Odisha news

ଏସବିଆଇ ପକ୍ଷରୁ ଗ୍ରାମ୍ୟ ସ୍ତରୀୟ ଗ୍ରାହକ ସେବା ଅନୁଷ୍ଠିତ

0
ଜମନକିରା,୨୬/୫: ବୁଧବାର ଦିନ ଅପରାହ୍ନରେ ଜମନକିରା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପକ୍ଷରୁ ଏକ ଗ୍ରାମ୍ୟ ସ୍ତରିୟ ସଭା ଅନୁଷ୍ଟିତ ହୋଇ ଯାଇଛି। ପରିସରରେ ଏସବିଆଇ ଗ୍ରାହକଙ୍କ ସମ୍ବୁଖିନ ହେଇଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ପାଇଁ ଜମନକିରା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ଏକ ଗ୍ରାମ୍ୟ ସ୍ତରୀୟ ଗ୍ରାହକ ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଞ୍ଚଳିକ ପରିଚାଳକ (ଆରଏମ) ବିଜୟ କୁମାର ସାହୁ, ସମ୍ବଲପୁର ଆରବିଓ ମୁଖ୍ୟ ପ୍ରବନ୍ଧକ ସିଏମ, ସୁଦାମ ତରିଆ, ଜମନକିରାର ଶାଖା ପରିଚାଳକ, ଶ୍ରୀନିବାସ ଦଲବେହେରା ଏବଂ ଜମନକିରା ଅଞ୍ଚଳର ବିଭିନ୍ନ ବ୍ୟବସାୟୀ ଉପସ୍ଥିତ ରହି ବିଭିନ୍ନ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାରେ ଗ୍ରାହକମାନେ ସମ୍ବୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ମାଧ୍ୟମରେ ମୁଖ୍ୟତଃ ଲମ୍ବା ଧାଡ଼ି, ସେବାରେ ବିଳମ୍ବ, ଗ୍ରାହକଙ୍କ ପ୍ରତି ବ୍ୟାଙ୍କର ସେବାର ଉନ୍ନତି ପାଇଁ ଏକ ସୁସ୍ଥ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏସବିଆଇ ଗ୍ରାହକ ଜମନକିରାର ମଳୟ କୁମାର ବଢେଇଙ୍କୁ ଆରଏମଙ୍କ ଦ୍ଵାରା ମୁଦ୍ରା ମଞ୍ଜୁର ପତ୍ର ପ୍ରଦାନ କରାଯାଇଥିଲା। ଯାହା ୩ ଦିନ ମଧ୍ୟରେ ଅନୁମୋଦିତ ହୋଇଥିବା ନେଇ ବୈଠକ ରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ଶେଷରେ ଏସବିଆଇ ଶାଖା ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରିଥିଲେ।
Leave A Reply