ବନ୍ତଳା: ସାରା ଦେଶରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିସାରିଲାଣି । ତାହାକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର ପଚାଂୟତ ସ୍ତରରେ ସରପଚଂ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ଅନୁଗୁଳ ଜିଲ୍ଲାରେ ୧୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ପଚାଂୟତ ସରପଚଂ ମାନେ ନିଜ କ୍ଷମତାର ପ୍ରୟୋଗ କରିଥିବା ଦେଖାଦେଇଛି ।
ଗତ କାଲି ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଅଣାଯାଇ ବଡକେରା ପଚାଂୟତରେ ୩୫ ଜଣ, ନନ୍ଦପୁର ପଚାଂୟତରେ ୩୮ ଜଣ, ବନ୍ତଳା ପଚାଂୟତରେ ୪୧ ଜଣକୁ ନିର୍ମାଣ କରାଯାଇଥିବା ସଂଘରୋଧ ଗୃହରେ ରଖା ଯାଇଥିବା ବେଳେ ତାହାକୁ ଦୃଷ୍ଟି ଆଗରେ ରଖି ବଡକେରା ସରପଚଂ ଶ୍ରୀମତୀ ବିଜୟଲକ୍ଷ୍ମୀ ଗଡନାୟକ ବଡକେରା ଛକରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।
କେବଳ ୭ ଗୋଟି ଅତ୍ୟାବଶ୍ୟକ ଦୋକାନ ଖୋଲିବା ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ଗ୍ରାମ ଗୁଡିକରେ ସକାଳ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ଖୋଲିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁମାନେ ନିୟମ ଉଲ୍ଲ୍ଘଂନ କରିବେ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ନିୟମ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିଦେ୍ର୍ଦଶ ଦେଇଛନ୍ତି । ଏହି ସଟ୍ ଡାଉନ୍ ଆଜି ଦିନ ୧୧ ଘଟିକାରୁ ୧୭ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୂଚନା ଦେଇଛନ୍ତି ।