ମାନବ ଶରୀରରେ ମୁଖ୍ୟତଃ ଭାବରେ ୭ଟି ଚକ୍ର ରହିଛି । ଏହି ଚକ୍ର ଶରୀର ର ଶକ୍ତି ର କେନ୍ଦ୍ର ବୋଲି ଗ୍ରହଣ କରାଯାଇ ଥାଏ । ଯୋଗ ଓ ଧ୍ୟାନ କ୍ରିୟା ଜରିଆରେ ଏହି ଉର୍ଜା କେନ୍ଦ୍ର କୁ ସକ୍ରିୟ କରାଯାଇ ଥାଏ । ଆଜି ଆସନ୍ତୁ ଶରୀରର ସେହି ୭ଟି ଚକ୍ର ବିଷୟରେ ଜାଣିବା , ଯାହା ଦ୍ଵାରା ଶରୀର କୁ ମିଳିଥାଏ ଚମତ୍କାର ଲାଭ ।
* ମୂଳାଧାର ଚକ୍ର :-
ମୂଳାଧାର ଚକ୍ର ଗପ୍ତାଙ୍ଗ ଓ ତଳି ପେଟ ମଧ୍ୟରେ ରହିଥାଏ । ଏହି ଚକ୍ର ଇନ୍ଦ୍ରିୟ ସୁଖ , କାମ ବାସନା ଓ ଆଧ୍ୟାତ୍ମିକ ଭାବରେ ସୁରକ୍ଷା ର ଭାବନା ସମ୍ବନ୍ଧିତ ରହିଥାଏ ।
* ସ୍ୱାଧୀଷ୍ଠାନ ଚକ୍ର :-
ଏହି ଚକ୍ର ଅଣ୍ଟା ପଛ ପଟେ ତ୍ରିକୋଣିୟ ହାଡ ମଧ୍ୟରେ ରହିଥାଏ । ସନ୍ତୁଳିତ ସ୍ଵଧିଷ୍ଠାନ ଚକ୍ର ର ଲକ୍ଷଣ ଦୟା, ମିତ୍ରତା , ସମସ୍ତ ଙ୍କୁ ନିଜର ଭାବିବା ଭାବନା ରହିଛି ।
* ମଣିପୁର ଚକ୍ର :-
ଏହି ଚକ୍ର ନାଭି ର ସ୍ଥାନ ରେ ଅବସ୍ଥିତ । ସନ୍ତୁଳିତ ମଣିପୁର ଚକ୍ର ପାଚନ , ସନ୍ତୁଷ୍ଟି ର ଭାବନା , ଆତ୍ମବିଶ୍ବାସ ଓ ଫୋକସ୍ ବୃଦ୍ଧି କରିଥାଏ ।
* ଅନାହତ ଚକ୍ର :-
ଏହା ଛାତି ମଧ୍ୟରେ ରହିଥାଏ ।ସନ୍ତୁଳିତ ଅନାହତ ଚକ୍ର ଭୟ ଓ ଉତେଜନା ଦୂର କରିଥାଏ । ଏହା ମଣିଷ ଙ୍କୁ ଆଶା ମୟୀ ଓ କରୁଣା ମୟି କରିଥାଏ ।
* ବିଶୁଦ୍ଧ ଚକ୍ର :-
ଏହି ଚକ୍ର ଗଳା ରେ ଅବସ୍ଥିତ । ବିଶୁଦ୍ଧ ଚକ୍ର ରଚନାତ୍ମକତା , ଆତ୍ମ ଜାଗରଣ ଓ ବିଶ୍ୱାସ ସମ୍ବନ୍ଧିତ ହୋଇଥାଏ । ଏହା ବେକ , କାନ୍ଧ, ହାଥ ଓ ମୁହଁ କୁ ନିୟନ୍ତ୍ରିତ କରିଥାଏ ।
* ଆଜ୍ଞା ଚକ୍ର : –
ଏହି ଚକ୍ର ୨ ଚକ୍ଷୁ ର ଭ୍ରୁଲତା ରେ ରହିଥାଏ । ଆଜ୍ଞା ଚକ୍ର ମଣିଷ ର ତୃତୀୟ ଚକ୍ଷୁ ଅଟେ । ଯେତେବେଳେ ଲୋକେ ଧ୍ୟାନ କରି ଆଜ୍ଞା ଚକ୍ର କୁ ସକ୍ରିୟ କରି ନିଅନ୍ତି । ଏହାଛଡା ଏହି ଚକ୍ର ବୌଦ୍ଧିକ ସ୍ତର ରେ ସିଦ୍ଧି ଲାଭ କରିଥାଏ ।
* ସହସ୍ତ୍ରାର ଚକ୍ର :-
ଏହି ଚକ୍ର ମୁଣ୍ଡର ମଧ୍ୟଭାଗ ରେ ଅବସ୍ଥିତ । ଏହି ମସ୍ତିସ୍କ ଓ ପିନି ୟଲ୍ ଗ୍ରନ୍ଥି କୁ ନିୟନ୍ତ୍ରିତ କରିଥାଏ । ଏହି ଚକ୍ର ସକ୍ରିୟ ହେବା ଦ୍ବାରା ମନ ଆନନ୍ଦିତ ହୋଇଥାଏ ।