Odisha news

ଏନ୍‌ସିପି ମୁଖ୍ୟ ଶରଦ ପଓ୍ଵାର୍‌ ଅସୁସ୍ଥ : ଡାକ୍ତର ଖାନରେ ଭର୍ତ୍ତି

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ପ୍ରତିଷ୍ଠାତା ଶରଦ ପଓ୍ଵାର୍‌ ଅସୁସ୍ଥ ବୋଲି ଆଜି ତାଙ୍କ ଦଳ ସୂଚନା ଦେଇଛି। ତାଙ୍କ ପିତ୍ତକୋଷରେ ସମସ୍ୟା ଉପୁଜିଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ଦଳ ସୂଚନା ଦେଇଛି।

କର୍କଟ ରୋଗରୁ ସୁସ୍ଥ ହୋଇଥିବା ୮୦ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପଓ୍ଵାର୍‌ ଆରୋଗ୍ୟ ହେବା ନିମନ୍ତେ ୨୦୦୪ରେ ଅସ୍ତ୍ରୋପଚାର କରାଇଥିଲେ

ଟୁଇଟ୍‌ କରି ‘ଏନ୍‌ସିପି’ର ମୁଖପାତ୍ର ନବାବ ମଲିକ୍‌ ଆଜି ଲେଖିଛନ୍ତି, ଗତରାତିରେ ପଓ୍ଵାର୍‌ଙ୍କର ପେଟବ୍ୟଥା ହେବାରୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ତାଙ୍କ ପିତ୍ତକୋଷରେ ପଥୁରି ହୋଇଥିବା କଥା ଡାକ୍ତରମାନେ ଜାଣିପାରିଛନ୍ତି। ପରବର୍ତ୍ତୀ ନୋଟିସ୍‌ ପର୍ଯ୍ୟନ୍ତ ତାଙ୍କର ସବୁ ପ୍ରକାର କାର୍ଯ୍ୟକ୍ରମ ସମ୍ପ୍ରତି ବାତିଲ୍‌ କରାଗଲା।

‘ଏନ୍‌ସିପି’ ମୁଖପାତ୍ର କହିଛନ୍ତି ଯେ, ଏ ସମସ୍ୟା ଯୋଗୁଁ ସେ ଖାଉଥିବା ରକ୍ତ-ପତଳାକାରକ ଔଷଧ ମଧ୍ୟ ବନ୍ଦ କରାଯାଇଛି। ୨୦୨୧ ମାର୍ଚ ୩୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ‘ଏଣ୍ଡୋସ୍କୋପି’ ଓ ଅସ୍ତ୍ରୋପଚାର କରାଯିବ।

Nalco

Comments are closed.