ଅଭିନେତା ଶାହାରୁଖ ଖାନ୍ ମୁମ୍ବାଇସ୍ଥିତ ତାଙ୍କ ବଙ୍ଗଳା ‘ମନ୍ନତ’କୁ ପ୍ଲାଷ୍ଟିକ୍ରେ ପୁରାପୁରି ଢାଙ୍କି ଦେଇଛନ୍ତି । ବଙ୍ଗଳାର ଉପରୁ ତଳ ଯାଏ ପ୍ଲାଷ୍ଟିକ୍ ଚଦର ଲାଗିଥିବା ଦେଖାଯାଇଛି । ଶାହାରୁଖ ୨୦୦୧ରେ ଏହି ବଙ୍ଗଳାକୁ ୧୩କୋଟି ୩୨ଲକ୍ଷ ଟଙ୍କାରେ କିଣିଥିଲେ । ଏବେ ତାହାର ଦାମ୍ ୨୦୦ କୋଟି ଟଙ୍କାରୁ ଅଧିକ । ମନ୍ନତର ଆଖପାଖରେ ବହୁ ଭିଭିଆଇପିଙ୍କ ବଙ୍ଗଳା ଅଛି । କରୋନା ଭୁତାଣୁ ବାୟୁବାହିତ ବୋଲି ଜଣାପଡ଼ିବା ପରେ ସୁରକ୍ଷା ପାଇଁ ଶାହାରୁଖ ଧଳା ପ୍ଲାଷ୍ଟିକ୍ ଚାଦରର ଉପଯୋଗ କରିଛନ୍ତି ବୋଲି ସମସ୍ତେ ଭାବିବା ସ୍ୱାଭାବିକ । କିନ୍ତୁ ପ୍ରକୃତ କଥା ହେଉଛି ମନ୍ନତକୁ ମୌସୁମୀ ବର୍ଷରୁ ରକ୍ଷା କରିବା ପାଇଁ ସେ ଏପରି ବ୍ୟବସ୍ଥା କରିଛନ୍ତି ବୋଲି ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କ ଠାରୁ ଜଣାପଡ଼ିଛି । ଏମିତି ପ୍ରଥମଥର ହୋଇନାହିଁ, ପ୍ରତିବର୍ଷ ମୌସୁମୀ ବର୍ଷା ଆସିବା ପୂର୍ବରୁ ସମଗ୍ର ବିଲïିଂକୁ ପ୍ଲାଷ୍ଟିକ୍ରେ ଢାଙ୍କି ଦିଆଯାଏ । ବଙ୍ଗଳାଟି ସମୁଦ୍ର କୂଳରେ ଥିବାରୁ ବର୍ଷା ଦିନେ ପ୍ଲାଷ୍ଟିକ୍ ଚଦର ଘରକୁ ସୁରକ୍ଷିତ ରଖେ ।