ବୋରିଗୁମ୍ମା (କେ.ସାକିଲି ଦୋରା) : ମହାମାରୀ କରୋନା ସକାଶେ ଦୀର୍ଘ ନଅ ମାସ ହେବ ସ୍କୁଲ ,କଲେଜ ବନ୍ଦ ରହିଥିଲା। ପିଲାମାନେ ଦୀର୍ଘ ନଅ ମାସ ହେବ ସ୍କୁଲ ବାରଣ୍ଡା ମାଡି ନ ଥିଲେ। କେବଳ କିଛି ଛାତ୍ର ଛାତ୍ରୀ ଅନଲାଇନ ରେ ପାଠ ପଢା ଚାଲିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରୀ ୮, ତାରିଖ ରୁ ରାଜ୍ୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ପାଠ ପଢା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଏସ ଓ ପି ଗାଇଡ଼ଲାଇନ ଅନୁସାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଯାଇପାରିବେ। ଆଜି ବୋରିଗୁମ୍ମା ବ୍ଲକରେ ଥିବା ୩୨ ଗୋଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ପାଠ ପଢା ଆରମ୍ଭ ହୋଇଛି।
ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦୀର୍ଘ ନଅ ମାସ ପରେ ଦଶମ ଶ୍ରେଣୀରେ ପାଠ ପଢା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଦଶମ ଶ୍ରେଣୀର ୩୧୮ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ମାତ୍ର ୧୦୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଚାରୋଟି ଶ୍ରେଣୀ ଗୃହ ରେ ପିଲାମାନେ ପ୍ରଥମେ ହାତ ସାନିଟାଇଜ ପରେ ମୁହଁରେ ମାସ୍କ ପିନ୍ଧି ଶ୍ରେଣୀ ଗୃହ କୁ ପ୍ରବେଶ କରିଥିଲେ। ପରେ ଦଶମ ଶ୍ରେଣୀରେ ପାଠ ପଢା ଆରମ୍ଭ ହୋଇଥିଲା। ଚାରୋଟି ଶ୍ରେଣୀ ଗୃହ ରେ ଶିକ୍ଷକ ରାମଚନ୍ଦ୍ର ନାହାକ, ଶିକ୍ଷୟିତ୍ରୀ ଶୈଳଜା ଦୋରା, ସୁପ୍ରଭା ପଣ୍ଡା,ବିଜୟ ଲଷ୍ମୀ ପ୍ରଧାନ ବିଭିନ୍ନ ବିଷୟରେ ପିଲା ମାନଙ୍କୁ ପାଠ ପଡାଇଥିଲେ। ସେହିଭଳି ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାୟ ରେ ଯୁକ୍ତ ଦୁଇ ର ଦ୍ଵିତୀୟ ବର୍ଷ ବିଜ୍ଞାନ, କଳା ଓ ବାଣିଜ୍ୟ ବର ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢା ଆରମ୍ଭ ହୋଇଥିଲା। ଆଜି ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ବେଶ ଖୁସିଥିବା ଜଣାଯାଇଛି। କୋବିଡ଼ ନିୟମ କୁ କଡାକଡି ଭାବେ ପାଳନ କରାଯିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରକାଶ ଚଳିତ ବର୍ଷ ମାଟ୍ରିକ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଗଣ ଶିକ୍ଷା ବିଭାଗ ୩୦ ପ୍ରତିଶତ ସିଲାବସ କମାଇଛନ୍ତି। ଏଥିସହ ୧୦୦ ଦିନର ନିରାଵଛିନ୍ନ ପାଠ ପଢା ପରେ ଆସନ୍ତା ମେ ମାସ ୩ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ।
