ସମୁଦ୍ରୀ ଡାକୁ ବା ଜଳ ଦସ୍ୟୁ ଙ୍କୁ ନେଇ ଅନେକ ଚଳଚିତ୍ର ଆମେ ଦେଖିଚୁ, ଯଦି ଆପଣ ଧ୍ୟାନ ଦେଇ ଦେଖିବେ ତେବେ ଜାଣି ପାରିବେ ଯେ ଜଳଦସ୍ୟୁ ବା ସମୁଦ୍ର ଲୁଟେରା ମାନଙ୍କୁ ଯେପରି ଦେଖାଯାଇ ଥାଏ ତାଙ୍କର ଗୋଟିଏ ଆକ୍ଷି ବନ୍ଦ ରହିଥାଏ l ଆମେ ଭାବିଥାଉ ଏହା ବୋଧହୁଏ ସେମାନଙ୍କର ଗୋଟିଏ ଷ୍ଟାଇଲ ଅଟେ l କିନ୍ତୁ ଏହା ଗୋଟିଏ ସାଧାରଣ କାରଣ ନୁହେଁ l ବରଂ ଏହା ପଛରେ ରହିଛି ବିଶେଷ କାରଣ l ଜଳଦସ୍ୟୁ ଦିନ ହେଉକି ରାତି ପ୍ରତ୍ୟେକ ସମୟ ରେ ଅନ୍ୟକୁ ଲୁଟିବା ଚିନ୍ତାରେ ରହି ଥାଆନ୍ତି l ବିଶେଷ ଭାବରେ ସେମାନେ ଅନ୍ଧାରରେ ଆକ୍ଟିଭ ରହି ଥାଆନ୍ତି l
ଏହି ଜଳଦସ୍ୟୁ ମାନେ ଗୋଟିଏ ଆକ୍ଷି ବନ୍ଦ ରଖିବା ପଛରେ ବିଶେଷ କାରଣ ମଧ୍ୟ ରହିଥାଏ , ଯାହା ହେଉଛି ବିଜ୍ଞାନ ସମ୍ବନ୍ଧିତ କାରଣ l ଆପଣ ଦେଖିଥିବେ ଯେ ଅନ୍ଧାରରେ ଆଲୋକ କୁ ଯିବା ଦ୍ୱାରା ଆମ ଚକ୍ଷୁ ଖୁବ ଶୀଘ୍ର ଆଡ଼ଜଷ୍ଟ ହୋଇ ଯାଇଥାଏ l କିନ୍ତୁ ଆଲୋକରୁ ଅନ୍ଧାରକୁ ଅଚାନକ ଭାବରେ ଯିବା ଦ୍ୱାରା ଆମ ଆକ୍ଷିକୁ କିଛି ସମୟ ପାଇଁ ଆଡ଼ଜଷ୍ଟ କରିବାକୁ ଲାଗିଥାଏ l ଏମିତିରେ ସମୁଦ୍ର ଲୁଟେରା ମାନେ ଗୋଟିଏ ଆଖିକୁ ବନ୍ଦ ରଖି ଥାଆନ୍ତି l
କାହିଁକିନା ଅନ୍ଧାରରେ ବନ୍ଦ ଆକ୍ଷିକୁ ଖୋଲିବା ପାଇଁ ଆଡ଼ଜଷ୍ଟ କରିବାକୁ ସମୟ ଅଧିକ ଲାଗି ନଥାଏ l ଏବଂ ସେମାନଙ୍କ ପାଇଁ ଅଯଥାରେ ସମୟ ନଷ୍ଟ କରିବା ଠିକ ନୁହେଁ ବୋଲି ସେମାନେ ଭାଇ ଥାଆନ୍ତି l ଏବଂ ଗୋଟିଏ ସମୁଦ୍ର ଡାକୁ ବାରମ୍ବାର ନିଜ ଜାହାଜରୁ ତଳକୁ ଯାଆସ କରିଥାଏ , ପୂର୍ବରୁ ଜାହାଜ ତଳେ କୌଣସି ଲାଇଟ ଜଳିବା ବ୍ୟବସ୍ଥା ନଥିଲା ତେଣୁ ଜାହାଜ ତଳ ସମ୍ପୂର୍ଣ ଅନ୍ଧାର ରହୁଥିଲା l ଏବଂ ସେମାନେ ଚୋରି କରିବାକୁ ସୁବିଧା ହେଉଥିଲା l