Odisha news

ରାଜ୍ୟସଭାରେ ସାଂସଦ ଡଃ ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ସଫଳତା : ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସେ ରାଜ୍ୟସଭାରେ ଗୃହ ପରିଚାଳନା ଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କଲେ

0

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସାଂସଦ ଡଃ ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସେ ରାଜ୍ୟସଭାରେ ଗୃହ ପରିଚାଳନା କରିଥିଲେ। ତାଙ୍କ ପରିଚାଳନାରେ ସଫଳତାର ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଥିଲା। ରାଜ୍ୟସଭାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦ ଏବଂ ରାଷ୍ଟ୍ରୀୟ ସୁରକ୍ଷା‌ ୟୁନିଭରସିଟି ବିଲ୍ ୨୦୨୦ ପାରିତ କରାଯାଇଛି।

ସେ ସଂପୂର୍ଣ୍ଣ ସଂସଦୀୟ ନିୟମ ସହିତ ସମଗ୍ର ପ୍ରକ୍ରିୟା ପରିଚାଳନା ସମାପନ କରିଥିଲେ। ଦଳ ଅନୁସାରେ ବକ୍ତାମାନଙ୍କୁ ବିଲ୍ ଉପରେ କହିବାକୁ ଅନୁମତି ଦେଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ଗୃହ ପରିଚାଳନା ସମୟରେ କୌଣସି ହଙ୍ଗମା ହୋଇ ନଥିବା ସାମ୍ନାକୁ ଆସିଛି। ସମସ୍ତ ସଦସ୍ୟ ଦୁଇଟି ବିଲ୍ ପାରିତ କରିବାରେ ସସ୍ମିତଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାକୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ମିଳିବା ପରେ ଗତ ଶନିବାର ଦିନ ଡଃ ସସ୍ମିତ ପାତ୍ର ଏକ ଘଣ୍ଟାରୁ ଅଧିକ ସମୟ ଗୃହ ପରିଚାଳନା କରି ପ୍ରଶଂସା ସାଉଁଟିଥିଲେ ।

Nalco
Leave A Reply