Odisha news

୧୧୩ ବର୍ଷୀୟା ଜେଜେ ମାଙ୍କ ଗୋଟିଏ ଭୋଟରେ ନାତି ହୋଇଗଲେ ସରପଞ୍ଚ

0

ନୂଆଦିଲ୍ଲୀ : ମତଦାନକୁ ନେଇ ସମସ୍ତେ କହିଥାନ୍ତି ଯେ ଗୋଟିଏ ଗୋଟିଏ ଭୋଟ ମୂଲ୍ୟବାନ ଅଟେ l କିଏ ନିଜର ପ୍ରତିଶୁତିକୁ ନେଇ ବିଜୟୀ ଅଟେ ତ ଆଉ କେହି ହରି ନିରାଶ ଲାଭ କରେ l କିଛି ଏହିଭଳି ଘଟଣା ମହାରାଷ୍ଟ୍ରର ପୁନା ରୁ ସାମ୍ନାକୁ ଆସିଛି ,ଯେଉଁଠାରେ ଗୋଟିଏ ଜେଜେ ମା ନିଜର ଗୋଟିଏ ଭୋଟରେ ନିଜ ନାତିକୁ ପଞ୍ଚାୟତ ମତଦାନରେ ଜୟଯୁକ୍ତ କରାଇଛନ୍ତି l ସେ ବିଷୟରେ ସମାରୋହ ଦେଖିବା ପୂର୍ବରୁ ଜେଜେ ମା ଜଣଙ୍କ ମୃତ୍ୟୁବରଣ କରିଥିଲେ l ଗୋଟିଏ ମରାଠୀ ଖବର କାଗଜର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ଗ୍ରାମପଞ୍ଚାୟତ ମତଦାନ ପାଇଁ ଜାନୁଆରୀ ୧୫ ତାରିଖ ଦିନ ମତଦାନ ଗ୍ରହଣ କରାଯାଇଥିଲା l

ପୁନାର ମୂଳସି ଗାଁ ରେ ପଞ୍ଚାୟତ ମତଦାନର ପାର୍ଥି ବିଜୟ ସାଠେଙ୍କ ପାଇଁ ତାଙ୍କର ୧୧୩ ବର୍ଷର ଜେଜେ ମା ସବାଇ ସାଠେ ମତଦାନ କରିଥିଲେ l ମତଦାନ ପରେ ସେହିଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଗଲା l ଯେତେବେଳେ ଜାନୁଆରୀ ୧୮ ତାରିଖ ଦିନ ମତଦାନର ଫଳାଫଳ ଘୋଷଣା କରାଗଲା ଜଣ ପଡିଲା ଯେ ବିଜୟ ସାଠେ ମାତ୍ର ଗୋଟିଏ ଭୋଟ ଅନ୍ତରରେ ଜୟଲାଭ କରିଛନ୍ତି l ମତଦାନରେ ଜୟଲାଭ କରିବା ପରେ ବିଜୟ କହିଛନ୍ତି ମୋ ଜେଜେ ମାଙ୍କର ଗୋଟିଏ ଭୋଟ ହିଁ ମତେ ଜୟଯୁକ୍ତ କରାଇଲା ଏବଂ ଏହା ମୋ ପାଇଁ ଆଶୀର୍ବାଦ ଭଳି ରହିଲା l ଯଦି ମୋର ୧୧୩ ବର୍ଷର ଜେଜେ ମା ସେହିଦିନ ମତଦାନ କରିବାକୁ ଯାଇ ନଥାନ୍ତେ ତେବେ ହୁଏତ ମୁଁ ହାରି ଯାଇଥାନ୍ତି l ମୋ ଜେଜେ ମା ଚାହୁଁଥିଲେ ଯେ ମୁଁ ଜୟଯୁକ୍ତ ହୋଇ ଗ୍ରାମବାସୀ ମାନଙ୍କ ପାଇଁ କିଛି ଭଲ କାମ କରେ l

Nalco
Leave A Reply