Odisha news

ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ନୂଆ ଲୋଗୋ ଓ ଟ୍ୟାଗଲାଇନ ସହିତ ନୂତନ ବ୍ରାଣ୍ଡ ପରିଚୟର ଉନ୍ମୋଚନ କରିଛି

0

ମୁମ୍ବାଇ, ଜୁଲାଇ ୦୧ : ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ (ଏସବିଆଇଜି) ଆଜି ଏହାର ନୂତନ ରିଡିଜାଇନ୍ ହୋଇଥିବା ଲୋଗୋ ସହିତ ନୂତନ କର୍ପୋରେଟ୍ ବ୍ରାଣ୍ଡ ପରିଚୟର ଶୁଭାରମ୍ଭ କରିଛି । ଏହାର ଟ୍ୟାଗଲାଇନ୍ ରହିଛି ‘ସୁରକ୍ଷା ଓ ଭରୋସା ଦୋନୋ’ । ଏସବିଆଇଜିର ରେ ଡିଜିଟାଇଜେସନକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଇ ଆସିଛି । ଏହା ସହିତ କମ୍ପାନୀ ନୂତନ ବ୍ରାଣ୍ଡ ପରିଚୟ ଉପରେ ଧ୍ୟାନ ପ୍ରଦାନ କରିଛି । ଏଥିରେ ରହିଛି ସ୍ୱାଇପ ଯୋଗ୍ୟ ଓ ନୂତନ ଦେଖା ଯାଉଥିବା ଲୋଗୋ ।
ନୂତନ ବାଇଗଣି ଲୋଗୋ ଏସବିଆଇଜିର ଭବିଷ୍ୟତର ପ୍ରସ୍ତୁତିକୁ ସୂଚାଇ ଥାଏ । ଏହା ସହିତ ସାରା ଭାରତର ଗ୍ରାହକଙ୍କ ପ୍ରତି ଆଧୁନିକତାର ସହିତ ଏହା ସେବା ପ୍ରଦାନ କରି ଆସୁଛି । ପାରମ୍ପରିକ ଗ୍ରାହକ ହେଉଛନ୍ତି ସେହିମାନେ ଯେଉଁମାନେ ବିଶ୍ୱସନୀୟତା, ଅର୍ଥର ମୂଲ୍ୟ ଓ ସଚ୍ଚୋଟତାକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି ଯେତେବେଳେ କି ଆଧୁନିକ ପରିଚୟରେ ରହିଛି ନମନୀୟତା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି । ବାଇଗଣି ରଙ୍ଗ ଯୁବ ସୁଲଭତା, ଜ୍ଞାନ ଓ ନିଷ୍ଠା ଭାବନାର ପରିପ୍ରକାଶ କରିଥାଏ ।
ଶ୍ରୀ ଦିନେଶ କୁମାର ଖାରା, ମ୍ୟାନେଜିଂ ଡାଇରେକ୍ଟର ଗ୍ଲୋବାଲ୍ ବ୍ୟାଙ୍କିଂ ଏଣ୍ଡ ସବ୍‌ସିଡିଆରିଜ୍‌, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛନ୍ତି ଯେ, “ଏସବିଆଇ ସର୍ବଦା ବ୍ୟାଙ୍କିଂ ସହିତ ଲୋକମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆଣିବାର ଲକ୍ଷ୍ୟ ରଖିଥାଏ କାରଣ ଭାରତର ପ୍ରତି କୋଣ ଅନୁକୋଣର ଲୋକମାନେ ଏହା ସହିତ ବିଭିନ୍ନ ଉପାୟରେ ଜଡ଼ିତ । ଜାତି ନିର୍ମାଣରେ ଆମର ପ୍ରତିଶ୍ରୁତିବଦ୍ଧତା ସମ୍ପୂର୍ଣ୍ଣ ଓ ବ୍ୟାପକ ଅଟେ ।
ନୂତନ ବ୍ରାଣ୍ଡ ପରିଚୟ ସହିତ, ଆମେ ଆନନ୍ଦିତ ଯେ ଏସବିଆଇ ଜେନେରାଲ୍ ଏହାକୁ ପୁନଃ ଆବିଷ୍କୃତ କରୁଛି ଓ ଦେଶକୁ ବୀମାଭୁକ୍ତ କରିବା ସହିତ, ଏହା ବିଶ୍ୱାସର ଧାରାକୁ ଆଗକୁ ନେଉଛି । ଆମେ ନୂତନ ଡିଜିଟାଲ୍ କ୍ଷମତା ସମ୍ପର୍କରେ ସୁନିଶ୍ଚିତ ଅଛୁ ଓ ଏହା ନିଶ୍ଚିତ ଭାବରେ ଏକ ସକାରାତ୍ମକ ଓ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବ ।”
ପୁସନ୍ ମହାପାତ୍ର, ଏମଡି ଓ ସିଇଓ, ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ କହିଛନ୍ତି, “ଆମେ ଏସବିଆଇର ପୃଷ୍ଠପୋଷକତାରେ ରହିଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛୁ ଓ ବାସ୍ତବରେ ଆମେ ଏହି ବିଶ୍ୱାସ ଏବଂ ସୁରକ୍ଷାର ଦୃଢ଼ ଧାରାକୁ ଆଗେଇ ନେବୁ ।
ଭାରତରେ ବୀମା କ୍ଷେତ୍ରରେ ଏବେ ମଧ୍ୟ ଭୟ ଓ ଅସୁରକ୍ଷା ଭାବନା ରହିଛି । ଏହାକୁ ଦୂର କରିବା ପାଇଁ ଓ ବ୍ରାଣ୍ଡକୁ ଆଗେଇ ନେବା ପାଇଁ ଆମେ ଟ୍ୟାଗଲାଇନରେ ସୁରକ୍ଷା ଓ ବିଶ୍ୱାସ ଉଭୟକୁ ସାମିଲ୍ କରାଯାଇଛି ଯାହାର ହିନ୍ଦୀ ଅନୁବାଦ ହେଉଛି – ସୁରକ୍ଷା ଔର ଭରୋସା ଦୋନୋ”
ସେ କହିଛନ୍ତି ଯେ, ଗ୍ରାହକମାନେ ଆମ ଉପରେ ବିଶ୍ୱାସ ସ୍ଥାପନ କରିଥିବାରୁ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଛୁ । ଆମର ନୂଆ ଲୋଗୋ ସହିତ ଆଶ୍ୱାସନା ଦେବାକୁ ଚାହୁଁଛୁ ଯେ ନୂତନ ଯୁଗର ପ୍ରକ୍ରିୟା ଓ ସେବା ସହିତ ଆମେ ଆମର ଗ୍ରାହକମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବୁ ।
ଏହି ଏକ ଦଶନ୍ଧିର ଯାତ୍ରାରେ, ଏସବିଆଇଜି ଅନେକ ଗୁଡ଼ିଏ ମାଇଲଷ୍ଟୋନ ଅତିକ୍ରମ କରିଛି ଯଥା ୪ର୍ଥ ବର୍ଷରେ ଗ୍ରସ୍ ରିଟିନ୍ ପ୍ରିମିୟମ ଟ.୧୦୦୦ କୋଟି ଅତିକ୍ରମ କରିଥିବା ଦ୍ରୁତତମ କମ୍ପାନୀ, ଜାନୁୟାରୀ ୨୦୦୭ ର ଡିଟାରିଫିକେସନ ପରେ ଉଦ୍ୟୋଗରେ ପ୍ରବେଶ କରିଥିବା ଟପ୍ ଘରୋଇ ବୀମାକାରୀ

Nalco

Leave A Reply