Odisha news

ବୈଜ୍ଞାନିକଙ୍କ ଦୁଃସାହସିକ ପଦକ୍ଷେପ

0

ମଶାକୁ ସବୁଠୁ ଘାତକ ପ୍ରାଣୀ କୁହାଯାଏ କାରଣ ଏହା ଜିକା, ଡେଙ୍ଗୁ, ଚିକନଗୁନିଆ ଓ ୟେଲୋ ଫିଭର୍‌ ଭଳି ରୋଗର କାରଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମଶା ଯୋଗୁ ମରୁଛନ୍ତି । କେବଳ ଡେଙ୍ଗୁରେ ମରୁଛନ୍ତି ୨୫୦୦୦ । ପୃଥିବୀସାରା ଅନେକ ବୈଜ୍ଞାନିକ ମଶା ଯୋଗୁ ହେଉଥିବା ରୋଗର ସମାଧାନ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି । ଡେଙ୍ଗୁ ଭଲ କରିବା ପାଇଁ ଜଣେ ସାହସୀ ବୈଜ୍ଞାନିକ ହଜାର ହଜାର ମଶା କାମୁଡ଼ା ସହିଛନ୍ତି । ୟୁନିଭର୍ସିଟି ଅଫ୍‌ ମେଲବର୍ନ (ଅଷ୍ଟ୍ରେଲିଆ)ର ଏଣ୍ଟୋମୋଲଜିଷ୍ଟ ଡା ପେରାନ୍‌ ଷ୍ଟଟ୍‌ ରସ୍‌ ଡେଙ୍ଗୁ ରୋକୁଥିବା ୱଲବାଚିଆ ବ୍ୟାକେଫରିଆ ବାହକ ମଶାମାନଙ୍କୁ ନିଜ ହାତ ଉପରେ ବସିବାକୁ ଦେଇଥିଲେ । ହଜାର ହଜାର ମଶା ତାଙ୍କ ଦେହରୁ ୧୬ ମିଲିଲିଟର ରକ୍ତ ଶୋଷି ନେଲେ ।

Nalco
Leave A Reply