Odisha news

ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ସାଲୁ ଜିନ୍ଦଲ ପାଇଲେ ଉର୍ବଶୀ ପୁରସ୍କାର

0

ଭୁବନେଶ୍ୱର : ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚ୍ଚିପୁଡି ନୃତ୍ୟାଙ୍ଗନା ତଥା ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ଉର୍ବଶୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ପଦ୍ୱଶ୍ରୀ ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମ ଦିବସରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ କମଳ ଦେଶ ରାଜକୁମାର ରେ ଶ୍ରୀମତୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ପଦ୍ମବିଭୂଷଣ ଡ ସୀତାକାନ୍ତ ମହାପାତ୍ର, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ ରଘୁନାଥ ମହାପାତ୍ର, ପୂର୍ବତନ ସାଂସଦ ଡ ପ୍ରସନ୍ନ କୁମାର ପାଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଫୁଲ୍ଲ କର ଫାଉଣ୍ଡେସନର ଅଧ୍ୟକ୍ଷ ଦାଶ ବେନେହୁରର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତୀ ଜିନ୍ଦଲ ପ୍ରଫୁଲ୍ଲ କର ଫାଉଣ୍ଡେସନ ଏବଂ ଓଡିଶାବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହିତ କହିଥିଲେ ଯେ, କଳା ଓ ନୃତ୍ୟ ମୋ ଜୀବନ । ଭାରତର ଅନନ୍ୟ ନୃତ୍ୟ ଓ କଳାକାର ପ୍ରସାର ପାଇଁ ମୁଁ ଯଥା ସମ୍ବବ ଚେଷ୍ଠା କରି ଆସୁଛି । ଓଡିଶାର ସୁପ୍ରସିଦ୍ଧ ସଙ୍ଗୀତଜ୍ଞ ଏବଂ ପଦ୍ମ ସମ୍ମାନଧାରୀ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣକରି ମୁଁ ଗର୍ବ ଅନୁଭବ କରୁଛି । ଭାରତର ବିଭିନ୍ନ ପ୍ରାନ୍ତରେ କୁଚ୍ଚିପୁଡି ନୃତ୍ୟକୁ ଲୋକପି୍ରୟ କରିବା ନିମନ୍ତେ ସେ କାର୍ଯ୍ୟ କରୁଛନ୍ତି । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ନୃତ୍ୟ ପରିବଷେଣ କଳା ଓ ସୌନ୍ଦର୍ଯ୍ୟ ଦ୍ୱାର ଦର୍ଶକ ମାନଙ୍କୁ ଅଭିଭୂତ କରିଆସିଛନ୍ତି । ଭାରତ ତଥା ବିଶ୍ୱର ବିଭିନ୍ନ କଳାକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର-ପ୍ରସାର କରିବା ନିମନ୍ତେ ଶ୍ରୀମତୀ ଜିନ୍ଦଲ ନୂଆ ଦିଲ୍ଲୀ ଠାରେ ଜିନ୍ଦଲ କଳା ପ୍ରତିଷ୍ଠାନ (ଜିନ୍ଦଲ ଆର୍ଟ ଇନଷ୍ଟିଚୁ୍ୟଟ) ପ୍ରତିଷ୍ଠା କରିଛନ୍ତି । ଶ୍ରୀମତୀ ଜିନ୍ଦଲ ଜନକଲ୍ୟାଣ କାର୍ଯ୍ୟରେ ଉସିର୍ଗୀକୃତ ବ୍ୟକ୍ତିତ୍ୱ ଏବଂ ଜେଏସ୍‍ପିଏଲ୍‍ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ମଧ୍ୟ ପରିଚିତ । ତୀରଙ୍ଗା, ମାଇଁ ଲାଇଫ୍‍ ଏବଂ ଫ୍ରିଡମ ଆଦି ପୁସ୍ତକର ସେ ସମ୍ମାଦନା କରିଛନ୍ତି । ସେ ଜଣେ ପ୍ରତିଷ୍ଠିତ ଲେଖିକା ଭାବେ ମଧ୍ୟ ପରିଚିତ । ସେ ଇଣ୍ଡିଆ ଆନ ଆଲ®ାବେଟ ରାଇଡ ନାମରେ ଏକ ପୁସ୍ତକ ରଚନା କରିଛନ୍ତି । ଶ୍ରୀମତୀ ଜିନ୍ଦଲଙ୍କୁ ମିଳିଥିବା ପ୍ରମୁଖ ପୁରସ୍କାର ଓ ସମ୍ମାନ ମଧ୍ୟରେ ରହିଛି ମହିଳା ଆଚିଭର ପୁରସ୍କାର, ରାଜୀବ ଗାନ୍ଧୀ ଏକସେଲେନ୍ସ ପୁରସ୍କାର, ଇନ୍ଦିରା ପିୟଦର୍ଶିନୀ ପୁରସ୍କାର, ସିଙ୍ଗାପୁର ଠାରେ ସିଏମ୍‍ଓ ଏସିଆ ଶ୍ରେଷ୍ଠ ସାମାଜିକ ଉଦ୍ୟମକର୍ତ୍ତା ସମ୍ମାନ, କର୍ପୋରେଟ ସାମାଜିକ ଦାୟିତ୍ୱ ନେତୃତ୍ୱ ପାଇଁ ଆମେରିକାର ସିଏସଆର ଲାଇଭ ଓ୍ୱିକ୍‍ ଦ୍ୱାରା ମହାତ୍ମା ପୁରସ୍କାର ଏବଂ ନିକଟରେ ଲଣ୍ଡନ ଠାରେ ମିଳିଥିବା ଗୋଲଡେନ ପସିକ ସମ୍ମାନ ୨୦୧୯ ।

Leave A Reply