Odisha news

ବୈଜ୍ଞାନିକ ମାନଙ୍କର ନୂଆ ଉଦ୍ଭାବନ : ମଙ୍ଗଳ ଗ୍ରହରେ ଅକ୍ସିଜେନ ଓ ଇନ୍ଧନ ସମସ୍ୟା ହେବ ଦୂର

0

ନୂଆଦିଲ୍ଲୀ : ମଙ୍ଗଳ ଗ୍ରହରେ ପାଣିତ ରହିଛି ,କିନ୍ତୁ ଏହାର ଗୋଟିଏ ବଡ଼ ଭାଗ ବରଫ ଭାବରେ ଜମା ହୋଇଛି ଓ ବାକି ସମସ୍ତ ପାଣିରେ ଲୁଣ ଅଂଶ ଅଧିକ ରହିଛି l ସେଥିପାଇଁ ୨୦୩୩ ରେ ମଙ୍ଗଳାକୁ ଯାଉଥିବା ମହାକାଶ ଚାରି ମାନଙ୍କ ପାଇଁ ଏଠାକାର ପାଣି ବ୍ୟବହାର କରିବା ଅସୁବିଧା ଜନକ ହୋଇପାରେ l କିନ୍ତୁ ୱସିଂଟନ ବିଶ୍ୱ ବିଦ୍ୟାଳୟର ଗବେଷକ ମାନେ ଗୋଟିଏ ନୂଆ ସିଷ୍ଟମ ତିଆରି କରିଛନ୍ତି ,ଯାହା ଦ୍ୱାରା ମଙ୍ଗଳ ଗ୍ରହର ଲୁଣିଆ ପାଣିକୁ ଅକ୍ସିଜେନ ଓ ହାଇଡ୍ରୋଜେନ ଭବରେ ପରିବର୍ତନ କରାଯାଇ ପାରିବ l ୟୁନିଭର୍ସ ଡଟ କମ ରିପୋର୍ଟ ଅନୁସାରେ ନୂଆ ସିଷ୍ଟମ ସାହାଯ୍ୟରେ ଲୁଣିଆ ପାଣିରୁ ପ୍ରସ୍ତୁତ ହୋଇଥିବା ହାଇଡ୍ରୋଜେନକୁ ଇନ୍ଧନ ଭାବରେ ବ୍ୟବହାର କରାଯାଇ ପାରିବ l

ଏହି ସିଷ୍ଟମ ଅନୁସାରେ ବିଜୁଳି ଜରିଆରେ ଲୁଣିଆ ପାଣିକୁ ଅକ୍ସିଜେନ ଓ ହାଇଡ୍ରୋଜେନରେ ପରିଣତ କରାଯାଇ ପାରିବ l ପ୍ରୟୋଗ ଶାଳାରେ -୩୬ ଡିଗ୍ରୀ ତାପମାତ୍ରାରେ ଏହି ମେସିନ କାମ କରିବ ମଙ୍ଗଳ ଗ୍ରହରେ ଅକ୍ସିଜେନ ପ୍ରସ୍ତୁତ କରିବା ପାଇଁ ନାସା ପୂର୍ବରୁ ଗୋଟିଏ ସିଷ୍ଟମ ପ୍ରସ୍ତୁତ କରିଥିଲା l କିନ୍ତୁ ଏହି ନୂଆ ମେସିନଟି ନାସାର ପୂର୍ବ ସିଷ୍ଟମ ଠାରୁ ୨୫ ଗୁଣ ଅଧିକ ଅମ୍ଳଜାନ ପ୍ରସ୍ତୁତ କରୁଛି l ବୈଜ୍ଞାନିକ ମାନଙ୍କର ଏହା ଧାରଣା ରହିଛି ଯେ ମଙ୍ଗଳ ଗ୍ରହରେ ଅଳ୍ପ ସମୟ ପାଇଁ ମହାକାଶ ଚାରି ମାନଙ୍କୁ ରହିବାକୁ ପଡିଲେ ସେମାନେ ନିଜର କିଛି ଆବଶ୍ୟକୀୟ ଜିନିଷ ପ୍ରସ୍ତୁତ କରି ପାରିବେ ,ଖାସ କରି ନିଶ୍ୱାସ ନେବା ପାଇଁ ଅମ୍ଳଜାନ ଓ ପୃଥିବି ଉପରକୁ ଫେରିବା ପାଇଁ ଇନ୍ଧନର ଆବଶକ୍ୟ ରହିଛି l.

ୱସିଂଟନ ବିଶ୍ୱ ବିଦ୍ୟାଳୟର ବିଜୟ ରମାନି ଏହି ନୂଆ ଯନ୍ତ୍ରଟିର ନାମ ବ୍ରାଇନଇଲେକ୍ଟ୍ରୋଲାଇଜର ବୋଲି କହିଛନ୍ତି ,ଏହା ପୃଥିବୀ ଉପରେ ମଧ୍ୟ କାମରେ ଆସି ପାରିବ l ରମାନି କହିଛନ୍ତି ଆମର ଏହି ଯନ୍ତ୍ରଟି ତିଆରି କରିବାରେ ସମ୍ପୂର୍ଣ୍ଣ ବୁଦ୍ଧି ଓ ସମୟ ଲାଗିଛି l ଜଣେ ଗବେଷକ କହିଛନ୍ତି ଏହି ଯନ୍ତ୍ରଟିକୁ ମଙ୍ଗଳ ଗ୍ରହରେ ଚଳାଇବା ଦ୍ୱାରା ପାଣିକୁ ସୁଦ୍ଧ କରିବା ଓ ଗରମ କରିବାର ଆବଶ୍ୟକତା ପଡି ନପାରେ l

Nalco
Leave A Reply