Odisha news

ସର୍ବ ଭାରତୀୟ ଚାକିରି ପାଇଁ ଆମ ପିଲା କେତେ ସମର୍ଥ ?

0
ପ୍ରତାପ ଚନ୍ଦ୍ର ସାହୁ : ବର୍ତ୍ତମାନ ବିଦ୍ୟାଳୟ ଗୁଡିକ ର୍ ରୁପାନ୍ତରିକରନ ପ୍ରକ୍ରିୟା ଚାଲିଛି। ସ୍କୁଲ ହେଉ କି କଲେଜ ହେଉ ସୈଖିକ୍ ପରିବେଶ ସୃଷ୍ଟି କରିବା ନିତାନ୍ତ୍ ଜରୁରୀ। କିନ୍ତୁ ଭିତ୍ତିଭୁମି ସଜାଡ଼ିବା ସାଙ୍ଗେ ସାଙ୍ଗେ ସୈଖିକ୍ ଭିତ୍ତିଭୁମି ଅର୍ଥାତ ଗୁନାତ୍ମକ୍ ଶିକ୍ଷା ନିମନ୍ତେ ପର୍ୟାପ୍ତ୍ ଶିକ୍ଷକ ନିଯୁକ୍ତି ଦେବାର୍ ଆବଶ୍ୟକତା ରହିଛି। ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ ପଢ଼ୁଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନତ କରି (ତଳ ସ୍ତର ରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତ) ସେଇ ମେଧାବୀ ପିଲାଙ୍କୁ ଅଗ୍ରାଧିକାର୍ ଭିତ୍ତିରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କର ଜ୍ଞାନ ପିପାସୁ ବୃଦ୍ଧି କରାଇବା ର୍ ଆବଶ୍ୟକତା ରହିଛି।ସେଥି ପାଇଁ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପ୍ରୋଚ୍ଛାହିତ୍ କରାଯିବ ବାଞ୍ଚ୍ୱ୍ହନିୟ୍। କାରଣ ଶିକ୍ଷକ ହିଁ ପିଲା ମାନଙ୍କ ର ଜ୍ଞାନ ପିପାସୁ ଆଶା ପୂରଣ କରିବାରେ ସାହାଯ୍ୟ କରି ପାରିବେ।
ସର୍ବ ଭାରତୀୟ ସେବା ପରୀକ୍ଷା ଗୁଡିକ ରେ ଆମ ଓଡିଶା ର ପିଲା ମାନେ ନୈରସ୍ୟ୍ ଜନ୍ କ୍ ପ୍ରଦର୍ଶନ ଓଡିଶା ବାସି ଙ୍କ ମନରେ ଦାରୁନ ଆଘାତ ଦେଇଛି। ଆଉ ଆଗ ର୍ ଭଳି  ସଫଳତା ମିଳୁ ନାହିଁ ଆମ ଓଡ଼ିଆ ପିଲାଙ୍କୁ। ପ୍ରଥମେ ବିଶ୍ୱ ବିଦ୍ୟାଳୟ ପରିସର ରେ ଅଜସ୍ର ଅର୍ଥ ବିନିମୟ୍ ରେ ସର୍ବ ଭାରତୀୟ ସେବା ପରୀକ୍ଷା ଦେବା ପାଇଁ ଇଚ୍ଛୁକ୍ ଥିବା ପ୍ରାର୍ଥି ମାନଙ୍କ ନିମନ୍ତେ ଆଇ ଏ ଏସ କୋଚିଙ୍ଗ୍ ସେଣ୍ଟର ଖୋଲିଲେ ହେଲେ କିଛି ଲାଭ ହେଲା ନାହିଁ। ତା ପରେ ଲକ୍ଷ ଲକ୍ଷ ଖର୍ଚ୍ଚ୍ କରି ଏ ଦାୟିତ୍ୱ ଘରୋଇ ସଂସ୍ଥା କୁ ଦିଆ ଗଲା। ପିଲେ ସେଇଠି କୋଚିଙ୍ଗ୍ ନେଲେ ହେଲେ ଯଥା ପୁର୍ବମ୍ ତଥା ପରମ ପରିସ୍ଥିତି ଦେଖା ଦେଲା।
ସର୍ବ ଭାରତୀୟ ସ୍ତରରେ ଆମର ପିଲା ଆଉ ଅଗର ଭଳି ଆଖି ଦୃଷ୍ଟି ଆ ଫଳ ମିଳୁ ନାହିଁ। ଶିକ୍ଷା ବିତ୍ତ୍ ଓ ବୁଦ୍ଧି ଯିବି ମହଲ ରେ ଏ ନେଇ ଆତଙ୍କ ଖେଳି ଯାଇଛି।ସତରେ କଣ ଆମର ପିଲା ଏତେ ଖରାପ? ମନକୁ ପ୍ରଶ୍ନ ଆସେ। ନା ସେମାନଙ୍କ ଉଚିତ ଶିକ୍ଷା ଯୋଗାଇ ଦେବାରେ କୋଉଠି ଅସୁବିଧା ରହୁଛି !  ସମସ୍ତ ବାପା ମା ଚାହାନ୍ତି ମୋ ପୁଅ/ଝିଅ ଆଇ ଏ ଏସ ହେଉ। ସେମାନେ ମଧ୍ୟ ପ୍ରସ୍ତୁତ ଯେ କୌଣସି ମୂଲ୍ୟ ଦେଇ ତାଙ୍କ ପିଲାଙ୍କୁ କୋଚିଙ୍ଗ୍ ଦିଆ ଇବେ।ଏଇ ସବୁ ବ୍ୟବସ୍ଥା ସରକାର କରିବା କଥା। କିନ୍ତୁ ଦୁଃଖ ର୍ ସହ କହିବାକୁ ପଡୁଛି କୋଉଠି ତ୍ରୁଟି ରହି ଯାଉଛି ଯେ ମେଧାବୀ / ଅତି ମେଧାବୀ ପିଲା ଥାଉ ଥାଉ କାହିଁକି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ ଏପରି ନୈରାସ୍ୟ୍ ଜଣକ ପ୍ରର୍ଦସନ୍ ହେଉଛି। ଶିକ୍ଷା କୁ କେତେକ ଅଂଶ ରେ ବ୍ୟବସୟିକ୍ ପ୍ରକ୍ରିୟା ରେ ପରିଣତ କରିଦିଆ ଗଲାଣି। ବୁଦ୍ଧି ଯିବି ଓ ଶିକ୍ଷା ବିତ୍ତ୍ ମାନେ ଘରୋଇ ସଂସ୍ଥା ଏ ଦାୟିତ୍ୱ ଦେବା ଉପରେ ପ୍ରଶ୍ନ ଉଠାଇ ଛନ୍ତି। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଉପଯୁକ୍ତ ସୈଖିକ୍ ସହାୟତା ର ଅଭାବ ଯୋଗୁଁ ସର୍ବଭାରତିୟ୍ ସେବା ପାଇଁ ହେଉଥିବା ପରୀକ୍ଷା ରେ ଆମ ଓଡ଼ିଆ ପିଲା ମାନେ ବିଫଳ ହେଉଛନ୍ତି।ସେମାନଙ୍କର ସାମର୍ଥ୍ୟ ବଢାଇବା ପାଇଁ ଘରୋଇ ସଂସ୍ଥା ଅପେକ୍ଷା ଆମର ବିଶ୍ୱ ବିଦ୍ୟାଳୟ ଗୁଡିକ ଅଧିକ ସକ୍ଷମ। କେବଳ ଆନ୍ତରିକ ର୍ ସହ କାର୍ଯ୍ୟ ସମ୍ପାଦନ କଲେ ହେଲା। ଆଉ ଏକ କଥା ଲୋକ ସେବା ଆୟୋଗ୍ ଯେଉଁ ପରୀକ୍ଷା କରିଥାନ୍ତି ତାହାର ଧାଞ୍ଚା ରେ ଅନେକ ପରିବର୍ତ୍ତନ ହୋଇଗଲାଣି ଏବେ ଦେଖିବାକୁ ମିଳୁଛ ଯେ ସାଧାରଣ ବର୍ଗ ଅର୍ଥାତ କଲା,ବିଜ୍ଞାନ ଓ ବାଣିଜ୍ୟ ର ପିଲା ଅପେକ୍ଷା ବୈସୟିକ୍ ଶିକ୍ଷା ପ୍ରାପ୍ତ ପିଲା ଅଧିକ ରୁ ଅଧିକ ସଫଳତା ପାଉଛନ୍ତି। ପ୍ରିଲିମିନେରି ଓ ମେନ ଏପରି ଦୁଇ ପର୍ୟୟ୍  ରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।
ବିନା କୋଚିଙ୍ଗ୍ ରେ ବି ପିଲା କ୍ରୁତକର୍ୟ୍ ହେବାର ନଜିର ରହିଛି। ଦିଲ୍ଲୀ ର ଏକ ନାମି ଦାମି ଘରୋଇ ସଂସ୍ଥା ଭଲ କୋଚିଙ୍ଗ୍ ଦେଉଛି ବୋଲି ଶୁଣି ଓଡିଶା ର ଅଧିକାଂଶ ପିଲା ଦିଲ୍ଲୀ ଯାଆନ୍ତି। କିନ୍ତୁ ନିଜ ଉପରେ ରହିଲା କ୍ରୁତକର୍ୟ୍ ହେବା ନ୍ ହେବା।  ଘରୁ ବାହାର କୁ ପଳେଇଲେ,ପିଲେ ନିୟନ୍ତ୍ରଣ ବାହାରେ।ଏଣୁ ସଫଳତା କୁଆଡୁ ପାଇବେ? କେବଳ ବାପାଙ୍କ ଠୁ ଅଜସ୍ର ପଇସା ନେଇ ଅସତ ମାର୍ଗ ରେ ଖର୍ଚ୍ଚ୍ କରି ଉଡାଇ ବା କଥା। ସେମାନେ ଯଦି ଉତ୍ତମ ତତ୍ଵବଧରକ୍ ଅଧୀନ ରେ ରହି ତାଲିମ ନିଅନ୍ତେ ତାହାହେଲେ ବୋଧେ ସୁଫଲ୍ ମିଳନ୍ତା। ଶିକ୍ଷକ ତଥା ଅଧ୍ୟାପକ ଙ୍କୁ ପ୍ରୋଚ୍ଛାହିତ୍ କରାଯାଇ ପିଲା ମାନଙ୍କ ମନରେ ଉଚ୍ଚ ହେବାର ଆଶା ( ବୀଜ) ଅଙ୍କୁର୍ ଉଦ୍ଗମ୍ କରାଇ ପାରିଲେ  ଉଚିତ ମାର୍ଗ ଦର୍ଶନ କରାଇ ପାରିଲେ  ନିଶ୍ଚିତ ଭାବେ ପିଲେ ସର୍ବ ଭାରତୀୟ ସେବା ପରୀକ୍ଷା ରେ ଭଲ କରି ପାରିବେ। ନିରନ୍ତର ଶିକ୍ଷା ଲାଭ କରି ଆସୁଥିଲେ  ,ଆଗ୍ରହ ଥିଲେ କୋଚିଙ୍ଗ୍ ନ୍ ନେଇ ବି ସର୍ବ ଭାରତୀୟ ସେବା ପରୀକ୍ଷା ରେ ନିଶ୍ଚିତ ଭାବେ ସଫଳତା ମିଳିବ। ପିଲାମାନେ କିପରି ପରିବର୍ତ୍ତିତ୍ ଶିକ୍ଷା ସହିତ ଖାପ ଖୁଆଇ ନିଜର ସାମର୍ଥ୍ୟ ବଢ଼ାଇ ପାରିବେ ,ସେ ଦିଗରେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
Leave A Reply