ଲକଡାଉନ୍ ସମୟରେ ଫି ଦାଖଲ ପାଇଁ ଅଭିଭାବକଙ୍କ ଉପରେ ବେସରକାରୀ ଶିକ୍ଷାନୁଷ୍ଠାନର ଓ କେନ୍ଦ୍ରୀୟ ବିଦ୍ୟାଳୟର ଚାପ, ଅନୁରୋଧକୁ ଶୁଣୁନାହାଁନ୍ତି ସ୍କୁଲ କର୍ତୃପକ୍ଷ
ଫୁଲବାଣୀ: କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଥରହର ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଥିବା ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକ ସ୍କୁଲ ନଖୋଲି ପିଲାଙ୍କୁ ପାଠ ନପଢାଇ ଅଭିଭାବକଙ୍କ ଠାରୁ ସ୍କୁଲଫି ଦାବୀ କରୁଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ମଧ୍ୟ ସେମାନଙ୍କର ମୋବାଇଲ ଯୋଗେ ଏହି ଅବଧିର ସ୍କୁଲ ଫି ଦାଖଲ କରିବାକୁ ମେସେଜ ଆସିଥିବା ମଧ୍ୟ ଜଣାପଡିବାପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । କୋ÷ଣସି ଶିକ୍ଷାନୁଷ୍ଠାନ ଫି ଆଦାୟ ନକରିବାକୁ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଘରୋଇ ଶିକ୍ଷାନୁଷ୍ଠାନର ମାଲିକ ମାନେ ଅବମାନନା କରିଛନ୍ତି ।
କେନ୍ଦ୍ର ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସ ୨୨ରୁ ଆଜି ଯାଏଁ ଲକଡାଉନ୍, ସଟଡାଉନ ଏବଂ କର୍ଫୁ୍ୟ ଭଳି କଟକଣା ଜାରୀ କରି ଚାଲିବା ଫଳରେ ସମସ୍ତ ଦେଶ ଏକ ପ୍ରକାର ଅଚଳ ହୋଇପଡିଛି । ବିଭିନ୍ନ କଟକଣା ଯୋଗୁଁ ବହୁ ଲୋକ ସେମାନଙ୍କର ଜୀବିକା ହରାଇ ବସିଥିବା ବେଳେ ରୋଜଗାର ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷା ଅନୁଷ୍ଠାନ, କୋଚିଂ ସେଂଟର ଆଦି ବନ୍ଦ ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଘରେ ବସିଛନ୍ତି । ଅନ୍ୟପକ୍ଷରେ ଶିକ୍ଷା ଅନୁଷ୍ଠାନ ଓ କୋଚିଂ ସେଂଟର ଗୁଡିକ ଅନଲାଇନରେ ପାଠପଢା ଆରମ୍ଭ କରିଛି । ହେଲେ ଏହି ବ୍ୟବସ୍ଥା ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ଏତେଟା ପ୍ରଭାବ ପକାଇପାରୁନି । ବହୁ ଶିକ୍ଷାନୁଷ୍ଠାନ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିନାହାଁନ୍ତି ।
ଏପରିସ୍ଥଳେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ସମୟରେ ଦେୟ ପୈଠ କରିବାକୁ ଅଭିଭାବକ ମାନଙ୍କୁ ମେସେଜ୍ କରୁଛନ୍ତି । ଅପରପକ୍ଷେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ଫଳରେ ଅନ୍ତେବାସୀଙ୍କୁ ଖାଦ୍ୟପେୟ, ପରିବହନ, ବିଦୁ୍ୟତ, ସଫେଇ ଖର୍ଚ୍ଚ ହେଉନଥିବା ବେଳେ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଏ ବାବଦ ଦେୟ ତୁରନ୍ତ ପୈଠ କରିବାଲାଗି ଅଭିଭାବକ ମାନଙ୍କ ଘରକୁ ଯାଇ ଚାପ ପକାଉଥିବା ଜଣାପଡିଛି । ଯାହାକି ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ବେଆଇନ ମଧ୍ୟ । ରାଜ୍ୟ ସରକାର ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ପିଲାମାନଙ୍କ ସଂପୂର୍ଣ୍ଣ ଦେୟ ଛାଡ ନିମନ୍ତେ ସ୍ପଷ୍ଟ ନିଦେ୍ର୍ଦଶନାମା ଘୋଷଣା କରିବାକୁ ଅଭିଭାବକ ମାନେ ଦାବୀ କରିଛନ୍ତି ।