Odisha news

ଆସୁଛି ଶରତ ପୁର୍ଣିମା , ଏହିଦିନ ମାତା ଲକ୍ଷ୍ମୀ ଭ୍ରମଣ କରିବେ ପୃଥିବୀ ପୃଷ୍ଠ ଜୀବନ ର ସୁଖ ସମୃଦ୍ଧି ପାଇଁ କରନ୍ତୁ ଏହି ମନ୍ତ୍ର ପାଠ

0

ଅକ୍ଟୋବର ୯ତାରିଖ ରବିବାର ଦିନ ହେଉଛି କୁମାର ପୁର୍ଣିମା ବା ଶରତ ପୁର୍ଣିମା l  ଏହି ଦିନଟି ହିନ୍ଦୁ ଶାସ୍ତ୍ରରେ ଖୁବ ମହତ୍ୱ ରଖିଥାଏ l ଏହି ଦିନ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ ରେ ବାହାରି ଥାଆନ୍ତି l ଏହି ଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ମର୍ତ୍ୟ ବାସୀ ବିଧିବଦ୍ଧ ଭାବରେ ପୂଜାର୍ଚନା କରି ଥାଆନ୍ତି l ମାନ୍ୟତା ରହିଛି ଯେ ଏହି ସମୟରେ ମାତା ଲକ୍ଷ୍ମୀ ମର୍ତ୍ୟ ବାସୀଙ୍କୁ ପଚାରି ଥାଆନ୍ତି କୋ ଜାଗୃତି ତେଣୁ ଶରତ ପୁର୍ଣିମା କୁ ଜାଗର ପୁର୍ଣିମା ମଧ୍ୟ କୁହାଯାଏ l

* ମାନ୍ୟତା ଅନୁସାରେ କୁମାରପୂର୍ଣ୍ଣିମା ଦିନ ରାତିରେ ଚନ୍ଦ୍ରଙ୍କ କିରଣ ଔଷଧୀୟ ଗୁଣରେ ଭରପୁର ରହିଥାଏ l ଚନ୍ଦ୍ର କିରଣ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଏହି କାରଣରୁ ଘର ବାହାରେ ଚନ୍ଦ୍ର କିରଣ ରେ କ୍ଷୀରି ପ୍ରସ୍ତୁତ କରିବାର ବିଧି ରହିଛି l ଏହାଦ୍ୱାରା କ୍ଷୀରି ଔଷଧୀୟ ଗୁଣରେ ଭରି ଯାଇଥାଏ l

* କାହିଁକି ଶରତ ପୁର୍ଣିମା ରେ କ୍ଷୀରି ପ୍ରସ୍ତୁତ କରିବାର ପରମ୍ପରା ରହିଛି –
ମାନ୍ୟତା ଅନୁସାରେ ଶୀତଋତୁ ର ଆଗମନ ସମୟ ହୋଇଥିବା ଓ ବର୍ଷା ଋତୁ ଯିବାର ସମୟ ଅଟେ l ୨ଟି ଋତୁର ସନ୍ଧି କାଳ ହୋଇଥିବା କାରଣରୁ ଏହି ସମୟରେ ଖାଦ୍ୟପେୟ ର ବିଶେଷ ଧ୍ୟାନ ରଖାଯାଇ ଥାଏ l ମାନ୍ୟତା ରହିଛି ଯେ ଏହିଦିନ ରାତିରେ ଚନ୍ଦ୍ର ଙ୍କ ନିକଟରୁ ବିଶେଷ ଶକ୍ତି ପ୍ରାପ୍ତ ମଧ୍ୟ ହୋଇଥାଏ l

* ଶରତ ପୁର୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି l ଏହିଦିନ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ l ଏହିଦିନ ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘର ଭିତରେ ଓ ବାହାରେ ଦୀପ ପ୍ରଜ୍ବଳନ କରାଯାଏ l ତୁଳସୀ ମା ଙ୍କୁ ବିଧିବଧ ଭାବରେ ପୂଜା କରାଯାଏ l

* ଶରତ ପୁର୍ଣିମା ରେ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଲକ୍ଷ୍ମୀଙ୍କ ନିକଟରେ ‘ ଓଂ ଶ୍ରୀଙ୍ଗ ହୃଙ୍ଗ ଶୃଂଗ କମଳେ କମଳାୟ ପ୍ରସୀଦ ପ୍ରସୀଦ ଓଂ ଶୃଂ ମହାଲକ୍ଷ୍ମୀ ନମଃ’ l ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଜୀବନ ରୁ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l

Nalco
Leave A Reply