Odisha news

ଶାସ୍ତ୍ର ଅନୁସାରେ  ଗୋଟିଏ  ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ଏହି ସବୁ କଥାକୁ ଧ୍ୟାନ ରଖିବା ଜରୁରୀ 

0
ପ୍ରତ୍ୟେକ ସମ୍ପର୍କ ନିବିଡ଼ ହେବା ଖୁବ ଭଲ l କିନ୍ତୁ ସେଥିରେ ଗୋଟିଏ ଜିନିଷ ରହିବl ନିହାତି ଜରୁରୀ , ତାହା ହେଉଛି ସମ୍ମାନ l କାହିଁକି ନା ପ୍ରତ୍ୟେକ ସମ୍ପର୍କ ସ୍ନେହ ଓ ସମ୍ମାନର ୨ଟି ଚକରେ ଚାଲିଥାଏ l  ଯଦି ଏହି ୨ଟି ମଧ୍ୟରୁ ଗୋଟିଏ କମିଯାଏ ତେବେ ଗାଡି ଟ୍ରାକ ରୁ ଖସି ଯାଇଥାଏ ଅର୍ଥାତ ସମ୍ପର୍କ ରେ ଫାଟ ଆସି ଯାଇଥାଏ l ତେଣୁ ଆମେ ସମସ୍ତେ ନିଜର ସମ୍ପର୍କ କୁ ଚିର ସ୍ଥାୟୀ କରିବା ପାଇଁ ଏହି ୨ଟି ଜିନିଷ କୁ ନିହାତି ଗୁରୁତ୍ୱ ଦେବା ଜରୁରୀ l
ତେବେ ଆପଣ ଭାବୁଥିବେ ସମ୍ପର୍କ ରେ ସମ୍ମାନ ର ଆବଶ୍ୟକତା କେଉଁଠି ରହିଛି ? ତେବେ ଜାଣି ରଖନ୍ତୁ ଯେ ସମ୍ମାନ ସବୁବେଳେ ରିଟର୍ନ ଆପଣଙ୍କ ନିକଟକୁ ଫେରିଥାଏ l  ଯଦି କେହି ଆପଣଙ୍କୁ ସମ୍ମାନ ଜଣାଇ କଥା ହେଉଛି ତେବେ ଆପଣ ତାର ଦୁର୍ବଳତା କିମ୍ବା ନିଜକୁ ସୁପରିଆର ଭାବିବା ଭୁଲ ଅଟେ l  ପ୍ରତି ବଦଳରେ ସମ୍ମାନ ଦେବା ନିହାତି ଜରୁରୀ l
– ବିଶେଷ ଭାବରେ ରିଲେସନସିପ ରେ ପୁରୁଷ ଓ ନାରୀ ଗୋଟିଏ ମୁଦ୍ରା ର ୨ଟି ପାର୍ଶ୍ଵ ଅଟନ୍ତି l ଏହି ସମ୍ପର୍କକୁ ଅଧିକ ନିବିଡ଼ କରି ପାରିବେ ଯଦି ଉଭୟ ଉଭୟ ଙ୍କୁ ସମ୍ମାନ ଓ ସ୍ନେହ କରୁଥିବେ l ତେବେ ସମ୍ମାନ ର ଅର୍ଥ ନୁହେଁ ଯେ ଜଣେ ସବୁବେଳେ ନଇଁ ରହୁଥିବ ଓ ଆଉ ଜଣେ ଅସମ୍ମାନ କରି ଚାଲିଥିବ l ତେଣୁ ଅଧିକ ନଇଁଯିବା କୌଣସି ସମ୍ପର୍କ ରେ ଉଚିତ ନୁହେଁ l
– କଦାପି ସମ୍ପର୍କ ରେ ଯୁକ୍ତି ବା ପାଟିତୁଣ୍ଡ କରିବା ଉଚିତ ନୁହେଁ l ଗଣ୍ଡଗୋଳ ଓ ପାଟିତୁଣ୍ଡ ଆପଣଙ୍କ ସମ୍ମାନ କୁ ହାନି କରିଥାଏ l  ଯେବେ ଆପଣ ନିଜ ସ୍ଵଭାଵ କୁ ନେଇ ପରେ ଚିନ୍ତା କରି ଥାଆନ୍ତି ତେବେ ଲଜ୍ଜିତ ଅନୁଭବ କରି ଥାଆନ୍ତି l ତେଣୁ କ୍ରୋଧ କୁ ନିୟନ୍ତ୍ରଣ କରନ୍ତୁ l
– ଦୁନିଆର କୌଣସି ବ୍ୟକ୍ତି ପରଫେକ୍ଟ ନୁହେଁ, ସମସ୍ତଙ୍କ ମଧ୍ୟରେ କିଛି ନା କିଛି କମି ରହିଛି l ଜରୁରୀ ନୁହେଁ କି ସମସ୍ତେ ତମ ଅନୁସାରେ କାମ କରିବେ ତେଣୁ ଏଭଳି ଭାବନା ଆଣିବା ଦ୍ୱାରା ସମ୍ମାନ ହାନି ହୋଇଥାଏ l
– ସବୁବେଳେ ନିଜର ଭୁଲ କୁ ସ୍ୱୀକାର କରନ୍ତୁ l ଯଦି ନିଜ ଭୁଲ ସ୍ୱୀକାର ନକରିବେ ତେବେ ସମ୍ପର୍କ ରେ ଫାଟ ଆସିବ ଓ ଆପଣ ନିଜ ପାର୍ଟନର ସାମ୍ନାରେ ସମ୍ମାନ ହାନି କରିବେ l
– ଆଜିକାଲି ସମ୍ପର୍କ ଏଭଳି ହୋଇ ଯାଉଛି କି ଟିକେ ଟିକେ କଥାରେ ଅପଶବ୍ଦ ବାହାରୁଛି l ତେଣୁ ନିଜ ଭାଷାରେ ସଂଯମତା ରଖନ୍ତୁ l ଠାରେ ପାଟିରୁ ବାହାରିଥିବା ବଚନ ଆଉ ଫେରି ନଥାଏ l  ତେଣୁ ଭାବିଚିନ୍ତି ଭାଷାର ପ୍ରୟୋଗ କରନ୍ତୁ l
– ସବୁବେଳେ ନିଜର ସମ୍ମାନ ରକ୍ଷା କରି ନିଜ କଥା ବାହାରେ କାହା ନିକଟରେ ଆଲୋଚନା କରନ୍ତୁ ନାହିଁ, କିମ୍ବା ଅନ୍ୟର କଥାରେ ପଡି କଳହ ସୃଷ୍ଟି କରନ୍ତୁ ନାହିଁ l
Leave A Reply