Odisha news

ନିଜର ଏହି ଛୋଟ ଛୋଟ ଭୁଲ୍ କୁ ଅଣଦେଖା କରନ୍ତୁ ନାହିଁ, ହୁଏତ ଏହା ଆପଣଙ୍କ ସନ୍ତାନର ଜୀବନ ଉପରେ ପକାଇ ଦେବ କୁ ପ୍ରଭାବ

0
ଶାସ୍ତ୍ର କହୁଛି ପିତାମାତା ସର୍ବଦା ନିଜର ସନ୍ତାନ ର ଲାଳନ ପାଳନ ପାଇଁ ସତର୍କ ରହିବା ଆବଶ୍ୟକ । କାରଣ ଗୋଟିଏ ସନ୍ତାନ ଜନ୍ମ ହେବା ପରେ ତାର ପ୍ରଥମ ମୂଳଦୁଆ ପଡିଥାଏ ତାର ପରିବାର ରୁ । ପରିବାର ଠାରୁ ଯାହା ଶିକ୍ଷା ଗ୍ରହଣ କରିଥାଏ ତାହାକୁ ସେ ନିଜ ଭବିଷ୍ୟତ ରେ କାର୍ଯ୍ୟରେ ଲଗାଇ ଥାଏ ।
ପିତାମାତା ଙ୍କ ନିକଟରୁ ଅଧିକ ସ୍ନେହ ଓ ମମତା ପିଲା ମାନଙ୍କ ପାଇଁ ବେଳେବେଳେ ହୋଇ ଯାଇଥାଏ କ୍ଷତିକାରକ । ତେଣୁ ପିତାମାତା ସନ୍ତାନ ର ଭବିଷ୍ୟତ କୁ ଆଖି ଆଗରେ ରଖି ତାକୁ ସ୍ଵତନ୍ତ୍ରତା ପ୍ରଦାନ କରିବା ଉଚିତ୍ । ତେଣୁ ସନ୍ତାନ କୁ ନେଇ ପିତାମାତା ନିମ୍ନ ଲିଖିତ କଥାକୁ ଧ୍ୟାନ ରଖିବା ଆବଶ୍ୟକ –
* ମିଥ୍ୟା କହିବା ଠାରୁ ଦୂରେଇ ରଖିବା ଆବଶ୍ୟକ –
ଶାସ୍ତ୍ର ଅନୁସାରେ ପିଲାମାନେ ଖୁବ୍ ଶୀଘ୍ର ମିଥ୍ୟା କହିବା ଆଡ଼କୁ ପ୍ରୋତ୍ସାହିତ ହୋଇ ଥାଆନ୍ତି । ତେଣୁ ପିଲାଟି ଦିନରୁ ସେଥିପ୍ରତି ଆକଟ କରିବା ଉଚିତ୍ । ବିଭିନ୍ନ ଶାସ୍ତ୍ର ଗତ କଥା ଦ୍ଵାରା କିମ୍ବା ଆଧ୍ୟାତ୍ମିକ କଥା ଦ୍ଵାରା ମିଥ୍ୟା ନକହିବା ପାଇଁ ଶିକ୍ଷା ଦିଅନ୍ତୁ ।
* ସମୟାନୁବର୍ତିତା ହେବାକୁ ଶିଖନ୍ତୁ –
ସନ୍ତାନ ମାନଙ୍କ ପାଇଁ ଅନୁଶାସନ ନିହାତି ଆବଶ୍ୟକ । କାରଣ ଯଦି ଗୋଟିଏ ପିଲା ନିଜ ଜୀବନରେ ସମୟର ମୂଲ୍ୟ ବୁଝି ପାରିଲା ତେବେ ସେ ସଫଳତା ର ଶୀର୍ଷ କୁ ଛୁଇଁବ ।
* ଭଲ ଓ ଖରାପ୍ ମଧ୍ୟରେ ପାର୍ଥକ୍ୟ କୁହନ୍ତୁ –
ଅଧିକ ସ୍ନେହ ମମତା ଦ୍ଵାରା ନିଜର ସନ୍ତାନର ଛୋଟ ଛୋଟ ଭୁଲ୍ କୁ ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଏହି ଛୋଟ ଛୋଟ ଖରାପ୍ ଅଭ୍ୟାସ ଭବିଷ୍ୟତ ପାଇଁ ଭୟଙ୍କର ପରିସ୍ଥିତି ଆଣି ପାରେ ।
* ଗୁରୁଜନ ଙ୍କୁ ସମ୍ମାନ ଓ ଆଦର –
ନିଜ ସନ୍ତାନ କୁ ଗୁରୁଜନ ଙ୍କୁ ଆଦର ସମ୍ମାନ କରିବାକୁ ଶିଖନ୍ତୁ।କାରଣ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉଛନ୍ତି ଘରର ମୂଳଦୁଆ । ଏହି ମୂଳଦୁଆ ପ୍ରତି ସମ୍ମାନ ରଖିବା ଓ ସମ୍ବେଦଶୀଳ ହେବା ନିହାତି ଆବଶ୍ୟକ । ଏହି ଚିନ୍ତାଧରା କୁ ବଢ଼ାଇବା ପାଇଁ ମହାପୁରୁଷ ଙ୍କ ଜୀବନୀ ପଢ଼ି ସୁଣାନ୍ତୁ ।
* ଆୟ ଅନୁସାରେ ବ୍ୟୟ କରିବା ସୀଖାନ୍ତୁ –
ଆପଣ ଯେତେ ବଡ଼ କୋଟି ପତି ହୋଇଥିଲେ ମଧ୍ୟ ନିଜ ପିଲା ମାନଙ୍କୁ ଧନ ଉପାର୍ଜନ ଓ ତାହାକୁ ସଦୁପଯୋଗ କରିବା ବିଷୟରେ ବୁଝାନ୍ତୁ । ନଚେତ୍ ଯଦି ପିଲାଟି ଛୋଟ ବେଳୁ ବଦ ଖର୍ଚ୍ଚି ହୋଇଗଲା ତେବେ ତାର ଭବିଷ୍ୟତ ନଷ୍ଟ ହୋଇଯିବ ।
Leave A Reply