ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଓ ତାଙ୍କ ସ୍ୱାମୀ ବ୍ୟବସାୟୀ ରାଜ୍ କୁନ୍ଦ୍ରା ‘ସ୍ୱଚ୍ଛ ଭାରତ
ଅଭିଯାନ’ରେ ସହଯୋଗ କରିବା ପାଇଁ ପୁରସ୍କୃତ ହୋଇଛନ୍ତି । ଶିଳ୍ପା ଓ ରାଜ୍ ଲୋକଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କରିଥିବା ଚେଷ୍ଟା ‘ଚାମ୍ପିୟନ୍ ଅଫ୍ ଚେଞ୍ଜ୍ ଆୱାର୍ଡ’ ୨୦୧୯ରେ ସମ୍ପାନିତ କରାଯାଇଛି । ଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶିଳ୍ପାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଶିଳ୍ପା କହିଛନ୍ତି, ‘ମୁଁ ଏହି ପୁରସ୍କାର ପାଇ ବାସ୍ତବରେ ସମ୍ମାନିତ ଅନୁଭବ କରୁଛି ଓ ଆମ ଦେଶକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ସ୍ୱଚ୍ଛତା ମସ୍ତିଷ୍କରୁ ଆରମ୍ଭ ହୋଇଥାଏ । ଯେତେବେଳେ ଆମେ ଘର ସଫା ରଖୁଛୁ, ଦେଶ କାହିଁକି ନୁହେଁ ? ମୁଁ ୪୮୦ ଗଛ ଲଗାଇଛି । କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବହୁମୂଲ୍ୟ ଗ୍ରହର ଦେଖାଶଉଣା କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ।’
Prev Post
Next Post