ନୂଆଦିଲ୍ଲୀ : ଆମେ ଆଜି ଆପଣଙ୍କୁ ଏମିତି ଏକ ବେପାର ବିଷୟରେ ଜଣାଇବାକୁ ଯାଉଛୁ ଯାହାର ମାର୍କେଟରେ ସବୁଠୁ ଅଧିକ ଚାହିଦା ଅଛି l ଏହା ହେଉଛି ଛୋଟ ଉଦ୍ୟୋଗରେ ଟି ସାର୍ଟ ପ୍ରିଣ୍ଟିଙ୍ଗ l ଆଜି କାଲି ବଜାରରେ ପ୍ରିଣ୍ଟେଡ ଟି ସାର୍ଟର ବହୁତ ଚାହିଦା ଅଛି l ଜନ୍ମ ଦିନ ହେଉ କିମ୍ବା ଅନ୍ୟ କୌଣସି ଖାସ ଦିନରେ ଲୋକମାନେ ଏହି ଭଳିଆ ପ୍ରିଣ୍ଟେଡ ଟି ସାର୍ଟ ଉପହାର ଦେବାକୁ ପସନ୍ଦ କରନ୍ତି l ଏହା ବ୍ୟତୀତ ସ୍କୁଲ , କମ୍ପାନୀ ଓ ବ୍ୟବସାୟ ଉଦ୍ୟୋଗ ଗୁଡିକ ନିଜ ଇଚ୍ଛା ମୁତାବକ ନିଜ ପ୍ରତିଷ୍ଠାନ ନାମରେ ଟି ସାର୍ଟ ପ୍ରିଣ୍ଟ କରାଇଥାନ୍ତି l ଆସନ୍ତୁ ଜାଣିବା ଏହି ବ୍ୟବ ସାୟା ବିଷୟରେ l
୫୦ ରୁ ୭୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ :
ଖାସ କଥାଟି ହେଲା ଏହି ବ୍ୟବସାୟକୁ କାମ ପୁଞ୍ଜିରେ ମଧ୍ୟ ଆରମ୍ଭ କରିପାରିବେ l ଆପଣ କେବଳ ୫୦ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ l ଏହି ନିବେଶ ଦ୍ୱାରା ଆପଣ ୩୦ ରୁ ୪୦ ହଜାର ଟଙ୍କା ମାସକୁ ରୋଜଗାର କରିପାରିବେ l ଯଦି ଆପଣ ଏହି ବ୍ୟବସାୟରେ ଉନ୍ନତି କରୁଛନ୍ତି ତେବେ ଆଗକୁ ଅଧିକ ନିବେଶ ମଧ୍ୟ କରିପାରିବେ l ଯାହାଦ୍ୱାରା ଆପଣଙ୍କର ଅଧିକ ଲାଭ ମଧ୍ୟ ହୋଇପାରିବ l
ଛୋଟ ବ୍ୟବସାୟ ଅଧିକ ଲାଭ :
ବିଶେଷଜ୍ଞ ଙ୍କ ଅନୁସାରେ ଏହି କାମ ପାଇଁ ପ୍ରିଣ୍ଟିଂଙ୍ଗ ମେସିନର ମୂଲ୍ୟ ୫୦ ହଜାର ଟଙ୍କା ହୋଇଥାଏ ଓ ଏହାଦ୍ୱାରା ଜଣେ କାମ ଆରମ୍ଭ କରିପାରିବ l ପ୍ରିଣ୍ଟିଂଙ୍ଗ ପାଇଁ ଗୋଟିଏ ଧଳା ଟି ସାର୍ଟର ମୂଲ୍ୟ ୧୨୦ ଟଙ୍କା ଅଟେ ଏବଂ ପ୍ରିଣ୍ଟିଂର ମୂଲ୍ୟ ୧ ରୁ ନେଇ ୧୦ ଟଙ୍କା ମଧ୍ୟରେ ହୋଇଥାଏ , ଆପଣ ଏହାକୁ କମରେ ୨୫୦ ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି କରିପାରିବେ l ଏହି ପ୍ରକାର ଯଦି ମଧ୍ୟସ୍ଥିର ଭୂମିକା କମ କରାଯାଏ ତେବେ ଆପଣ ଟି ସାର୍ଟଟିକୁ ଅଧିକ ଲାଭ ରଖି ବିକି ପାରିବେ l
ଅନଲାଇନରେ ବିକ୍ରି କରିବା ସହଜ ହୋଇଥାଏ :
ଆଜିକାଲି ସାମାଜିକ ଗଣମାଧ୍ୟମ ସହିତ ଲୋକମାନଙ୍କର ଭଲ ସମ୍ପର୍କ l ନିଜର ବ୍ୟବସାୟକୁ ନେଇ ଏହା ଗୋଟିଏ ଭଲ ବିକଳ୍ପ ଅଟେ l ଏହି ମାଧ୍ୟମ କମ ଖର୍ଚଯୁକ୍ତ ଅଟେ ଓ ଏହା ଆପଣଙ୍କୁ ଗୋଟିଏ ବ୍ରାଣ୍ଡ ଭାବରେ ପରିଚୟ ଦେଇପାରେ l
ସ୍ୱୟଂଚାଳିତ ମେସିନ ଦ୍ୱାରା ଅଧିକ ଲାଭ :
ଧୀରେ ଧୀରେ ଆପଣ ନିଜ ବ୍ୟବସାୟକୁ ବଢ଼ାଇ ପାରିବେ l ଆପଣଙ୍କ ବ୍ୟବସାୟ ବଢିବା ଦ୍ୱାରା ଆପଣ ଉନ୍ନତ ମନର ମେସିନ ର ବ୍ୟବହାର ମଧ୍ୟ କରିପାରିବେ l ଯାହାଦ୍ୱାରା ଆପଣ ସ୍ୱଳ୍ପ ସମୟରେ ଅଧିକ ମାତ୍ରାରେ ଟି ସାର୍ଟ ପ୍ରସ୍ତୁତ କରିପାରିବେ l ସବୁଠାରୁ ଶସ୍ତା ମେସିନ ମାନୁଆଲ ହୋଇଥାଏ ,ଏଥିରେ ଗୋଟିଏ ଟି ସାର୍ଟ ପ୍ରିଣ୍ଟ ହେବାପାଇଁ ୧ ମିନିଟ ସମୟ ଲାଗିଥାଏ l
