହିତ ରୁଦ୍ରାଭିଶେକ କରାଯାଇଥିଲା।
ଶ୍ରଧାଳୁ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ମହିଳା ଓ ପୁରୁଷ ଭକ୍ତ ଙ୍କ ଭିଡ ଜମିଥିଲା। ସମସ୍ତ ଭକ୍ତ ମାନଙ୍କ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିବା ବେଳେ ପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ନିଳାଞ୍ଚଳ ନଗର, ଗଜପତି ନଗର ଓ ଏହାର ଆଖ ପାଖ ଅଞ୍ଚଳ ବହୁ ଶ୍ରଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ପରେ ସନ୍ଧ୍ୟା ଆରତି ପରେ ରୁଦ୍ରାଭିଶେକ ପରେ ମଧ୍ୟ ରାତିରେ ମହାଦୀପ ଉଠା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶତୃଘ୍ନ ରଥ,କୋଷାଧ୍ୟକ୍ଷ ଅମିୟ କାନ୍ତ ପଟ୍ଟନାୟକ, ଅରୁଣ ଆଚାରୀ, ଧନୁ ଲକ୍ଷ୍ମୀ ଆଚାରୀ, ମନ୍ଦିର ପୁରୋହିତ ସୁଶାନ୍ତ ପାଢୀ ଓ ନିଳ ମାଧବ ପାଢୀ,ଆର ଜେ ଆଚାରୀ, ପଣ୍ଡିତ ଜାତବେଦ ତ୍ରିପାଠୀ, କେ ପି ସାମନ୍ତରାୟ,ଆୟୁଷ ମାନ ରଥ
ଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇ ସହଯୋଗ କରି ଥିଲେ।
Nalco
Leave A Reply