SBI ଆର୍ଲଟ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଯଦି ଫ୍ରିଜ କରାଯାଇଛି ଆକାଉଣ୍ଟ, ଜାଣନ୍ତୁ ଏହାକୁ ଅନଫ୍ରିଜ କରିବାର ଉପାୟ
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କ ପାଇଁ ଆଣିଛି ବଡ ଖବର l ଯଦି ଆପଣ ଷ୍ଟେଟ ବ୍ୟାଙ୍କ ର କଷ୍ଟମର ତେବେ ଖୁବ ଶୀଘ୍ର ନିଜ ଆକାଉଣ୍ଟ କୁ ଚେକ କରନ୍ତୁ l ବ୍ୟାଙ୍କ ପକ୍ଷରୁ ବିପୁଳ ପରିମାଣରେ ସେହି ଖାତା ଗୁଡିକୁ କରାଯାଇଛି ଫ୍ରିଜ, ଯେଉଁଥିରେ KYC କରାଯାଇ ନାହିଁ l ଏହି ଖାତା ଗୁଡିକୁ ଅସ୍ଥାୟୀ ଭାବରେ ଫ୍ରିଜ କରାଯାଇଛି , ଯାହାଦ୍ୱାରା କଷ୍ଟମର କୌଣସି ପ୍ରକାରର ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ l ଏହାଦ୍ୱାରା ଗ୍ରାହକ ମାନେ ଖୁବ ଅସୁବିଧାର ସମୁଖୀନ ହେଉଛନ୍ତି l
ଅଧିକାଂଶ କଷ୍ଟମର ଖାତା ଫ୍ରିଜ ହେବାର ସୋସିଆଲ ମିଡିଆରେ ସେୟାର କରିଛନ୍ତି l ସେମାନେ ଅନେକ ଅସୁବିଧାରେ ରାଇ ମଧ୍ୟ ନିଜ ଖାତାରୁ ସାଲାରି ବାହାର କରି ପାରୁ ନାହାନ୍ତି l ଯଦି ଆପଣଙ୍କ ଖାତା ଫ୍ରିଜ ହୋଇଛି ତେବେ କିପରି ଅନଫ୍ରିଜ କରିବେ ଜାଣନ୍ତୁ l
ଜୁଲାଇ ମାସରେ ଅନେକ ଗୁଡିଏ ନିୟମ ହୋଇଛି ଏହି ନିୟମ ଅନୁସାରେ ବ୍ୟାଙ୍କ ଖାତାରେ KYC ଅନିର୍ବଜ୍ୟ ଅଟେ l ରିର୍ଜିବବ୍ୟାଙ୍କ ର ଦିଶା ନିର୍ଦେଶ ରେ ଏହା ହୋଇଛି l ଏହି ନିଷ୍ପତି ଠକେଇ ମାମଲାର ବୃଦ୍ଧି କୁ ନେଇ କରାଯାଇଛି l ନିୟମ ଅନୁସାରେ ପ୍ରତ୍ୟେକ ଗ୍ରାହକ ନିଜ ଖଟର ପ୍ରତି ୧୦ ବର୍ଷରେ ଥରେ KYC କରାଇବା ନିହାତି ଜରୁରୀ l
ଏହିଭଳି କରାନ୍ତୁ KYC –
– ଏହି ପ୍ରକ୍ରିୟାକୁ ପୁରା କରିବା ପାଇଁ ଆପଣଙ୍କୁ ଆଧାର କାର୍ଡ ଓ ପ୍ୟାନ କାର୍ଡ ର କପି ଜମା କରିବାକୁ ପଡିବ l
– ଏହାପରେ ବ୍ୟାଙ୍କ ରେ KYC ଫର୍ମ ଫିଲପ କରିବାକୁ ପଡିବ l
– ଏହାପରେ ପାସ୍ପୋର୍ଟ ସାଇଜ ଫଟୋ ମଧ୍ୟ ଜମା କରିବାକୁ ପଡିବ l
– ଏହାପରେ KYC ପ୍ରକ୍ରିୟା ପୁରା ହୋଇଯିବ l
