ହିନ୍ଦୁ ଧର୍ମରେ ପ୍ରତ୍ୟେକ ପର୍ବପର୍ବାଣୀ ର ଖୁବ ମହତ୍ୱ ରହିଥାଏ, କିନ୍ତୁ ଫାଲଗୁନ ମାସରେ ଅନୁଷ୍ଠିତ ହେଉଥିବା ମହାଶିବରାତ୍ରୀ ରହିଛି ବିଶେଷ ମହତ୍ୱ l ମାନ୍ୟତା ରହିଛି ଯେ ଏହିଦିନ ମହାଦେବ ଙ୍କୁ ଉପାସନା କରିବା ଦ୍ୱାରା ଖୁବ ଶୀଘ୍ର ପୁର୍ଣ ହୋଇଥାଏ ସମସ୍ତ ମନସ୍କାମନା l ଚଳିତ ଥରର ମହାଶିବରାତ୍ରି ରେ ଖୁବ ଦୁର୍ଲଭ ଯୋଗ ଘଟୁଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷରେ ଚତୁର୍ଦଶୀ ତିଥିରେ ଧୂମଧାମ ରେ ମହାଶିବରାତ୍ରି ଅନୁଷ୍ଠିତ ହୋଇଥାଏ l
ଚଳିତ ବର୍ଷ ଶିବରାତ୍ରୀ ଫେବୃଆରୀ ମାସ ୧୮ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହିଦିନ ଚତୁର୍ଦଶୀ ଓ ଶନିବାର ରହୁଥିବା କାରଣରୁ ଶନି ପ୍ରଦୋଷ ବ୍ରତ ପାଳନ ହେବ l ଯାହାଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହେବ l
– ମହାଶିବରାତ୍ରୀ ରେ କରନ୍ତୁ ଏହିସବୁ ଉପାୟ –
– ମହାଶିବରାତ୍ରୀ ରେ ମହାଦେବ ଙ୍କ ଅଭିଷେକ କରିବା ସମୟରେ ସେଥିରେ କଳା ରାଶି ମିଶାଇ କରନ୍ତୁ l ଏଭଳି କରିବା ଦ୍ୱାରା ମହାଦେବ ଙ୍କ କୃପା ଲାଭ ହେବ ଓ କଷ୍ଟ ଦୂର ହେବ l
– ଶିବ ପଞ୍ଚାକ୍ଷରୀ ମନ୍ତ୍ର ର ଖୁବ ମହତ୍ୱ ରହିଛି, ଯଦି ଆପଣ ମହାଶିବରାତ୍ରୀ ରେ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପ କରିବେ ତେବେ ଆର୍ଥିକ ଅସୁବିଧା ଦୂର ହେବ ଓ ଜୀବନ ସୁଖମୟ ହେବ l
– ଚଳିତ ଥର ଶିବରାତ୍ରୀ ରେ ମହାଦେବ ଙ୍କ ସହିତ ଶନିଦେବ ଙ୍କୁ ମଧ୍ୟ ଆପଣ ଉପାସନା କରି ପାରିବେ l ତେଣୁ ଏହିଦିନ ଶିବ ଚାଳିଶା ସହିତ ଶନି ଚାଳିଶା ପାଠ କରିବା ଦ୍ୱାରା ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ l
– ଏହି ଦିନ ଶନି ପ୍ରଦୋଷ ବ୍ରତ ପଡୁଥିବା କାରଣରୁ ୧୦୮ ବେଲପତ୍ର ସହିତ ପିପଳ ବୃକ୍ଷର ପତ୍ର ଅର୍ପଣ କରନ୍ତୁ l ଏହାଦ୍ୱାରା ଶନିଦେବ ମଧ୍ୟ ସନ୍ତୁଷ୍ଟ ହେବେ ଓ ଜୀବନ ସୁଖମୟ ହେବ l
– ଏହିଦିନ ଶନି ଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପିପାଳ ବୃକ୍ଷ ନିକଟରେ ଅଖଣ୍ଡ ଦୀପ ଜଳାଇବା ସହ ଅନ୍ନ, ବସ୍ତ୍ର ଓ ଜଳ ଦାନ କରିବା ଖୁବ ଶୁଭ ଅଟେ l ଏହାଛଡା ଚଳିତଥରର ମହାଶିବରାତ୍ରୀ ରେ ଆପଣ ମହାଦେବ ଙ୍କ ବାହନ ବୃଷଭ କୁ ଅରୁଆ ଚାଉଳ, ଘାସ ଓ ପାଚିଲା କଦଳୀ ଖାଇବାକୁ ଦେଇ ପ୍ରଣାମ କରିବା ଦ୍ୱାରା ସମସ୍ତ ବିଘ୍ନ ଦୂର ହେବ l
