ଆମେ ଦେଖୁଛୁ ଆଜିର ସେଲ୍ଫି କଲଚର ସାରା ଦୁନିଆରେ ଛାଇ ଯାଇଛି l ବର୍ତମାନ ଯାହାକୁ ଯେଉଁଠି ଦେଖିବ ସେ ନିଜ ମୋବାଇଲ କ୍ୟାମେରା ଅନ କରି ସେଲ୍ଫି ନେବାରେ ବ୍ୟସ୍ତ l ଲୋକେ ସେଲ୍ଫି ଚକର ରେ ନିଜ ଜୀବନ ମଧ୍ୟ ହରାଇ ଦେଉଛନ୍ତି l କିଏ ଯଦି କୁଆଡେ ବୁଲିବାକୁ ଯାଉଛି କିଛି କରୁ କି ନକରୁ ସେଲ୍ଫି ନିହାତି ନେଉଛି l କିନ୍ତୁ ଦୁନିଆରେ ଗୋଟିଏ ଏଭଳି ସହର ଅଛି ଯେଉଁଠି ସେଲ୍ଫି ନେବା ଆପଣଙ୍କୁ ମନା l ଯଦି ଆପଣ ଏଠାରେ ସେଲ୍ଫି ନେବେ ତେବେ ଆପଣଙ୍କୁ ଏହା ଭାରି ପଡିପାରେ l
ଏହି ସହରକୁ କେବଳ ଆପଣ ନିଜ ଆଖିରେ ଦେଖି ମନ ଭାରି ପାରିବେ ଓ ଏହାର ସ୍ମୃତିକୁ ନିଜ ମନରେ ରଖି ପାରିବେ l କିନ୍ତୁ ଏଠାରେ ସେଲ୍ଫି ନେଇ ପାରିବେ ନାହିଁ l ଏହାର ସୌନ୍ଦର୍ଯ୍ୟ ଏଭଳି ଯେ ଲୋକେ ତୃପ୍ତ ହୋଇ ଯାଇ ଥାଆନ୍ତି , ଓ ଏହାପରେ ଟ୍ରାଫିକ ଯାମ ହୋଇଯାଏ l ଏହାକୁ ଆକ୍ଷିରେ ରଖି ଏଠାକାର ପ୍ରଶାସନ ୨୫ ହଜାର ଫାଇନ ଲଗାଇବାର ବ୍ୟବସ୍ଥା କରିଛି l ଯଦି ଆପଣ ଏଭଳି କୌଣସି ଜାଗାକୁ ବୁଲିବାକୁ ଯିବାକୁ ଚାହୁଁଛନ୍ତି ଯେଉଁଠି ଇନ୍ଦ୍ରଧନୁ ର ରଙ୍ଗଭଳି ଚମକି ଥାଏ ପାହାଡ଼, କୁଳୁକୁଳୁ ହୋଇ ବୋହି ଯାଇଥାଏ ନଦୀ, ଆଉ ପାହାଡ଼ ମଧ୍ୟରେ ଥିବା ଛୋଟ ଛୋଟ ଘରକୁ ଦେଖିଲେ ଲାଗିଥାଏ ଯେପରି ପାହାଡ଼ କେତେଯେ ରଙ୍ଗକୁ ନିଜ ମଧ୍ୟରେ ବୋଳି ହୋଇ ପଡିଛି l ଏହି ସ୍ଥାନଟିର ଜଳବାୟୁ ଏଭଳି ଇଛା ହେବ ଯେମିତି ସେଇଠି ରହିଯିବା ପାଇଁ l
ଯେଉଁଠି ଆଜିକାଲି ଖାଇଲା ବେଳେ ସେଲ୍ଫି, ଶୋଇଲା ବେଳେ ସେଲ୍ଫି, ମର୍ନିଙ୍ଗ ୱାକ ରେ ସେଲ୍ଫି, ଅଫିସ ରେ ସେଲ୍ଫି ସବୁଠି କେବଳ ସେଲ୍ଫି ହିଁ ସେଲ୍ଫି l କିନ୍ତୁ ଏହି ସ୍ଥାନଟିକୁ ଗଲେ ସମ୍ପୂର୍ଣ ଫଟୋ ଉଠାଇବା ମନା l ଆପଣ ଭାବୁଥିବେ ସତରେ କି ଅଦ୍ଭୁତ ନିୟମ ସତେ ? ଏହି ସହର ଟି ଇଟାଲୀ ରେ ଅବସ୍ଥିତ ଓ ଏହି ସହର ର ନାମ ହେଉଛି ପୋର୍ଟଫିନୋ l ଏଠାରେ ପର୍ଯ୍ୟଟକ ମାନଙ୍କୁ ଫଟୋ ନେବା ,ମନା l ପୋର୍ଟଫିନୋ ରେ ପର୍ଯ୍ୟଟନ ସ୍ଥଳରେ ନୋ ୱେଟିଂ ଜୋନ୍ ର ଆରମ୍ଭ କରାଯାଇଛି l ନୋ ୱେଟିଂ ଜୋନ ରେ ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଲିଲେ, ତେବେ ଆପଣଙ୍କ ଉପରେ ୨୭୫ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୨୫ ହଜାର ଟଙ୍କା ଜୋରିମାନା ଲାଗିବ l
ସୂଚନା ଅନୁସାରେ ଏହି ସହରର ମେୟର ମାଟେଓ ବିୟାକାବା କହିଛନ୍ତି ଯେ ଏଠାରେ ଅରାଜକତା ବୃଦ୍ଧି ପାଉଛି l ସେଥିପାଇଁ ପର୍ଯ୍ୟଟକ ହିଁ ଦାୟୀ l ତେଣୁ ଏହି ନିୟମ ପ୍ରସ୍ତୁତ କରାଯାଇଛି l ପୂର୍ବରୁ ଏଠାରେ ଏଭଳି ସ୍ଥିତି ଥିଲା ଲୋକେ ଛୁଟିଦିନ ମାନଙ୍କରେ ଏଠାରେ ଅଟକି ସେଲ୍ଫି ନେଉଥିଲେ ଓ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିଲା l ଏହି ନିୟମ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି l