ରଣପୁର : କରୋନା ଭାଇରସ୍ ସାରା ଦେଶ ଓ ରାଜ୍ୟ ଲକ୍ଡାଉନ୍ ଥିଲାବେଳେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟର ସବୁ ପଂଚାୟତରେ ଗରୀବ ଅସହାୟ ଓ ଦିବ୍ୟାଙ୍ଗ ମାନଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇବାରେ ବ୍ୟବସ୍ଥା କରାଯାଇଥିଲା ବେଳେ ରଣପୁର ବ୍ଲକ୍ ଅନ୍ତର୍ଗତ ଝାରପଡା ପଂଚାୟତ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ସ୍ଥାନୀୟ ଅଂଚଳର ଗରୀବ ଅସହାୟ ଓ ବୃଦ୍ଧ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିଲାବେଳେ ସେମାନଙ୍କ ପ୍ରାପ୍ୟ ଟଙ୍କା ସରପଂଚ ନ ଦେବାରୁ ବୁଧବାର ଦିନ ୧୧ ଘଟିକା ସମୟରେ ରଣପୁର ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣା ପଡିଛି ।
ଅଭିଯୋଗ ଅନୁସାରେ ଝାରପଡା ପଂଚାୟତ ରେ ଥିବା ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦିଆ ଯାଉଥିବା ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସ୍ଥାନୀୟ ସରପଂଚ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ ୱାର୍ଡ ମେମ୍ବରଙ୍କ ନିଷ୍ପତି କ୍ରମେ ସେହି ପଂଚାୟତର ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଅସହାୟ ଗରୀବ ଜନସାଧାରଣଙ୍କୁ ନିୟମିତ ଭାବେ ଦୀର୍ଘ ୧୫ଦିନ ଧରି ଦୁଇ ଓଳି ସକାଳ ଓ ସଂଧ୍ୟାରେ ରନ୍ଧା ଖାଦ୍ୟ ଯୋଗାଇ ଆସୁଥିଲେ । ସେହି ବାବଦକୁ ପ୍ରାୟ ୪୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ସ୍ଥାନୀୟ ସରପଂଚଙ୍କୁ ମାଗିବାରୁ ସରପଂଚଙ୍କ ସ୍ୱାମୀ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଟଙ୍କା ନ ଦେବା ପାଇଁ ରୋକଠୋକ୍ ମନା କରିଥିଲେ ।
ଏ ନେଇ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ ବୁଧବାର ଦିନ ବିଡିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କୁ ପଚାରିବାରୁ ସେ ଅଭିଯୋଗଟି ଗ୍ରହଣ କରିଥିବା କହିବା ସହ ସରପଂଚଙ୍କୁ ଏ ବିଷୟରେ ପଚାରି ବୁଝି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବକେୟା ଅର୍ଥ ଦେବାପାଇଁ ନିଦେ୍ର୍ଧଶ ଦେବାପାଇଁ କହିଛନ୍ତି । ଅପରପକ୍ଷେ ଝାରପଡା ସରପଂଚଙ୍କ ନାମରେ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀମାନଙ୍କର ଖାଦ୍ୟପେୟ ଅବ୍ୟବସ୍ଥା ସାଙ୍ଗକୁ କ୍ୱାରେଣ୍ଟାଇନ୍ ଗୃହର ଅନିୟମିତତା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।