Odisha news

ସମୁଦ୍ର ସ୍ନାନ ବେଳେ ବାଳକ ନିଖୋଜ

0

ପୁରୀ,୨୯ା୧ :ସମୁଦ୍ରରେ ସ୍ନାନ କରିବାକୁ ଯାଇଥିବା ଜଣେ ଯୁବ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଝାଡ଼ଖଣ୍ଡରାଜ୍ୟର ବୋକାର ଅଞ୍ଚଳର ଦୀପକ ଗୁପ୍ତା(୧୭)ବୋଲି ଜଣାଯାଇଛି । ପରିବାରଲୋକଙ୍କ ସହିତ ଦୀପକ ପୁରୀ ଭ୍ରମଣରେ ଆସି ତାଜ୍ ହେଟେଲରେ ଅବସ୍ଥାନ କରୁଥିଲେ । ଆଜି ପରିବାର ଲୋକଙ୍କ ସହ ସେ ପିଙ୍କ୍ ହାଉସସମ୍ମୁଖସ୍ଥ ସମୁଦ୍ରରେ ସ୍ନାନ କରୁଥିବାବେଳେ ଲହଡ଼ିମାଡ଼ରେ ସାତଜଣ ଭାସି ଯାଇଥିଲେ । ପ୍ରାଇଭେଟ୍ ଲାଇଫ୍ଗାର୍ଡ଼ଙ୍କ ସହାୟତାରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଦୀପକ ନିଖୋଜ ହୋଇଯାଇଥିଲେ । ଖବର ପାଇ ସମୁଦ୍ରକୂଳଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଦୀପକଙ୍କ ଉଦ୍ଧାର ଲାଗି ଉଦ୍ୟମ ଚଳାଇଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ସୁଦ୍ଧା ତାଙ୍କର କୌଣସି ସୂଚନା ମିଳିପାରିନାହିଁ ।

Govt
Leave A Reply